ନୂଆଦିଲ୍ଲୀ,୨୮/୯ : ‘ସ୍ବର କୋକିଳା’ ଲତା ମଙ୍ଗେଶକର ହିନ୍ଦୀ ସିନେମାର ଭେଟରାନ ଏବଂ ମହାନ ସିଙ୍ଗର ଥିଲେ । ସେ ନିଜ କ୍ୟାରିୟରରେ ସବୁ କିଛି ହାସଲ କରିପାରିଥିଲେ ଯାହା ଜଣେ ଗାୟକର ସ୍ବପ୍ନ ଥାଏ । ହିନ୍ଦୁସ୍ତାନର ମାଟିରେ ଲତା ମଙ୍ଗେଶକରଙ୍କ ଭଳି କୌଣସି ଅନ୍ୟ କଣ୍ଠଶିଳ୍ପୀ ନାହାନ୍ତି ।
ଲତା ମଙ୍ଗେଶକର ନିଜ କଣ୍ଠ ଶ୍ବର ମାଧ୍ୟମରେ ପୂରା ବିଶ୍ବକୁ ନିଜର ଦିଓ୍ବାନା କରିପାରିଥିଲେ । ଲତା ଜୀଙ୍କ ଜନ୍ମ ୨୮ସେପ୍ଟେମ୍ବର ୧୯୨୯ରେ ଇନ୍ଦୋର ଠାରେ ହୋଇଥିଲା । ସେ ଯଦି ଜୀବୀତ ଥାନ୍ତେ ତେବେ ନିଜର ୯୫ତମ ଜନ୍ମଦିନ ସେ ପାଳନ କରିଥାନ୍ତେ । ଆଜି ତାଙ୍କ ବାର୍ଥ ଆନିଭର୍ସରୀ ଅଟେ । ଏହି ଅବସରରେ ଫ୍ୟାନ୍ସ ଏବଂ ସେଲିବ୍ରେଟି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ସେହିଭଳି ପିଏମ୍ ମୋଦୀ ବି ଲତାଜୀଙ୍କୁ ମନେ ପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ଲତା ମଙ୍ଗେଶକର ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଏକ ବିଶେଷ ସମ୍ପର୍କ ଥିଲା । ଉଭୟ ଜଣେ ଅନ୍ୟ ଜଣଙ୍କୁ ବହୁ ସମ୍ମାନ କରୁଥିଲେ । ଲତା ଜୀ ଏବଂ ପିଏମ ମୋଦୀଙ୍କ ମଧ୍ୟରେ କେତେକ ଥର ଭେଟ ବି ହୋଇଥିଲା । ଲତା ଜୀଙ୍କ ନିଧନରେ ବି ପ୍ରଧାନମନ୍ତ୍ରୀ ଶୋକ ବ୍ୟକ୍ତ କରିଥିଲେ । ସେହିଭଳି ତାଙ୍କ ବାର୍ଥ ଆନିଭର୍ସରୀରେ ପିଏମ୍ ଲତାଜୀଙ୍କୁ ମନେ ପକାଇଛନ୍ତି ।
ପିଏମ୍ ମୋଦୀ ନିଜ ଏକ୍ସ ହ୍ୟାଣ୍ଡେଲରେ ଲତା ମଙ୍ଗେଶକରଙ୍କ ସାଙ୍ଗରେ ନିଜର ଏକ ଫଟୋ ସେୟାର କରିଛନ୍ତି । ସେ ଥିରେ ପିଏମ୍ ଲତାଜୀଙ୍କୁ ନଇଁ କି ପ୍ରଣାମ କରୁଥିବା ନଜର ଆସୁଛନ୍ତି । ପିଏମ୍ ନିଜ ପୋଷ୍ଟରେ ଲେଖିଛନ୍ତି କି, ଲତା ଦିଦି ନିଜ ଭାବପୂର୍ଣ୍ଣ ଗୀତର କାରଣରୁ ସେ ସବୁବେଳେ ଲୋକଙ୍କ ହୃଦୟରେ ଜୀବତ ରହିବେ । ଲତା ଦିଦି ଏବଂ ମୋର ଏକ ବିଶେଷ ସମ୍ପର୍କ ଥିଲା । ମୋତେ ତାଙ୍କର ସ୍ନେହ ଏବଂ ଆଶୀର୍ବାଦ ପ୍ରାପ୍ତ ହେବାର ସୌଭାଗ୍ୟ ମିଳିଛି ।