ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ସ୍କୁଲ ବ୍ୟାଗ୍ ନେବାକୁ ଭୁଲି ଯାଇଥିଲେ ୟୁକେଜିର ଛାତ୍ର , ମାଡ଼ ମାରିବା ସହ ପିଲାକୁ ଇଲେକ୍ଟ୍ରିକ୍‌ ଶକ୍ ଦେଲେ ଶିକ୍ଷୟିତ୍ରୀ

ଆଗ୍ରା : ୟୁପିର ଆଲିଗଡ଼ରୁ ଜଣେ ଶିକ୍ଷୟିତ୍ରୀଙ୍କ ନିଷ୍ଠୁରକାଣ୍ଡର ଖବର ସାମନାକୁ ଆସିଛି। ୟୁକେଜିରେ ପଢୁଥିବା ୭ବର୍ଷିୟ ଜଣେ ଛୋଟ ପିଲାକୁ ଦେଇଥିବା ନିର୍ଦ୍ଦୟ ଦଣ୍ଡ ଏବେ ଚର୍ଚ୍ଚାରେ। ପିଲାଟି ସ୍କୁଲ୍ ବ୍ୟାଗ ନେବାକୁ ଭୁଲି ଯାଇଥିଲା। ଫଳରେ ଶିକ୍ଷୟିତ୍ରୀ ଏଥିରେ ରାଗି ଯାଇ ଥିଲେ। ଆଉ ଅତି ଦୟନୀୟ ଭାବେ ମାଡ଼ ମାରି ଥିଲେ, ଏହାପରେ ପିଲାର ପୋଷାକ ଓହ୍ଲାଇ ତାଙ୍କୁ ଦେଇଥିଲେ ବିଦ୍ୟୁତ୍‌ ଆଘାତ୍‌। 

ୱିଓ ନ୍ୟୁଜ ଡଟ୍‌ କମ୍‌ ଅନୁସାରେ , ସ୍କୁଲ୍‌ ପରେ ପିଲାଟି କାନ୍ଦି କାନ୍ଦି ଘରକୁ ଫେରି ଥିଲା ଏବଂ ନିଜ ମାଆଙ୍କୁ ଶିକ୍ଷୟିତ୍ରୀଙ୍କ ମାଡ଼ ମାରିବା କଥା କହି ସ୍କୁଲ ଯିବାକୁ ମନା କରିଥିଲା। ମାଆ ତା ଠାରୁ ଶିକ୍ଷକଙ୍କର ନିଷ୍ଠୁରତା ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହୋଇ ଗଲେ। ବାପା-ମାଆ ଯାଇ ପୁଲିସରେ ମାମଲା ରୁଜୁ କଲେ। ଉକ୍ତ ଘଟଣାର ଏକ ସିସିଟିଭି ଫୁଟେଜ୍‌ ମଧ୍ୟ ସାମନାକୁ ଆସିଛି। ବର୍ତ୍ତମାନ ପୁଲିସ ଏହି ଫୁଟେଜକୁ କବଜାକୁ ନେଇ ଯାଞ୍ଚ କରୁଛି।

ଲୋଧା ପୁଲିସ ଥାନା ଅଞ୍ଚଳର ଭାରତ ନଗଲା ଗାଁର ନିବାସୀ ଦିଲ୍ଲୀପ କୁମାର କହିଛନ୍ତି, ତାଙ୍କ ପୁଅ ଜେମ୍ସ ଖେରେଶ୍ୱର ଧାମ ମନ୍ଦିର ପାଖ ଏକ ଘରୋଇ ସ୍କୁଲରେ ୟୁକେଜିର ଛାତ୍ର। ଘଟଣା ଦିନ ଦିଲ୍ଲୀପ ସହର ବାହାରେ ଥିଲେ ଏବଂ ପିଲାର ମାଆ ଅସୁସ୍ଥ ଥିଲେ। ଏଥିପାଇଁ ପିଲାର ଜେଜେମାଆ ତାକୁ ସ୍କୁଲକୁ ଛାଡ଼ିବାକୁ ଯାଇଥିଲେ। ପରିବାର ଲୋକେ ଅଭିଯୋଗ କରିଛନ୍ତି କି, ପିଲାଟି ନିଜ ସ୍କୁଲ ବ୍ୟାଗ୍‌ ନେବାକୁ ଭୁଲି ଯାଇ ଥିଲା। ଯେଉଁଥିରେ ଶିକ୍ଷୟିତ୍ରୀ ତାକୁ ଖୁବ୍ ନିର୍ଦ୍ଦୟ ଭାବେ ପିଟି ଥିଲେ। ଏଥିରେ ମନ ଶାନ୍ତି ନହେବାକୁ, ଶିକ୍ଷୟିତ୍ରୀ  ପୁଣି ପିଲାର ପୋଷାକ ଓ ଜୋତା ଓହ୍ଲାଇ ତାକୁ ବିଦ୍ୟୁତ୍ ଆଘାତ ଦେଇ ଥିଲେ। 

ଘଟଣା ବିଷୟରେ ପିଲାଠୁ ଶୁଣିବା ପରେ, ପରିବାର ଲୋକେ ତୁରନ୍ତ ସ୍କୁଲକୁ ଯାଇ ବିରୋଧ କରିଥିଲେ ଏବଂ ପୁଲିସକୁ ଘଟଣା ବିଷୟରେ ଜଣାଇ ଥିଲେ। ଅଭିଯୋଗ ପରେ ଲୋଧା ପୁଲିସ ଥାନା ପ୍ରଭାରୀ ରାଜଭୀର ସିଂହ ପରମାର ଏବଂ ତାଙ୍କର ଟିମ୍‌ ସ୍କୁଲରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ। ସ୍କୁଲର ଅନ୍ୟ କର୍ମଚାରୀଙ୍କୁ ପଚରା ପଚରି କରିଥିଲେ।

ଅନ୍ୟପଟେ ସ୍କୁଲର ପ୍ରଧାନାଚାର୍ଯ୍ୟ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି , ପିଲାକୁ ବିଦ୍ୟୁତ୍‌ ଆଘାତ ହେବା ଅଭିଯୋଗ ମିଛ। ଆମେ ସିସିଟିଭି ଫୁଟେଜ ଦେଖାଇବାକୁ ପ୍ରସ୍ତୁତ , ସବୁ ଅଭିଯୋଗ ଭିତ୍ତିହୀନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.