ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ପରଦାକୁ ଆସିଲା 'କଲ୍କି 2898AD', ବକ୍ସ ଅଫିସରେ ଭାଙ୍ଗିବ ରେକର୍ଡ

ନୂଆଦିଲ୍ଲୀ,୨୭/୬: ପରଦାରେ ରିଲିଜ ହେଲା ୨୦୨୪ର ବହୁ ପ୍ରତିକ୍ଷୀତ ଫିଲ୍ମ 'କଲ୍କି 2898AD'। ଏହି ଫିଲ୍ମରେ ପ୍ରଭାସଙ୍କ ସମେତ ଅନେକ ବଲିଉଡ ଏବଂ ସାଉଥର ମଲ୍ଟି ସୁପରଷ୍ଟାର କରିଛନ୍ତି ଅଭିନୟ।  ଏହି ଫିଲ୍ମର ଘୋଷଣା ଦିନଠାରୁ ଫ୍ୟାନ୍ସ ଏହାର ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଥିଲେ । ତେବେ ଏହି ଫିଲ୍ମକୁ ନେଇ ଦେଶ ବିଦେଶରେ ଫ୍ୟାନ୍ସଙ୍କ ମଧ୍ୟ ବେଶ କ୍ରେଜ ରହିଥିବା ବେଳେ ବର୍ତ୍ତମାନ ସେହି ଅପେକ୍ଷାର ଅନ୍ତ ହୋଇଛି ଏବଂ ଆଜି ରିଲିଜ ହୋଇଛି ଫିଲ୍ମ । ଏହି ଅବସରରେ କେବଳ ଦେଶ ନୁହେଁ ଦେଶ ବାହାରେ ମଧ୍ୟ ଫିଲ୍ମ ରିଲିଜ ଉତ୍ସବ ଧୁମଧାମରେ ପାଳିଛନ୍ତି ଫ୍ୟାନ୍ସ । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏଥିସହ ବାହୁବଳୀ ତାରକାଙ୍କ ପ୍ରଥମ ଦିନର ସୋ' ପାଇଁ ସିନେମା ଭିଡ଼ ଜମିଥିବା ଦେଖିବାକୁ ମିଳିଛି ।

ତେଲୁଗୁ ଭାଷାଭାଷୀ ରାଜ୍ୟଠାରୁ ଆରମ୍ଭ କରି ସମଗ୍ର ଭାରତ ତଥା ଏହାର କୋଣ ଅନୁକୋଣରେ ଫ୍ୟାନ୍ସ ମାନେ 'କଲ୍କି 2898AD' ରିଲିଜ ସେଲିବ୍ରେସନ କରିଛନ୍ତି । କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଏହି ଫିଲ୍ମ ବେଶ କ୍ରେଜ୍‌ ଦେଖିବାକୁ ମିଳିଛି । ସେହିପରି ବ୍ରିଟେନରେ ଫ୍ୟାନ୍ସ ଫିଲ୍ମ ରିଲିଜ ଉତ୍ସବ ପାଳନ କରିଛନ୍ତି । କଲ୍କି 2898ADର ନିର୍ଦ୍ଦେଶନା ଲୋକପ୍ରିୟ ନିର୍ଦ୍ଦେଶକ ନାଗା ଅଶ୍ୱିନ ଦେଇଥିବା ବେଳେ ବୈଜନ୍ତୀ ମୁଭିଜ ଦ୍ବାରା ଏହା ନିର୍ମାଣ ହୋଇଛି । ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସମେତ ଅଭିନେତା କମଲ ହାସନ,ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ, ଦିଶା ପାଟାନୀଙ୍କୁ ଦେଖିବାକୁ ମିଳିଛି । ଏଥିସହ ଫିଲ୍ମରେ ସଲମାନ ଦୁଲେକରଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ ପ୍ରାୟ ୬୦୦ କୋଟିରେ ନିର୍ମିତ ହୋଇଥିବା ବେଳେ ଏହି ଚଳଚ୍ଚିତ୍ରଟି ସାରା ବିଶ୍ୱରେ ତେଲୁଗୁ, ହିନ୍ଦୀ, ତାମିଲ, ମାଲାୟାଲମ୍, କନ୍ନଡ ଏବଂ ଇଂରାଜୀ ଭାଷାରେ ରିଲିଜ କରିଛି । ପ୍ରଥମ ଦିନରେ ଫିଲ୍ମ ରେକର୍ଡ ସଂଖ୍ୟକ ରୋଜଗାର କରିବ ବୋଲି କୁହାଯାଉଛି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.