ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ଭରତପୁର ଥାନାରେ ହଙ୍ଗାମା ଘଟଣା: ପଲିଗ୍ରାଫ୍‌ରୁ ବାହାରିବ ସତ, ଗୁଜରାଟ ଗାନ୍ଧୀନଗର ଯିବେ ନିଲମ୍ବିତ IIC

ଭୁବନେଶ୍ୱର,୨୬/୦୯: ଭରତପୁର  ଥାନାରେ ୧୫ ତାରିଖ ରାତିରେ କ’ଣ ଘଟିଥିଲା?  ସେନାଧିକାରୀ ଓ ତାଙ୍କ ବାନ୍ଧବୀ କ’ଣ ସତରେ ନିର୍ଯାତନା ଓ ଅସଦାଚରଣର ଶିକାର ହୋଇଥିଲେ?  ଏଭଳି ସଙ୍ଗୀନ ଅଭିଯୋଗ ପଛର ସତ ଜାଣିବାକୁ  ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ୍‌,  ବ୍ରେନ୍‌ ଫିଙ୍ଗର ପ୍ରିଣ୍ଟିଂ ଓ ନାର୍କୋ ଆନାଲିସିସ୍‌  ପରୀକ୍ଷା କରାଯିବ । ଦୀନକୃଷ୍ଣଙ୍କ ସହମତି ପରେ  ଏସ୍‌ଡିଜେଏମ୍‌ ଏହି ପରୀକ୍ଷା ପାଇଁ ଅନୁମତି  ଦେଇଛନ୍ତି ।  

ବୁଧବାର ପୂର୍ବାହ୍ଣରେ ଦୀନକୃଷ୍ଣ ଏସ୍‌ଡିଜେଏମ୍‌ଙ୍କ ଠାରେ ହାଜର ହୋଇଥିଲେ । ସେ କୌଣସି  ଆଇନଜୀବୀଙ୍କ ସାହାଯ୍ୟ ନେବାକୁ ମନା କରିଥିଲେ ।  ବିଚାରପତିଙ୍କ ସାମ୍ନାରେ ନିଜ ପକ୍ଷ ରଖି ସେ  କହିଥିଲେ, ମୁଁ ନିର୍ଦ୍ଦୋଷ । ମୋ ବିରୋଧରେ ଯାହା  ବି ଅଭିଯୋଗ ହୋଇଛି, ସେଥିରେ ମୋର କୌଣସି  ସମ୍ପୃକ୍ତି ନାହିଁ । ପଲିଗ୍ରାଫ୍‌ ଟେଷ୍ଟ ସହିତ ନାର୍କୋ  ଆନାଲିସିସ୍‌ ଓ ବ୍ରେନ୍‌ ଫିଙ୍ଗର ପ୍ରିଣ୍ଟିଂ ପରୀକ୍ଷା ପାଇଁ  ମୋର କୌଣସି ଆପତ୍ତି ନାହିଁ ।  

ଏହି ୩ଟି ଟେଷ୍ଟ ପାଇଁ ଦୀନକୃଷ୍ଣଙ୍କୁ ଗୁଜରାଟ  ଗାନ୍ଧୀନଗରସ୍ଥିତ ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର  (ଏସ୍‌ଏଫ୍‌ଏସଏଲ) ନେବାକୁ ନିର୍ଦ୍ଦେଶ ଦେଇଛନ୍ତି  ଏସ୍‌ଡିଜେଏମ୍‌ । ଏସ୍‌ଓପି ଅନୁସାରେ ପରୀକ୍ଷା  କରାଇ ଯଥାଶୀଘ୍ର ମେଡିକାଲ ରିପୋର୍ଟ ଅଦାଲତରେ  ଉପସ୍ଥାପନ ପାଇଁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତକାରୀ  ଅଧିକାରୀ ଡିଏସ୍‌ପି ନରେନ୍ଦ୍ର ବେହେରା ଆଦେଶିତ  ହୋଇଛନ୍ତି । ପରୀକ୍ଷାରୁ ନିର୍ଯାତନାର ସତ୍ୟାସତ୍ୟ  ବାହାରିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଆଶା ରଖିଛି ।   

ଅନ୍ୟପଟେ କ୍ରାଇମ୍‌ବ୍ରାଞ୍ଚର ତଦନ୍ତକାରୀ ଦଳ  ସାମ୍ନାରେ ପୂରା ଘଟଣାର ପୁନରାବୃତ୍ତି କରିଛନ୍ତି  ସେନାଧିକାରୀ ଓ ତାଙ୍କ ବାନ୍ଧବୀ । ଶ୍ରୀ ବେହେରାଙ୍କ  ସମେତ ୫ ଜଣିଆ କ୍ରାଇମ୍‌ବ୍ରାଞ୍ଚ ଦଳ ସକାଳ  ୮ଟାରେ ଭରତପୁର ଥାନାରେ ପହଞ୍ଚିଥିଲେ ।  ତାଙ୍କ ସହ ଏକ ଫୋରେନ୍ସିକ ଦଳ ମଧ୍ୟ ସେଠାକୁ  ଯାଇଥିଲେ । ସେନାଧିକାରୀ ଓ ବାନ୍ଧବୀ ଅଧଘଣ୍ଟାଏ  ପରେ ଥାନାରେ ପହଞ୍ଚିଥିଲେ । ତାଙ୍କ ସହ ଥିଲେ  ୧୨୦ ଇନ୍‌ଫ୍ରାଣ୍ଟ୍ରି ବାଟାଲିୟନର ଜଣେ କମାଣ୍ଡିଂ  ଅଧିକାରୀ ଓ ୮ଜଣ ଯବାନ । ଉଭୟ ପୀଡି଼ତଙ୍କ  ସୁରକ୍ଷା ପାଇଁ ସେନା ଯବାନମାନେ ସାଙ୍ଗରେ  ଥିଲେ । କ୍ରାଇମ୍‌ବ୍ରାଞ୍ଚ ପହଞ୍ଚିବା ପୂର୍ବରୁ ୩ ନିଲମ୍ବିତ  ମହିଳା ଅଧିକାରିଣୀ (ସବ୍‌ଇନ୍ସପେକ୍ଟର ବୈଶାଳିନୀ  ନାୟକ, ଏଏସ୍‌ଆଇ ସଳୀଳମୟୀ ସାହୁ, ଏଏସ୍‌ଆଇ  ସାଗରିକା ନାଥ) ଥାନାରେ ଉପସ୍ଥିତ ଥିଲେ ।   

ଘଟଣାଦିନ ଥାନାରେ ପହଞ୍ଚିବାଠାରୁ ହସ୍ପିଟାଲ  ଯିବା ଯାଏଁ ପ୍ରତିଟି ମୁହୂର୍ତ୍ତ ଜାଣିବାକୁ ଚେଷ୍ଟା  କରିଥିଲେ ତଦନ୍ତକାରୀ ଦଳ । ସେନାଧିକାରୀ ଓ  ବାନ୍ଧବୀଙ୍କୁ ପୁଲିସ କିଭଳି ଦୁର୍ବ୍ୟବହାର କରିଥିଲା?  ଉଭୟଙ୍କ ଅଭିଯୋଗପତ୍ର ରଖିଥିଲେନି କାହିଁକି? ଗାଳିଗୁଲଜ କରିଥିଲେ କି ନାହିଁ? କେଉଁ ଅବସ୍ଥାରେ  ଓ କାହିଁକି ବାନ୍ଧବୀଜଣକ ବାରମ୍ବାର କବାଟ ଠକ୍‌ ଠକ୍‌  କରୁଥିଲେ? ଉପସ୍ଥିତ ଅନ୍ୟ ପୁଲିସ ଅଧିକାରୀଙ୍କ  ବ୍ୟବହାର କେମିତି ଥିଲା? ସବୁକିଛି ଗୋଟି  ଗୋଟି କରି ଅଭିନୟ ଜରିଆରେ ଦେଖାଇଥିଲେ  ସେନାଧିକାରୀଓ ତାଙ୍କ ବାନ୍ଧବୀ ।  

ଉଭୟଙ୍କ ବିରୋଧରେ ହୋଇଥିବା ମାମଲା  ଆଧାରରେ ୩ ନିଲମ୍ବିତ ପୁଲିସ ଅଧିକାରିଣୀଙ୍କଠାରୁ  ତଥ୍ୟ ଆଦାୟ କରିଥିଲା କ୍ରାଇମ୍‌ବ୍ରାଞ୍ଚ । ବାନ୍ଧବୀଜଣକ  କାହିଁକି ଚିଲ୍ଲାଉଥିଲେ? ଅଶ୍ରବ୍ୟ ଭାଷାରେ  ଗାଳିଗୁଲଜ କରିଥିଲେ କି? କେଉଁ ପରିସ୍ଥିତିରେ ଓ  କାହିଁକି ପୁଲିସଙ୍କ ହାତକୁ କାମୁଡି଼ଥିଲେ? ଏସବୁର  ଦୃଶ୍ୟକୁ ୩ଜଣ ମନପକାଇଥିଲେ । 

ପ୍ରାୟ ୫ ଘଣ୍ଟାର ଘଣ୍ଟାଚକଟା ପରେ  କ୍ରାଇମ୍‌ବ୍ରାଞ୍ଚ ଦଳ ସେନାଧିକାରୀ ଓ ବାନ୍ଧବୀଙ୍କୁ  ଧରି ପଥରଗାଡି଼ଆର ସୁନ୍ଦରପୁର ଅଞ୍ଚଳକୁ  ଯାଇଥିଲା। ସେଠାରେ ଉଭୟ ପାଶ୍ୱର୍ରୁ ରାସ୍ତାକୁ ବନ୍ଦ  କରାଯାଇଥିଲା । ୭ଜଣ ଅସାମାଜିକ କେଉଁ ପଟୁ  ତାଙ୍କ ଆଡ଼କୁ ଆସିଲେ? ସେମାନଙ୍କ ମଧ୍ୟରେ କାହିଁକି  ବଚସା ଓ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା? କେଉଁ  ରାସ୍ତା ଦେଇ ସେମାନେ ଖସି ପଳାଇଥିଲେ? ଉଭୟ  ପୀଡି଼ତ ଏସବୁ ଘଟଣାର ପୁନରାବୃତ୍ତି କରିଥିଲେ ।  

କ୍ରାଇମ୍‌ବ୍ରାଞ୍ଚର ଫୋରେନ୍ସିକ ଦଳ ସମସ୍ତ ତଦନ୍ତ  ଓ ଯାଞ୍ଚ ପ୍ରକ୍ରିୟାର କ୍ୟାମେରାରେ ରେକର୍ଡ କରିଥିଲା ।  ‘ଫାରୋ’ର ୩ଡି କ୍ୟାମେରା ଯୋଗେ ଥାନା ଭିତରେ  ପ୍ରତିଟି ମୁହୂର୍ତ୍ତର ଭିଡିଓ କଏଦ୍‌ କରାଯାଇଥିଲା ।  କ୍ୟାମେରାଟି ୩୬୦ ଡିଗ୍ରୀରେ ଚର୍ତୁଦିଗ ଘୁରି ସ୍କାନର  ଯୋଗେ ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.