ପ୍ରମୂଖ ଖବର
  • ନାଗପୁର-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ୭ ମୃତ, ୩ ଗୁରୁତର...
  • ||
  • ପୁଣି ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ ସିବିଆଇ ସ୍ବତନ୍ତ୍ର କୋର୍ଟ...
  • ||
  • ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌
  • ||
  • ୟୁଜିସି ନେଟ୍‌ ତାରିଖ ଘୋଷଣା କଲା ଏନ୍‌ଟିଏ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ପରୀକ୍ଷା
  • ||
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

‘ସେ ମୋତେ ନଷ୍ଟ କରିଦେଲେ ...’ ରିଷି କପୁରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଅଭିନେତ୍ରୀ

ମୁମ୍ବାଇ, ୨୭।୦୬: ବଲିଉଡ ଅଭିନେତା ରିଷି କପୁର। ସେ ଏବେ ଆମ ସହିତ ନାହାଁନ୍ତି।  କିନ୍ତୁ ତାଙ୍କର ସ୍ମୃତି ଏବଂ ଚଳଚ୍ଚିତ୍ର ଦର୍ଶକଙ୍କ ହୃଦୟରେ ରାଜ କରିଥାଏ। | ସମୟ ଥିଲା ରିଷି କପୁରଙ୍କ ସହ  କାମ କରିବାକୁ ବ୍ୟାକୁଳ ହେଉଥିଲେ ହିରୋଇନମାନେ |୮୦ ଦଶକରୁ ଏକବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଜଣେ କିମ୍ବା ଦୁଇଜଣ ନୁହେଁ ବରଂ ୨୦ ଜଣ ଅଭିନେତ୍ରୀ ତାଙ୍କ ସହିତ ନିଜର ଚଳଚ୍ଚିତ୍ର କ୍ୟାରିଅର ଆରମ୍ଭ କରିଛନ୍ତି | ଏହି ତାଲିକାରେ ଡିମ୍ପଲ୍ କାପାଡିଆ, ଜୟାପ୍ରଦା, ଜେବା ବଖତିଆର, ଶୋମା ଆନନ୍ଦ, ଭାବନା ଭଟ୍ଟ, ରାଧିକା ଏବଂ ରଞ୍ଜିତା କରଙ୍କ ପରି ଅନେକ ଅଭିନେତ୍ରୀ ସାମିଲ। ସମସ୍ତଙ୍କ କ୍ୟାରିୟର ହୋଇଥିଲା ସୁପରହିଟ୍ |

କିନ୍ତୁ ରିଷି କପୁରଙ୍କ ନାଁ ରେ ଅଭିଯୋଗ ଆଣିଥିଲେ ତାଙ୍କ ସହ ଡେବ୍ୟୁ କରିଥିବା ଜଣେ ଅଭିନେତ୍ରୀ । ନିଜ ଅସଫଳ କ୍ୟାରିଅର ପାଇଁ  ରିଷି କପୁରଙ୍କୁ କରିଥିଲେ ଦାୟୀ । ସେ କହିଥିଲେ କି ରିଷି ତାଙ୍କ କ୍ୟାରିୟରକୁ ନଷ୍ଟ କରି ଦେଇଥିଲେ । ଯଦିଓ ଅଭିନେତ୍ରୀଙ୍କ ପ୍ରଥମ ଚଳଚ୍ଚିତ୍ର ବକ୍ସ ଅଫିସରେ ସୁପରହିଟ୍ ବୋଲି ପ୍ରମାଣିତ ହୋଇଥିଲା, କିନ୍ତୁ ରିଷିଙ୍କ ଷ୍ଟାରଡମ୍ ତୁଳନାରେ ଏହା ବହୁତ କମ ଥିଲା । ତେବେ ଘଟଣାଟି ହେଉଛି ୧୯୭୭ର ।  ରିଷି କପୁରଙ୍କ ସହିତ ଅଭିନେତ୍ରୀ ଏକ ବ୍ଲକବଷ୍ଟର ଫିଲ୍ମରେ ଆରମ୍ଭ କରିଥିଲେ ନିଜର କ୍ୟାରିୟର ।  

୧୯୭୭ରେ ନିର୍ଦ୍ଦେଶକ ନାସିର ହୁସେନ୍ ସେ ସମୟର ସବୁଠାରୁ ଦାମୀ ଅଭିନେତା ରିଷି କପୁର ଏବଂ କାଜଲ କିରଣଙ୍କ ସହ ବ୍ଲକବଷ୍ଟର ଫିଲ୍ମ 'ହମ୍ କିସି ସେ କମ ନେହି' କରିଥିଲେ । ଏହା ଥିଲା ଅଭିନେତ୍ରୀଙ୍କର ପ୍ରଥମ ଚଳଚ୍ଚିତ୍ର ।  କାଜଲ ତାଙ୍କର ପ୍ରଥମ ପ୍ରୟାସରେ ସୁପରହିଟ୍ ଅଭିନେତ୍ରୀ ହୋଇଥିଲେ । କିନ୍ତୁ ଏହି ଫିଲ୍ମ ରିଲିଜ୍ ହେବା ପରେ ସେ ଆଗାମୀ ଫିଲ୍ମ ପାଇଁ ଚାହିଁ ବସିଥିଲେ । ସେ କୌଣସି ବିଶେଷ ଫିଲ୍ମ ପାଇନଥିବାରୁ ବକ୍ସ ଅଫିସରେ ଫ୍ଲପ୍ ପ୍ରମାଣିତ ହୋଇଥିଲେ । 

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ,ନିଜର ଫ୍ଲପ୍ କ୍ୟାରିୟର ପାଇଁ କାଜଲ ଲଗାତର ରିଷି କପୁରଙ୍କୁ ଦାୟୀ କରିଛନ୍ତି । ସେ କହିଥିଲେ ଯେ ରିଷି କପୁରଙ୍କ ଷ୍ଟାରଡମ୍ ତାଙ୍କ କ୍ୟାରିଅରକୁ ନଷ୍ଟ କରିଦେଇଛି । ଏଥିରେ ବିବ୍ରତ ହୋଇ ପ୍ରତ୍ୟୁତ୍ତରରେ ରିଷି କହିଥିଲେ, ଡିମ୍ପଲ୍ କାପାଡିଆ ଏବଂ ଜୟାପ୍ରଦା ତାଙ୍କ ସହ ଡେବ୍ୟୁ କରିଥିଲେ ଏବଂ ସେମାନଙ୍କ କ୍ୟାରିଅର୍ ସବୁବେଳେ ସଫଳ ହୋଇଥିଲା ।  କାହାର ସଫଳତା କିମ୍ବା ବିଫଳତା ପାଇଁ ସେ ଦାୟୀ ନୁହନ୍ତି । ଅଭିନେତ୍ରୀ କେବଳ ଯେ ରିଷି କପୁରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ତା ନୁହେଁ ସେ ଫିଲ୍ମର ନିର୍ଦ୍ଦେଶକ ନାସିର ହୁସେନ୍ଙ୍କୁ ମଧ୍ୟ ବାଦ ଦେଇନଥିଲେ । ନାସିର ତାଙ୍କୁ ଠିକ୍ ଭାବରେ ପ୍ରମୋଟ୍ କରିନାହାଁନ୍ତି ବୋଲି ଅଭିନେତ୍ରୀ ଅଭିଯୋଗ କରିଥିଲେ । ତେବେ କାଜଲ କିରଣ ୧୯୯୧ରେ ୩୩ ବର୍ଷ ବୟସରେ ଫିଲ୍ମ ଜଗତରୁ ଅବସର ନେବା ପରେ ବିବାହ କରିଥିଲେ ଏବଂ  ସ୍ୱାମୀଙ୍କ ସହ ନେଦରଲ୍ୟାଣ୍ଡକୁ ଚାଲି ଯାଇଥିଲେ । ସେ ଗତ ୩୦ ବର୍ଷ ଧରି ୟୁରୋପରେ ରହୁଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.