ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ବହୁ ପ୍ରତିକ୍ଷିତ ଆକ୍ସନ୍ ଡ୍ରାମା ଫିଲ୍ମ 'ବେବି ଜନ'ର ଆସିଲା ରିଲିଜ୍ ଡେଟ୍

ମୁମ୍ବାଇ,୨୭/୬: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ।  ବରୁଣ ଧୱନଙ୍କ ବହୁ ପ୍ରତିକ୍ଷିତ ଆକ୍ସନ୍ ଡ୍ରାମା ଫିଲ୍ମ 'ବେବି ଜନ'ର ରିଲିଜ୍ ତାରିଖ ଘୋଷଣା ହୋଇଛି । ଅଟଲି କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଲୋକପ୍ରିୟ ଅଭିନେତା ବରୁଣ ଧୱନ ମୁଖ୍ୟ ଭୂମିକାରେ ନଜର ଆସୁଥିବା ବେଳେ କିର୍ତ୍ତୀ ସୁରେଶ,ଜ୍ୟାକି ଶ୍ରଫ ଏବଂ ରାଜପାଲ ଯାଦବଙ୍କୁ ଦେଖିବାକୁ ପାଇବେ ଦର୍ଶକ । ପୂର୍ବରୁ ଫିଲ୍ମର ଦମଦାର ଟ୍ରେଲର ରିଲିଜ ହୋଇଥିବା ବେଳେ ମେକର୍ସ ଆଜି ଏହି ଫିଲ୍ମର ରିଲିଜ ଡେଟ ଘୋଷଣା କରିଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଦିନ ବଡ଼ ପରଦାକୁ ଆସିବାକୁ ଯାଉଛି ଏହି ଫିଲ୍ମ ।

ତେବେ ଆଜି ବେବି ଜନର ନିର୍ମାତାମାନେ ବରୁଣ ଧାୱନଙ୍କ ଚମତ୍କାର ପୋଷ୍ଟର ସେୟାର କରି ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଯେଉଁଥିରେ ଏହି ଫିଲ୍ମ ୨୫ଡିସେମ୍ବରରେ ରିଲିଜ ହେବ ବୋଲି ଲେଖାଅଛି । ବରୁଣଙ୍କ ସହିତ ଫିଲ୍ମରେ ଭାମିକା ଗାବି   ନଜର ଆସିବେ ।ସୂଚନା ଥାଉ କି, ବେବି ଜନର କାହାଣୀ କାଲିଶ ଲେଖିଛନ୍ତି । ଅଟଲି କୁମାରଙ୍କ ନିର୍ଦ୍ଦେଶିତ ସାଉଥ ଇଣ୍ଡିଆନ ଫିଲ୍ମ ଥେରିର ଅଫିସିଆଲ୍ ହିନ୍ଦୀ ରିମେକ୍ ହେଉଛି ବେବି ଜନ । ଯାହାକି ୨୦୧୬ ମସିହାରେ ମୁକ୍ତିଲାଭ କରିଥିଲା । ଯେଉଁଥିରେ ସାଉଥ ସୁପରଷ୍ଟାର ବିଜୟ ଏବଂ ସାମନ୍ତରାୟ ରୁଥ ପ୍ରଭୁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.