ପ୍ରମୂଖ ଖବର
  • ନାଗପୁର-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ୭ ମୃତ, ୩ ଗୁରୁତର...
  • ||
  • ପୁଣି ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ ସିବିଆଇ ସ୍ବତନ୍ତ୍ର କୋର୍ଟ...
  • ||
  • ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌
  • ||
  • ୟୁଜିସି ନେଟ୍‌ ତାରିଖ ଘୋଷଣା କଲା ଏନ୍‌ଟିଏ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ପରୀକ୍ଷା
  • ||
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

କେତେ ଆଲିସାନ୍ ଅନନ୍ତ-ରାଧିକାଙ୍କ ୱେଡିଙ୍ଗ ଇନଭିଟେସ୍ ! ଭାଇରାଲ ହେଉଛି ଉଭୟଙ୍କ ବିବାହ କାର୍ଡ

ମୁମ୍ୱାଇ, ୨୭।୬: ଜୁଲାଇ ୧୨ରେ ବିବାହ କରିବେ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ । ବିବାହ ପୂର୍ବରୁ କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି ଅମ୍ବାନୀ ପରିବାର । ନିକଟରେ ନୀତା ଅମ୍ବାନୀ ତାଙ୍କ ପୁଅର ବିବାହ ପାଇଁ ବାବା ବିଶ୍ୱନାଥଙ୍କୁ ନିମନ୍ତ୍ରଣ କରିବାକୁ କାଶୀ ଯାଇଥିଲେ । ଏବେ ଦେଖିବାକୁ ମିଳିଛି ଅନନ୍ତ-ରାଧିକାଙ୍କ ବିବାହ କାର୍ଡର ଏକ ଝଲକ ।

ଅନନ୍ତ–ରାଧିକାଙ୍କର ବିବାହ କାର୍ଡର ଭିଡିଓ ସ୍ମୃତି ରାକେଶ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି । କାର୍ଡରେ ଅତିଥିମାନଙ୍କ ପାଇଁ ରହିଛି ଏକ ବିଶେଷ ଉପହାର । ଲାଲ୍ ବାକ୍ସରେ ରହିଛି ଭଗବାନ ଗଣେଶ, ରାଧା-କୃଷ୍ଣ ଏବଂ ମା’ ଦୁର୍ଗାଙ୍କର ସୁନାମୂର୍ତ୍ତି ଏବଂ ଏକ ରୂପାମନ୍ଦିର । ଏଥିସହିତ କାର୍ଡରେ ଏକ ରୂପାବାକ୍ସ ମଧ୍ୟ ରହିଛି ।

ବିବାହ କାର୍ଡ ଭକ୍ତି ଏବଂ ପରମ୍ପରାରେ ରହିଛି ପରିପୂର୍ଣ୍ଣ । ସେୟାର୍ ହୋଇଥିବା ଭିଡିଓରେ, ବାକ୍ସ ଖୋଲିବା ମାତ୍ରେ, ହିନ୍ଦୀର ଏକ ମନ୍ତ୍ର ବାଜୁଛି ଏବଂ କାର୍ଡରେ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଆଯାଇଛି । ଏହାବ୍ୟତୀତ କାର୍ଡରେ ଏକ ରୁମାଲ୍ ମଧ୍ୟ ଦେଖିବାକୁ ମିଳିଥିଲା । ଯେଉଁଥିରେ ଅନନ୍ତ-ରାଧିକାଙ୍କ ନାଁର ପ୍ରଥମ ଅକ୍ଷର, 'ଏ' ଏବଂ 'ଆର' ଲେଖାଯାଇଛି ।

ଗତବର୍ଷ ଅନନ୍ତ ଅମ୍ୱାନୀ ଏବଂ ରାଧିକା ମର୍ଚାଣ୍ଟଙ୍କର ନିର୍ବନ୍ଧ ହୋଇଥିଲା । ମାର୍ଚ୍ଚ ମାସରେ ଗୁଜୁରାଟର ଜାମନଗରରେ ସେମାନଙ୍କର ଗ୍ରାଣ୍ଡ ପ୍ରି-ୱେଡିଙ୍ଗ ଫଙ୍କ୍ସନ ଆୟୋଜନ କରାଯାଇଥିଲା । ପରେ ଦମ୍ପତିଙ୍କର ଦ୍ୱିତୀୟ ପ୍ରି-ୱେଡିଙ୍ଗ ଫଙ୍କ୍ସନ୍ ମେ ୨୯ରୁ ଜୁନ୍ ୨ପର୍ଯ୍ୟନ୍ତ କ୍ରୁଜରେ ହୋଇଥିଲା । ସିନେମା ଜଗତ ବ୍ୟତୀତ ବିଦେଶର ସେଲିବ୍ରିଟିମାନେ ମଧ୍ୟ ବିବାହ ପୂର୍ବରୁ ଉଭୟ ଫଙ୍କ୍ସନରେ ଯୋଗଦାନ କରିଥିଲେ ।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.