ବୈପାରୀଗୁଡା, ୨୭/୯ : ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ମହିଳା ସହକାରୀ ଯନ୍ତ୍ରୀ l କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ କାର୍ଯ୍ଯାଳୟରେ ମହିଳା ସହକାରୀ ଯନ୍ତ୍ରୀ ଭାନୁମୋତି ଟୁଡୁ କାର୍ଯ୍ୟରତ ଥିଲେ ।
ଭାନୁମୋତି ଆଜି ପୂର୍ବାହ୍ନରେ ଘୁମର ଗାଁର ଜଣେ ହିତାଧିକାରୀଙ୍କଠାରୁ ଗାଈ ଗୁହାଳ ନିର୍ମାଣ କାର୍ଯ୍ୟର ବିଲ୍ ପାସ କରିବାକୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିଲେ l ସେହି ସମୟରେ ଜୟପୁର ଭିଜିଲାନ୍ସ ଟିମ ମାଡ଼ି ବସିଥିଲେ l ରଙ୍ଗବୋଳା ଟଙ୍କା ଜବତ କରିବା ସହ ତାଙ୍କ ଅଫିସ ଚାମ୍ବର ତନାଘନା ଚାଲିଛି ଏବଂ ସହକାରୀ ଯନ୍ତ୍ରୀଙ୍କୁ ପଚାରାଉଚରା ଚାଲିଛି l ଏଥିସହ ତାଙ୍କ ନିଜ ଘର ସୁନାବେଡାରେ ମଧ୍ୟ ରେଡ ଚାଲିଥିବା ସୂଚନା ମିଳିଛି l