ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା: ସିବିଆଇର ବଡ଼ ଦାବି, ପୋଲିସ ଷ୍ଟେସନରେ ତିଆରି ହୋଇଥିଲା ନକଲି ରେକର୍ଡ

Image Courtesy: indiatvnews

 କୋଲକାତା: ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଭିନ୍ନ ମୋଡ ନେଇଛି । ପୋଲିସ ଷ୍ଟେସନ୍‌ରେ ପ୍ରମାଣ ପରିବର୍ତ୍ତନ କରାଯାଇଥିବା ନେଇ ଦାବି କରିଛି ସିବିଆଇ । ଏହା ପୂର୍ବରୁ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରମାଣ ହେରଫେର କରିଥିବା ନେଇ ପୋଲିସ ବିରୋଧରେ ଅଭିଯୋଗ ଆସିଥିଲା । ଏହି ମାମଲାରେ ଟାଲା ଥାନାର ତତ୍କାଳୀନ ଅଫିସର ଇନ ଚାର୍ଜ ଅଭିଜିତ ମଣ୍ଡଳଙ୍କୁ ଗିରଫ କରିଥିଲା ସିବିଆଇ । ଏବେ ପୁଣି ଥରେ ଟାଲା ଥାନା ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି । 

ଥାନାରେ ପ୍ରମାଣ ପରିବର୍ତ୍ତନ କରାଯାଇ ମିଥ୍ୟା ରେକର୍ଡ ତିଆରି କରାଯାଇଛି । ସ୍ବତନ୍ତ୍ର ସିବିଆଇ କୋର୍ଟରେ ଏନେଇ ଖୁଲାସା କରିଛି କେନ୍ଦ୍ରୀୟ ତଦନ୍ତ ଏଜେନ୍ସି । ଅଗଷ୍ଟ ୯ରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଡାକ୍ତରଙ୍କ ମୃତଦେହ ମିଳିଥିଲା । ଶବ ବ୍ୟବଚ୍ଛେଦ ହେବା ପରେ ଡାକ୍ତରଙ୍କୁ ଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଥିଲା । ଏହି ମାମଲାରେ ସଂଜୟ ରୟକୁ ଗିରଫ କରିଥିଲା ପୋଲିସ । ପରେ ଏହି ମାମଲାରେ ହାତ ଥିବା ନେଇ କଲେଜର ପୂର୍ବତନ ପ୍ରିନ୍ସିପାଲ୍‌ ସିନ୍ଦୀପ ଘୋଷ ଏବଂ ଟାଲା ଥାନାର ପୂର୍ବତନ ଓଆଇସି ଅଭିଜିତ ମଣ୍ଡଳଙ୍କୁ ଗିଫର କରାଯାଇଥିଲା । 

ବୁଧବାର ଅଭିଜିତ ମଣ୍ଡଳ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ଏହି ସମୟରେ ସିବିଆଇ ବିଭିନ୍ନ ପ୍ରମାଣ ଦେଇ ତାଙ୍କର ଜାମିନ ଆବେଦନକୁ ବିରୋଧ କରିଥିଲା । ଏଥିରେ ପ୍ରମାଣ ସହ ହେରଫେର କରାଯାଇଥିବା ନେଇ କୋର୍ଟରେ ଜଣାଇଥିଲା ସିବିଆଇ । ସିବିଆଇ ଦାବି କରିଥିଲା ଯେ, ଟାଲା ଥାନାରେ ମିଥ୍ୟା ରେକର୍ଡ ତିଆରି କରାଯାଇଛି । ତେବେ ଆରମ୍ଭରୁ ଟାଲା ପୋଲିସ ଷ୍ଟେସନର ଭୂମିକା ପ୍ରଶ୍ନଘେରରେ ରହିଆସିଛି । 

ସଠିକ ସମୟରେ କାହିଁକି ଏଫଆଇଆର ରୁଜୁ ହୋଇନଥିଲା ? କାହିଁକି ତରବରିଆ ଭାବରେ ପୋଲିସ ଶବ ସତ୍କାର କଲା ? ଏଭଳି ଅନେକ ପ୍ରଶ୍ନ ଉଠିଥିବା ବେଳେ କୋର୍ଟରେ ପୂର୍ବତନ ଓଆଇସି ଅଭିଜିତ ମଣ୍ଡଳ କହିଥିଲେ ଯେ, ଘଟଣା ପରେ ସଠିକ ପଦକ୍ଷେପ ନେଇଥିଲେ । ଅଗଷ୍ଟ ୯ ସକାଳ ୯.୩୦ରେ ଘଟଣା ସଂପର୍କରେ ଖବର ମିଳିଥିଲା । ସାଢ଼େ ୧୦ରେ ଘଟଣାସ୍ଥଳରେ ସେ ପହଞ୍ଚିଥିଲେ ବୋଲି କୋର୍ଟରେ କହିଥିଲେ ଅଭିଜିତ ମଣ୍ଡଳ ।

  • Kolkata doctor rape murder case
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.