ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ନ୍ୟାୟପାଳିକା ସଂପୂର୍ଣ୍ଣ ନିରପେକ୍ଷ, ସଚ୍ଚୋଟ ଏବଂ ନିର୍ମଳ ହେବା ଉଚିତ୍, CJIଙ୍କ ସାମ୍ନାରେ ଏମିତି କାହିଁକି କହିଲେ ମମତା ବାନାର୍ଜୀ ?

ନୂଆଦିଲ୍ଲୀ: ନ୍ୟାୟପାଳିକା ସର୍ବଦା କୌଣସି ରାଜନୈତିକ ଦଳର ହସ୍ତକ୍ଷେପରୁ ମୁକ୍ତ ହେବା ଉଚିତ୍ । ଏହା ସମ୍ପୂର୍ଣ୍ଣ ନିରପେକ୍ଷ ଏବଂ ସଚ୍ଚୋଟ ହେବା ଉଚିତ। ଶନିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା କହିଛନ୍ତି । ଗଣତନ୍ତ୍ର, ସମ୍ବିଧାନ ତଥା ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ନ୍ୟାୟପାଳିକା ଭାରତର ମୂଳଦୁଆର ଏକ ପ୍ରମୁଖ ସ୍ତମ୍ଭ ବୋଲି ମମତା ବାନାର୍ଜୀ କହିଛନ୍ତି ।

ଜାତୀୟ ଜୁଡିସିଆଲ୍ ଏକାଡେମୀ (ପୂର୍ବାଞ୍ଚଳ) ର ଦ୍ୱିତୀୟ ଆଞ୍ଚଳିକ ସମ୍ମିଳନୀର ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା କହିଛନ୍ତି । ନ୍ୟାୟପାଳିକାରେ କୌଣସି ରାଜନୈତିକ ପକ୍ଷପାତିତା ହେବା ଉଚିତ ନୁହେଁ । ନ୍ୟାୟପାଳିକା ସଂପୂର୍ଣ୍ଣ ନିରପେକ୍ଷ, ସଚ୍ଚୋଟ ଏବଂ ନିର୍ମଳ ହେବା ଉଚିତ୍ । ଲୋକମାନେ ଏହାକୁ ପୂଜା କରିବା ଉଚିତ୍ । ତେବେ ସବୁଠୁ କଥା ହେଉଛି ସିଜେଆଇ ଡିଓ୍ବାଇ ଚନ୍ଦ୍ରଚୂଡ ଏବଂ କଲିକତା ହାଇକୋର୍ଟର  ମୁଖ୍ୟ ବିଚାରପତି ଟି.ଏସ୍ ଶିବଗାନମ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ଯେ, ନ୍ୟାୟପାଳିକା ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ଦିର ଏବଂ ନ୍ୟାୟ ପ୍ରଦାନ କରିବାର ସର୍ବୋଚ୍ଚ ପ୍ରାଧିକାର । ସେ କହିଛନ୍ତି,“ଏହା ଏକ ମନ୍ଦିର, ମସଜିଦ,ଗୁରୁଦ୍ୱାର ଏବଂ ଚର୍ଚ୍ଚ ପରି । ନ୍ୟାୟପାଳିକା ଲୋକଙ୍କର, ଲୋକମାନଙ୍କ ଦ୍ବାରା ଏବଂ ଲୋକଙ୍କ ପାଇଁ । ନ୍ୟାୟ ପାଇବା ତଥା ସାମ୍ବିଧାନିକ ଅଧିକାରକୁ ସମର୍ଥନ କରିବା ପାଇଁ ଏହା ହେଉଛି ଶେଷ ମଞ୍ଚ ”

ଏହା ସହ ଅଦାଲତର ଡିଜିଟାଲାଇଜେସନ୍ ପାଇଁ ପ୍ରଧାନ ବିଚାରପତି ଚନ୍ଦ୍ରଚୁଡଙ୍କୁ ପ୍ରଶଂସା କରି ବାନାର୍ଜୀ କହିଛନ୍ତି ଯେ ଇ-ଗଭର୍ଣ୍ଣାନ୍‌ସରେ ସମସ୍ତ ରାଜ୍ୟ ମଧ୍ୟରେ ପଶ୍ଚିମବଙ୍ଗ ଏକ ନମ୍ବର ଅଟେ । ତାଙ୍କ ସରକାର ରାଜ୍ୟରେ ନ୍ୟାୟିକ ଭିତ୍ତିଭୂମି ବିକାଶ ପାଇଁ ଏକ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ ରାଜରହାଟ ନ୍ୟୁ ଟାଉନରେ ହାଇକୋର୍ଟର ନୂତନ କମ୍ପ୍ଲେକ୍ସ ପାଇଁ ଜମି ଯୋଗାଇ ଦେଇଛନ୍ତି।

ବାନାର୍ଜୀ କହିଛନ୍ତି ଯେ, ରାଜ୍ୟରେ ୮୮ ଟି 'ଫାଷ୍ଟ ଟ୍ରାକ୍ କୋର୍ଟ' କାର୍ଯ୍ୟ କରୁଛି । ସେ କହିଛନ୍ତି ଯେ ପୂର୍ବ କେନ୍ଦ୍ର ସରକାର ଏହି କୋର୍ଟ ଗଠନ ପାଇଁ ସହାୟତା ପ୍ରଦାନ କରିଥିଲେ ମଧ୍ୟ ଗତ ସାତ-ଆଠ ବର୍ଷ ମଧ୍ୟରେ ଏହି ବ୍ୟବସ୍ଥା ପ୍ରତ୍ୟାହାର କରି ନିଆଯାଇଛି । ସେ କହିଛନ୍ତି, ୮୮ ଫାଷ୍ଟ ଟ୍ରାକ କୋର୍ଟ ମଧ୍ୟରୁ ୫୫ ଟି ମହିଳାଙ୍କ ପାଇଁ ଏବଂ ୬ ଟି POCSO କୋର୍ଟ ମଧ୍ୟ ଅଛି ।  

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.