ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ନିଟ୍ ପେପର ଲିକ୍ ମାମଲାରେ ସିବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ, ଗୁଜରାଟର ୭ଟି ସ୍ଥାନରେ ଚଢାଉ

ନୂଆଦିଲ୍ଲୀ,୨୯।୬: ନିଟ୍‌ ପେପର ଲିକ୍ ମାମଲାରେ ଆକ୍ସନ ମୁଡରେ ସିବିଆଇ। ଗୁଜରାଟର  ୭ଟି ସ୍ଥାନରେ ସିବିଆଇ ପକ୍ଷରୁ ଶନିବାର ହୋଇଛି ଚଢାଉ। ଗୁଜରାଟର ୪ଟି ଜିଲ୍ଲଂ ଆଣନ୍ଦ, ଖେଡା, ଅହମ୍ମଦାବାଦ ଓ ଗୋଧ୍ରାର ୭ଟି ସ୍ଥାନରେ ଚଢାଉ ହୋଇଛି। ଏହା ପୂର୍ବରୁ ସିବିଆଇ ଶୁକ୍ରବାର ଝାଡଖଣ୍ଡର ଏକ ସ୍କୁଲ ଉପରେ ଚଢାଉ କରି ପ୍ରିନ୍ସପାଲ ଓ ଭାଇସ୍ ପ୍ରିନ୍ସପାଲଙ୍କ ଗିରଫ କରିଥିଲା। 

ସିବିଆଇ ଅଧିକାରୀମାନେ କହିଛନ୍ତି, ହଜାରିବାଗ ସ୍ଥିତ ଓଏସିସ୍‌ ସ୍କୁଲର ପ୍ରିନ୍ସପାଲ ଏହସାନୁଲ ହକ୍‌ଙ୍କୁ ୫ ମଇରେ ଏନ୍‌ଟିଏ ଦ୍ବାରା ଆୟୋଜିତ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ହଜାରିବାଗ୍ ସିଟି କୋଅର୍ଡିନେଟର ହୋଇଥିଲେ। ସେଭଳି ସ୍କୁଲର ଭାଇସ୍ ପ୍ରିନ୍ସନାଲ ଇମତିଆଜ ଆଲମଙ୍କୁ ଏନଟିଏର ପର୍ଯ୍ୟବେକ୍ଷକ ଓ ଓଏସିସ୍ ସ୍କୁଲର କେନ୍ଦ୍ର ସମନ୍ବୟ ନିଯୁକ୍ତ କରାଯାଇଥିଲା। ନିଟ୍ ପେପର ଲିକ୍ ମାମଲାରେ ସିବିଆଇ ଜିଲାର ଆହୁରି ୫ ଜଣ ଲୋକଙ୍କୁ ପଚରା ଉଚରା କରିଛି। 

ଅଧିକାରୀମାନେ ଶନିବାର କହିଛନ୍ତି, ସାମ୍ବାଦିକ ଜମାଲୁଦ୍ଧିନ୍ ଅନସାରୀଙ୍କୁ କଥିତ ଭାବରେ ପ୍ରିନ୍ସପାଲ  ଓ ଭାଇସ୍ ପ୍ରିନ୍ସପାଲଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ଗିରଫ କରାଯାଇଛି। ଜମାଲୁଦ୍ଦିନ ଝାରଖଣ୍ଡର ଏକ ହିନ୍ଦୀ ଖବରକାଜରେ କାର୍ଯ୍ୟରତ ବୋଲି ତଦନ୍ତରୁ ଜଣାପଡିଛି। ସେ ଫୋନ୍ ମାଧ୍ୟମରେ ଲଗାତର ପ୍ରିନ୍ସିପାଲ ଓ ଭାଇସ୍‌ ପ୍ରିନ୍ସପାଲଙ୍କଙ୍କ ସହ ଯୋଗାଯୋଗରେ ଥିଲେ। କଲ୍ ଲିଷ୍ଟ ଏବଂ ପଚରାଉଚରା ମାଧ୍ୟମରେ ପେପର୍‌ ଲିକରେ ପ୍ରିନ୍ସିପାଲ୍ ଏବଂ ଭାଇସ ପ୍ରିନ୍ସିପାଲଙ୍କୁ ଜମାଲୁଦ୍ଦିନ୍‌ ସହାୟତା କରିଥିବା ସିବିଆଇ ଜାଣିବାକୁ ପାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.