ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ବିବାହ ପ୍ରଲୋଭନ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ବ୍ରହ୍ମପୁରରୁ ବ୍ୟାଙ୍କ କ୍ୟାସିୟର ଗିରଫ

ପୁରୀ,୨୬/୦୯: ମାଟ୍ରିମୋନିଆଲରୁ ପରିଚୟ । ପରେ ପ୍ରେମ । ଏହା ପରେ ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ଦୁଷ୍କର୍ମ । ଶେଷରେ ବିବାହକୁ ଅରାଜି ହେବାରୁ  ବନ୍ଧା ହେଲେ ଜଣେ ବ୍ୟାଙ୍କ କ୍ୟାସିୟର । ଏଭଳି ଏକ ଘଟଣା ବ୍ରହ୍ମପୁରରୁ ପୁରୀ  ଯାଏଁ ଚର୍ଚ୍ଚାର ବିଷୟ ପାଲଟିଛି । ପୁରୀ ଟାଉନ ଥାନା ପୁଲିସ ଅଭିଯୁକ୍ତକୁ ବାନ୍ଧିଛି ।  ଅଭିଯୁକ୍ତ ହେଲା ବ୍ରହ୍ମପୁରର ରବୀନ୍ଦ୍ରନାଥ ସେଠୀ (୩୩) । ସେ ଏକ ଘରୋଇ  ବ୍ୟାଙ୍କ ବ୍ରହ୍ମପୁର ଶାଖାରେ କ୍ୟାସିୟର ଭାବେ  ଚାକିରି କରିଥିବା ପୁଲିସ କହିଛି ।  

ପୁଲିସ ସୂତ୍ରରୁ ପ୍ରକାଶ, ରବୀନ୍ଦ୍ର  ଓ ପୀଡ଼ିତା ଦୁହେଁ ବିବାହିତ । କିନ୍ତୁ ଉଭୟଙ୍କ ପତ୍ନୀ ଓ ପତିଙ୍କୁ ଛାଡ଼ପତ୍ର ଦେଇଛନ୍ତି । ଅନ୍ୟତ୍ର ବିବାହ କରିବାକୁ  ମାଟ୍ରିମୋନିଆଲରେ ବିଜ୍ଞାପନ ଦେଇଥିଲେ । ମାଟ୍ରିମୋନିଆଲରୁ ପରସ୍ପର  ମୋବାଇଲ ନମ୍ବର ପାଇ କଥା ହୋଇଥିଲେ । କଥାରୁ ଦୁହିଁଙ୍କ ମଧ୍ୟରେ ପ୍ରେମ  ହୋଇଥିଲା । ଏହାପରେ ଉଭୟ ବିବାହ କରିବାକୁ କଥା ହୋଇଥିଲେ । ଜୁନ ୩୦  ତାରିଖରୁ ଉଭୟଙ୍କ ସମ୍ପର୍କ ଯୋଡ଼ି ହୋଇଥିଲା । ପୁରୀ ଟାଉନ ଥାନା ଅଞ୍ଚଳରେ  ଥିବା ୨ଟି ହୋଟେଲରେ ଦୁହେଁ ବହୁତ ଥର ଭେଟ ହାଇଥିବା ଅଭିଯାଗ ହାଇଛି । ବିବାହ ପ୍ରତିଶୃତି ଦେଇ ରବୀନ୍ଦ୍ର ଏହି ମହିଳାଙ୍କୁ ହାଟେଲ ରୁମରେ ବାରମ୍ବାର ଦୁଷ୍କର୍ମ କରିଥିବା ପୀଡ଼ିତା ଏତଲା ଦେଇଛନ୍ତି । ଶାରୀରିକ ସମ୍ପର୍କ ରଖି  ପରେ ବିବାହ କରିବାକୁ ମନା କରିଦେଇଥିଲା ରବୀନ୍ଦ୍ର । ତେଣୁ ଏନେଇ ଟାଉନ  ଥାନାରେ ବୁଧବାର ଏତଲା ଦେଇଥିଲେ ପୀଡ଼ିତା । ବଳାତ୍କାର ମାମଲା ରୁଜୁ  କରି ବ୍ରହ୍ମପୁର ଯାଇଥିଲେ ଆଇଆଇସି ସୁନୀଲ ପ୍ରଧାନ । ବ୍ୟାଙ୍କ ଡ୍ୟୁଟି ସାରି  ବାହାରିବା ବେଳେ ବ୍ରହ୍ମପୁର ଟାଉନ ଥାନା ପୁଲିସ ସହାୟତାରେ ରବୀନ୍ଦ୍ରକୁ  ଉଠାଇ ଆଣିଥିଲେ । ବିଳମ୍ବିତ ରାତିରେ ରବୀନ୍ଦ୍ରକୁ ନେଇ ପୁରୀ ଫେରିଛି  ପୁଲିସ ଟିମ । ଗୁରୁବାର ତାକୁ କାର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.