ନୂଆଦିଲ୍ଲୀ: ପ୍ରୟାଗରାଜର ଆଲ୍ଲାହାବାଦ ହାଇକୋର୍ଟରୁ ଆବାସ୍ ଅନସାରୀଙ୍କୁ ଏକ ବଡ ଝଟକା ଲାଗିଛି। ବାସ୍ତବରେ ଆହ୍ଲାବାଦ ହାଇକୋର୍ଟ ଅବାସ୍ ଅନସାରୀଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଆହ୍ଲାବାଦ ହାଇକୋର୍ଟ ଆଜି (ଗୁରୁବାର) ସୁହଲଦେବ୍ ଭାରତୀୟ ସମାଜ ପାର୍ଟି ବିଧାୟକ ଅବାସ ଅନସାରୀଙ୍କ ଜାମିନ ଆବେଦନ ଉପରେ ରାୟ ଶୁଣାଣି କରିଛନ୍ତି। ସୂଚନାଥାଉକି,ଗ୍ୟାଙ୍ଗଷ୍ଟର ଅଧିନିୟମ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ମାମଲାରେ ଜାମିନ ପାଇଁ ଆବାସ୍ ଅନସାରୀ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ସମିତ ଗୋପାଳଙ୍କ ଏକକ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଥାଉକି, ଏହା ପୂର୍ବରୁ ବାହୁବଳି ମୁଖତାର ଅନସାରୀଙ୍କ ବିଧାୟକ ପୁଅ ଅବାସ ଅନସାରୀଙ୍କୁ ସୁପ୍ରିମକୋର୍ଟଙ୍କ ତରଫରୁ ଏକ ବଡ ଝଟକା ଲାଗି ସାରିଛି। ନିକଟରେ ସୁପ୍ରିମକୋର୍ଟ ଅବାସ ଅନସାରୀଙ୍କ ଅନ୍ତରୀଣ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ।
ସୂଚନାଥାଉକି,ଅବାସ ଅନସାରୀ ଆର୍ମସ୍ ଆକ୍ଟ ସହ ଜଡିତ ମାମଲାରେ ସୁପ୍ରିମକୋର୍ଟରେ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ। ଗତ ଶୁଣାଣିରେ କୋର୍ଟ ଅବାସ ଅନସାରୀଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ କିନ୍ତୁ ଏହା ପରେ ଇଡି ଅର୍ଥ ହେରଫେର ମାମଲାରେ ଅବାସ ଅନସାରୀଙ୍କୁ ଗିରଫ କରିଥିଲା।
ଏଠାରେ ଉଲ୍ଲେଖନୀୟ କି, ଡିସେମ୍ବର ୨୦୨୨ ରେ ମାଫିଆ ତଥା ମାଉର ପୂର୍ବତନ ବିଧାୟକ ମୁଖତାର ଅନସାରୀଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟଙ୍କ ୮ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ଇଡି ସଲଗ୍ନ କରିଥିଲା । ତେବେ ଚଳିତ ବର୍ଷ ପ୍ରାରମ୍ଭରେ ବାହୁବଳୀ ମାଫିଆ ମୁଖତାର ଅନସାରୀ ଜେଲରେ ମୃତ୍ୟୁ ବରଣ କରିଥିଲେ। ତେବେ ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ, ମୁଖତାର ଅନସାରୀଙ୍କ ମୃତ୍ୟୁ ସ୍ୱାଭାବିକ ନୁହେଁ ।