ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ସଞ୍ଜୀବ ମୁଖିଆ ପାଖରେ ପ୍ରଥମେ ପହଞ୍ଚି ଥିଲା ନିଟ୍‌ର ପ୍ରଶ୍ନ ପତ୍ର , ଜାଣନ୍ତୁ କିଏ ଏହି ମାଷ୍ଟରମାଇଣ୍ଡ ?

ପାଟନା – ମେଡିକାଲ କଲେଜରେ ଆଡମିଶନ ପାଇଁ ଏନଟିଏ ଦ୍ୱାରା ଆୟୋଜିତ ପ୍ରତିଷ୍ଠିତ ନିଟ୍‌ ୟୁଜି ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍‌ ମାମଲାର ଯାଞ୍ଚ ଖୁବ୍‌ ଜୋରରେ ହେଉଛି। ପାଟନାର ପୁଲିସ ଓ ଆର୍ଥିକ ଅପରାଧ ୟୁନିଟର ଛାନଭିନ୍‌ରେ ନୂଆ ନୂଆ ଚେହେରା ସାମନାକୁ ଆସୁଛି। ସିକନ୍ଦର , ଅମିତ୍‌ , ଅନୁରାଗ ଅଂଶୁଳ ଓ ଅତୁଲଙ୍କ ପରେ ସଞ୍ଜୀବ ମୁଖିଆନାଁ ସାମନାକୁ ଆସିଛି। ନାଳନ୍ଦାରେ ରହୁଥିବା ସଞ୍ଜୀବ ମୁଖିଆ ପେପର ଲିକ୍‌ କାଣ୍ଡ ନେଇ ବିହାରରେ କିଙ୍ଗ୍‌ପିନ୍‌ କୁହାଯାଉଛି। ସଞ୍ଜୀବ ମୁଖିଆ ବିଏସସି ଶିକ୍ଷକ ବହାଲି ପେପର ଲିକ୍‌ କାଣ୍ଡରେ ଜେଲ୍‌ ଯାଇ ସାରିିଛି ଏବଂ ତାର ପୁଅ ଡାକ୍ତର ଶିବ କୁମାର ଏହି ମାମଲାରେ ଏବେ ବି ଜେଲ୍‌ରେ ଅଛି। ଶିବ କୁମାର ପିଏମସିଏଚରୁ ଏମବିବିଏସର ପାଠପଢି ସାରିଛନ୍ତି। 

ଆର୍ଥିକ ଅପରାଧ ୟୁନିଟ୍‌ ଓ ପାଟନା ପୁଲିସ ସଞ୍ଜୀବ ମୁଖିଆର ଗିରଫ ପାଇଁ ଖୁବ୍‌ ଜୋରରେ ଚଢାଉ ଜାରି ରହିଛି। ମିଡ଼ିଆ ରିପୋର୍ଟ ମୁତାବିକ , ନାଳନ୍ଦାର ନଗରନୌସା ଗାଁରେ ରହୁଥିବା ସଞ୍ଜୀବ ମୁଖିଆ ପାଖରେ ହିଁ ନିଟ୍‌ ପରୀକ୍ଷାର ପ୍ରଶ୍ନ ପତ୍ର ପହଞ୍ଚି ଥିଲା। ସେ ସିକନ୍ଦର ଯଦୁବଂଶୀ ଓ ଅନ୍ୟମାନଙ୍କୁ ପେପର ଉପଲବ୍ଧ କରାଇ ଥିଲେ। ଏହାପରେ ୪ ମେ’ର ରାତି ଓ ୫ ମେ ରେ ନିଟ୍‌ର ପ୍ରାର୍ଥୀଙ୍କୁ ପ୍ରଶ୍ନ ପତ୍ରର ଉତ୍ତର ପାଟନାର ଖେମନି ଚକ ସ୍ଥିତ ପ୍ଲେ ଆଣ୍ଡି ଲର୍ନ ସ୍କୁଲର ହଷ୍ଟେଲରେ ଦିଆ ଯାଇଥିଲା। ସଞ୍ଜୀବ ମୁଖିଆର, ରବି ଅତ୍ରି ଗ୍ୟାଙ୍ଗ ସହ ସିଧାସଳଖ ସଂପର୍କ ରହିଛି। 

ମିଡ଼ିଆ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି କି ସଞ୍ଜୀବ ମୁଖିଆକୁ ନିଟ୍‌ ପରୀକ୍ଷାର ପ୍ରଶ୍ନ ପତ୍ର ଜଣେ ପ୍ରଫେସର ଉପଲବ୍ଧ କରାଇ ଥିଲେ। ପ୍ରଫେସର ମୋବାଇଲ ମାଧ୍ୟମରେ ସଞ୍ଜୀବକୁ ପ୍ରଶ୍ନ ପତ୍ର ପଠାଇ ଥିଲେ। ଛାତ୍ରଛାତ୍ରୀଙ୍କୁ ଏହି ମୂଲଚାଲ ପ୍ରତି ଛାତ୍ର ପିଛା ୪୦ ଲକ୍ଷ ଟଙ୍କାରେ ଡିଲ୍ କରାଯାଇ ଥିଲା। ସୂଚନା ମୁତାବିକ ପୂରା ପ୍ଲାନିଂ ସଞ୍ଜୀବ ମୁଖିଆ ହିଁ କରି ଥିଲା।

ଉଲ୍ଲେଖନୀୟ ଯେ, ନିଟ୍‌ ପେପର ଲିକ୍‌ କାଣ୍ଡରେ ଫେରାର ଥିବା ସଞ୍ଜୀବ ମୁଖିଆଙ୍କ ଉପନାମ ଲୁଟନ ମୁଖିଆ ମଧ୍ୟ ରହିଛି। ସେ ନାଳନ୍ଦାର ନୁରସରାୟ ହର୍ଟିକଲଚର କଲେଜରେ ଟେକ୍ନିକାଲ ସହାୟକ ପଦରେ ମୁତୟନ ଥିଲା। ଚାକିରି ଛାଡ଼ି ସେ ରାଜନୀତରେ ପାଦ ରଖି ଥିଲା ଏବଂ ନିଜ ପଞ୍ଚାୟତର ମୁଖିଆ ହୋଇଥିଲା। ୨୦୧୬ରେ ପୁଲିସ୍‌ ଭର୍ତ୍ତି ପରୀକ୍ଷାରେ ପେପର ଲିକ୍‌ରେ ସର୍ବ ପ୍ରଥମେ ତାର ନାଁ ଆସିଥିଲା, ପରେ ବିଏସସି ଶିକ୍ଷକ ଭର୍ତ୍ତି ପରୀକ୍ଷାରେ ପେପର ଲିକ୍‌ କାଣ୍ଡରେ ତାର ସଂପୃକ୍ତି ରହିଛି। ତାର ଗାଁ ଲୋକଙ୍କ କହିବାନୁସାରେ,ସଞ୍ଜୀବ ମୁଖିଆ ପତ୍ନୀ ମମତା କୁମାରୀ ହରନୌତ ବିଧାନସଭାରୁ ଏଲଜେପିର ଟିକେଟ୍‌ରେ ନିର୍ବାଚନ ବି ଲଢି ସାରିଛି, କିନ୍ତୁ ହାରିବାର ସାମନା କରିବାକୁ ପଡ଼ିଥିଲା। ଧିରେ ଧିରେ ପରୀକ୍ଷାରେ ପେପର ଲିକ୍‌ କରାଇବାରେ ତା ପରିବାରର ବିଜନେସ୍‌ ପାଲିଟ ଗଲା  , ଯେଉଁଥିରେ ତାର ପୁଅ ମଧ୍ୟ ଜଡ଼ିତ ଥିଲା। ବର୍ତ୍ତମାନ ସଞ୍ଜୀବ ମୁଖିଆଙ୍କର ପୁଅ ଡାକ୍ତର ଶିବ ବିଏସସି ପେପର ଲିକ୍‌ରେ ଜେଲ୍‌ରେ ବନ୍ଦୀ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.