ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

UPSC ଛାତ୍ରୀ ରୁମ୍‌ରୁ ପାଇଲେ ଗୁପ୍ତ କ୍ୟାମେରା , ଘର ମାଲିକର ପୁଅ ଗିରଫ

ନୂଆଦିଲ୍ଲୀ :  ଦିଲ୍ଲୀରୁ ପୁଣି ଏକ ଲଜ୍ଜାକର ଘଟଣା ସାମନାକୁ ଆସିଛି। ଘର ଭଡ଼ା ନେଇ ରହୁଥିବା ଜଣେ ଯୁବତୀଙ୍କ ସହ ଘଟିଛି ଏକ ସାଂଘାତିକ ଘଟଣା। ତାଙ୍କର ବେଡ୍ ରୁମ୍‌ରେ ଓ ବାଥରୁମ୍‌ରେ ଲାଗିଥିଲା ଗୁପ୍ତ କ୍ୟାମେରା। ଆଉ ଏହି କାରନାମା କରିଥିଲା ସେହି ଭଡ଼ା ଘର ମାଲିକର ପୁଅ। ପୂର୍ବ ଦିଲ୍ଲୀର ଶକରପୁର ଅଞ୍ଚଳରୁ ପୁଲିସ ମଙ୍ଗଳବାର , କରଣ ନାମକ ୩୦ ବର୍ଷିୟ ଯୁବକଙ୍କୁ ଗିରଫ କରିଛି। ସେ ଘର ଭଡ଼ାରେ ଦେଇଥିବା ଜଣେ ଯୁବତୀଙ୍କ ବେଡରୁମ୍‌ରୁ ନେଇ ବାଥରୁମ୍‌ ଯାଏ ଗୁପ୍ତ କ୍ୟାମେରା ଲଗାଇ ଥିଲେ। ଗତ କିଛି ମାସ ହେବ ଯୁବତୀ ଜଣଙ୍କ ଏଠାରେ ରହି ୟୁପିଏସସି ପ୍ରସ୍ତୁତି କରୁଥିଲେ। ସେ ସହର ଠାରୁ ବାହାରକୁ ଯିବା ବେଳେ ଘର ମାଲିକର ପୁଅକୁ ଚାବି ଦେଉଥିଲେ। 

 ଲାଇଭ ହିନ୍ଦୁସ୍ତାନ ଡଟ୍‌ କମ୍‌ରେ ପ୍ରକାଶିତ ସୂଚନା ଅନୁସାରେ , ମାମଲା ସେତେବେଳେ ସାମନାକୁ ଆସିଲା ,ଯେତେବେଳେ ପୀଡ଼ିତା ନିଜର ହ୍ୱାଟ୍ସଆପ୍‌ରେ ସଦିଗ୍ଧ କାର୍ଯ୍ୟକଳାପକୁ ଦେଖିବାକୁ ପାଇଲେ। ଡିସିପି ଅପୂର୍ବ ଗୁପ୍ତା କହିଛନ୍ତି , ସେ ଜାଣିବାକୁ ପାଇଲେ କି ତାଙ୍କର ହ୍ୱାଟ୍ସଆପ୍‌ ଆକାଉଣ୍ଟ କୌଣସି ଅଜଣା ଲ୍ୟାପଟପ୍‌ରେ ଲଗ୍‌ ଇନ୍‌ ଅଛି। ସେ ତୁରନ୍ତ ଏହି ଡିଭାଇସ୍‌ରୁ ଲଗଆଉଟ୍‌ କରିଥିଲେ। ତାଙ୍କୁ ଆଉ କିଛି ଆଶଙ୍କା ହେବାରୁ ସେ ଘରର ତଲାସୀ ନେବା ଆରମ୍ଭ କଲେ। ସେତେବେଳେ ତାଙ୍କୁ ବାଥରୁମ୍‌ର ବଲବ୍ ହୋଲଡରରେ ଏକ ଗୁପ୍ତ କ୍ୟାମେରା ମିଳିଲା। ଏହାପରେ ସେ ସୋମବାର ପିସିଆରକୁ କଲ୍‌ କଲେ। ପୁଲିସ ଟିମ୍‌ ଯେତେବେଳେ ଘରର ତଲାସୀ ନେଲା ତ ଆଉ ଏକ କ୍ୟାମେରା ବେଡରୁମ୍‌ର ବଲବ୍‌ ହୋଲଡରରୁ ପାଇଲେ। 

ଯୁବତୀ ପୁଲିସକୁ କହିଛନ୍ତି , ଯେବେ ବି ସେ ସହର ଠାରୁ ବାହାରକୁ ଯାଉ ଥିଲେ ,ସେ ଚାବି କରଣଙ୍କୁ ( ଘର ମାଲିକ ପୁଅ) ଦେଉଥିଲେ , ଯିଏ କି ସେହି ବିଲ୍ଡିଂରେ ଅଲଗା ମହଲାରେ ରୁହନ୍ତି । ପଚରାପଚରି ବେଳେ କରଣ ସ୍ୱୀକାର କରିଥିଲେ କି , ୩ ମାସ ପୂର୍ବେ ଯେବେ ଯୁବତୀ ଜଣଙ୍କ ୟୁପିରେ ନିଜ ଘରକୁ ଯାଇଥିଲେ , ସେତେବେଳେ ସେ ଏହି କାମ କରିଥିଲେ। ସୁଯୋଗର ଫାଇଦା ଉଠାଇ ସେ ତିନୋଟି ଗୁପ୍ତ କ୍ୟାମେରା ଲଗେଇ ଥିଲେ। ଗୋଟିଏ ବାଥରୁମ୍‌ ଓ ଅନ୍ୟଟି ବେଡରୁମ୍‌ରେ ଫିଟ୍ କରିଥିଲେ।

ଏହି କ୍ୟାମେରା ଗୁଡ଼ିକୁ ଅନଲାଇନ୍ ଅପରେଟ୍‌ କରାଯାଇ ପାରୁ ନଥିଲା। ଭିଡ଼ିଓରେ ଲାଗି ଥିବା ଏକ ମେମୋରୀ କାର୍ଡରେ ଷ୍ଟୋର ହେଉଥିଲା। ଯୁବତୀଙ୍କ କହିବାନୁସାରେ , କରଣ ରୁମ୍ ରିପାୟରିଂ କରାଇବା ବାହାନାରେ ଅନେକ ସମୟରେ ଚାବି ନେଉଥିଲେ । ଆଉ ସବୁ ଭିଡ଼ିଓକୁ ନିଜ ଲ୍ୟାପଟପ୍‌ରେ ଟ୍ରାନ୍ସଫର କରୁଥିଲେ। ଯାଞ୍ଚ ବେଳେ ୩ୟ କ୍ୟାମେରା ଓ ଦୁଇଟି ଲ୍ୟାପଟପ୍‌ ମଧ୍ୟ ଜବତ କରାଯାଇଛି। ଏହି ଲ୍ୟାପଟପ୍‌ରେ ସେ ରେକର୍ଡ କରୁଥିବା ଭିଡ଼ିଓ ଷ୍ଟୋର କରୁଥିଲେ। 

ବିଏନଏସର ସମ୍ୱନ୍ଧିତ ଧାରାରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ କରଣ ମଧ୍ୟ ଜଣେ ଗ୍ରାଜୁଏଟ୍‌। ସେ ଗତ ୭ ବର୍ଷ ହେବ ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ପୁଲିସ ମୁତାବିକ ତାଙ୍କରର କୌଣସି ଅପରାଧିକ ଇତିହାସ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.