ପ୍ରମୂଖ ଖବର
  • ଜୁଲାଇ ୩ରୁ ସିପିଇଟି ପରୀକ୍ଷା, ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ
  • ||
  • ନନ୍ଦନକାନନରେ ଆଖି ବୁଜିଲା ନାଲି ବାଘୁଣୀ 'ସାରା', ବୟସାଧିକ କାରଣରୁ ମୃତ୍ୟୁ
  • ||
  • ଅଷ୍ଟାଦଶ ଲୋକସଭା ଅଧିବେଶନ, ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ
  • ||
  • ଜୁଲାଇ ୯ରୁ ମାଟ୍ରିକ୍‌ ସାର୍ଟିଫିକେଟ୍‌ ବଣ୍ଟନ: ଜୁଲାଇ ୧୨ ରୁ ୨୨ ତାରିଖ ପର୍ଯ୍ୟନ୍ତ ତ୍ରୁଟି ସଂଶୋଧନ ପାଇଁ ଆବେଦନ
  • ||
  • ମାନହାନି ମାମଲା: ରାହୁଲଙ୍କୁ ଜୁଲାଇ ୨ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ
  • ||
  • ଟି-୨୦ ବିଶ୍ବକପ୍ ୨୦୨୪, ଆଫଗାନର ସ୍ବପ୍ନ ଧୂଳିସାତ,ଫାଇନାଲ୍ରେ ଦକ୍ଷିଣ. ଆଫ୍ରିକା
  • ||
  • ଟି-୨୦ ବିଶ୍ୱକପ୍ ସେମି ଟକ୍କର: ଇଂଲଣ୍ଡ- ଭାରତ ମହାମୁକାବିଲା, ବର୍ଷା ସାଜିପାରେ ଖଳନାୟକ
  • ||
  • ଅଣସର ଘରେ ଚାଲିଛି ଗୁପ୍ତ ଉପଚାର, ଆଜି ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ
  • ||
  • ରାଜ୍ୟରେ ବଦଳିଲା ପାଗ: ୪ ଦିନ ଭଲ ବର୍ଷା,୨ ଦିନ ହେବ ପ୍ରବଳ ଛେଚିବ
  • ||

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ: ସାଙ୍ଗକୁ ଶାବଳରେ ପିଟି ମାରିଥିଲା ଅଭିଯୁକ୍ତ, ଖସିଯିବା ବେଳେ ଧରିଥିଲା ପୋଲିସ

ଭୁବନେଶ୍ୱର ୨୨/୦୬: ବେଶ୍‌  କିଛିଦିନର ବ୍ୟବଧାନ ପରେ ପୁଣି ରକ୍ତ  ରଞ୍ଜିତ ହୋଇଛି ରାଜଧାନୀ । ମଦ ନିଶାରେ  ସାଙ୍ଗକୁ ଶାବଳରେ ପିଟି ଅତି ନିର୍ମମ ଭାବେ  ହତ୍ୟା କରିଛି ସାଙ୍ଗ । ମୃତ ଯୁବକ ହେଲେ  ଖୋର୍ଦ୍ଧା ପାଟପୁରର ସୁଶାନ୍ତ ଶତପଥୀ(୪୦) ।  ସେ ତମାଣ୍ଡୋ ଥାନା ଅନ୍ତର୍ଗତ ମହୁରାରେ ଜଣେ  ଠିକାଦାରଙ୍କ ଅଫିସରେ ରହୁଥିଲେ । ସ୍ଥାନୀୟ  ଅଞ୍ଚଳରେ ରୋଷେୟା ଭାବେ କାମ କରୁଥିଲେ ।  ହତ୍ୟାକାଣ୍ଡ ଭିଆଇ ଖସି ପଳାଉଥିବା ଶ୍ରମିକ  ବୌଦ୍ଧର ରଞ୍ଜନ ଦୀପ୍‌(୨୭)କୁ ପୁଲିସ  ଉଠାଇ ଆଣି ଥାନାରେ ଅଟକ ରଖିଛି ।

ଠିକାଦାର ତଥା ନଂପୁଟ ସରପଞ୍ଚଙ୍କ  ସ୍ୱାମୀ ଆବୁଆ ଓରଫ କମ୍ଭୁପାଣି ପାତ୍ରଙ୍କ  ଅଭିଯୋଗ ଆଧାରରେ ପୁଲିସ ଏକ ହତ୍ୟା  ମାମଲା ରୁଜୁ କରିଛି । ଏମ୍‌ସ ହସ୍ପିଟାଲରେ  ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରାଇ ପୁଲିସ  ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।  ସୁଶାନ୍ତଙ୍କୁ ରଞ୍ଜନ କାହିଁକି ହତ୍ୟାକଲେ ସେ  ନେଇ ପୁଲିସ ସ୍ପଷ୍ଟ କରିନାହି । ତେବେ  ଯୌନନିର୍ଯାତନା ଯୋଗୁଁ ଉତ୍‌କ୍ଷୀପ୍ତ ହୋଇ  ରଞ୍ଜନ ଶାବଳରେ ପିଟିପିଟି ସୁଶାନ୍ତଙ୍କୁ ହତ୍ୟା  କରିଥିବା ଜଣେ ପୁଲିସ ଅଧିକାରୀ ନିଜ ନାମ  ଗୋପନ ରଖି ସୂଚନା ଦେଇଛନ୍ତି ।  

ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ  ସୂଚନା ମୁତାବକ, ଠିକାଦାର କମ୍ଭୁପାଣି  ମହୁରାରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ  କଲେଜ ନିକଟରେ ୨ ମହଲା ବିଶିଷ୍ଟ ଅଫିସ କରିଛନ୍ତି । ତାଙ୍କର ଜଣେ କର୍ମଚାରୀଙ୍କ ଭାଇ  ହେଉଛନ୍ତି ସୁଶାନ୍ତ । ସେ ବୁଲିବୁଲି ରୋଷେୟା  ଭାବେ କାମ କରନ୍ତି । ସୁଶାନ୍ତ କମ୍ଭୁପାଣିଙ୍କ  ଅଫିସର ଦ୍ୱିତୀୟ ମହଲାରେ ଆସି ରୁହନ୍ତି ।  ତାଙ୍କ ସହ କମ୍ଭୁପାଣିଙ୍କ ଠିକା ସଂସ୍ଥାରେ  ଶ୍ରମିକଭାବେ କାମ କରୁଥିବା ରଞ୍ଜନ ମଧ୍ୟ  ରହୁଥିଲା । ଦୁଇଜଣଙ୍କ ମଧ୍ୟରେ ଉତ୍ତମ  ସଂପର୍କ ଥିଲା । ତଳ ମହଲାରେ ମଧ୍ୟ କିଛି  ଲୋକ ରହୁଥିଲେ । ଶୁକ୍ରବାର ରାତିରେ  ସୁଶାନ୍ତ ଓ ରଞ୍ଜନ ଛାତ ଉପରେ ଏକାଠି  ମଦ ପିଇଥିଲେ । ବିଳମ୍ବିତ ରାତିରେ ଉଭୟଙ୍କ  ମଧ୍ୟରେ ଉଚ୍ଚବାଚ୍ଚ ହୋଇଥିଲା। ଏହାକୁ  ନେଇ ରଞ୍ଜନ ପାଖରେ ପଡ଼ିଥିବା ରଡ୍‌  ବାଇଡିଂରେ ବ୍ୟବହୃତ ଶାବଳରେ ସୁଶାନ୍ତଙ୍କ  ମୁଣ୍ଡକୁ ଲଗାତର ୪ ଥର ପିଟି ଦେଇଥିଲା ।  ଫଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।  

ସୁଶାନ୍ତଙ୍କ ମୃତ୍ୟୁ ପରେ ପ୍ରମାଣ ନଷ୍ଟ  କରିବା ପାଇଁ ରଞ୍ଜନ ପାରୁପର୍ଯ୍ୟନ୍ତ ଚେଷ୍ଟା  କରିଥିଲା । ମୃତଦେହକୁ ପାଣିଟାଙ୍କି କଡରେ  ଲୁଚାଇ ରଖିବା ସହ ଛାତ ଉପରେ ଛୁଟିଥିବା  ରକ୍ତର ଧାରକୁ କପଡ଼ା ଆଣି ପୋଛିବାକୁ  ଉଦ୍ୟମ କରିଥିଲା । ପାଖରେ ପଡ଼ିଥିବା  ମଦ ବୋତଲ, ଗ୍ଲାସ୍‌ ଆଦିକୁ ଛାତ ତଳକୁ  ଫିଙ୍ଗି ଦେଇଥିଲା । ତଳ ମହଲାକୁ ଆସି  ଦେଖିବାବେଳକୁ ଗ୍ରୀଲ ବାହାର ପଟରୁ ତାଲା  ପଡ଼ିଥିଲା । ତେଣୁ ସେ କିଛି ଉପାୟ ନପାଇ  ପ୍ରଥମ ମହଲାର ବାଲକୋନୀରୁ ତଳକୁ  ଡ଼େଇଁ ପଳାଇଥିଲା । 

ହତ୍ୟାକାଣ୍ଡ ସମୟରେ ଉକ୍ତ ଅଞ୍ଚଳରେ  ବିଦ୍ୟୁତ୍‌ କାଟ୍‌ ହୋଇଥିଲା । ତଳ ମହଲାରେ  ରହୁଥିବା ଜଣେ ବ୍ୟକ୍ତି ଦିଆସିଲି ଆଣିବାକୁ ମୋବାଇଲ ଟର୍ଚ୍ଚ ଲାଇଟ୍‌ ଲଗାଇ ସୁଶାନ୍ତଙ୍କ  ପାଖକୁ ଯାଇଥିଲେ । ସୁଶାନ୍ତ ଦ୍ୱିତୀୟ  ମହଲାରେ ନଥିବା ଓ ଛାତ ଉପର ଗେଟ୍‌  ଖୋଲା ଥିବାରୁ ସେ ଛାତ ଉପରକୁ  ଯାଇଥିଲେ । ସୁଶାନ୍ତଙ୍କୁ ପାଇ ନଥିଲେ,  ହେଲେ ଛାତ ଉପରେ ରକ୍ତ ଧାର ଦେଖି  ସେ ସଙ୍ଗେ ସଙ୍ଗେ କମ୍ଭୁପାଣିଙ୍କୁ ଖବର  ଦେଇଥିଲେ । 

କମ୍ଭୁପାଣିଙ୍କ ସମେତ ଗ୍ରାମର  ଅନ୍ୟ ଯୁବକମାନେ ମଧ୍ୟ ତାଙ୍କ ସହ ଆସି  ସେଠାରେ ପହଞ୍ଚିଥିଲେ । ଛାତ ଉପରେ  ରକ୍ତର ଧାର ବହିଥିବା ଦେଖି ସେମାନେ  ଚାରିପଟେ ଖୋଜାଖୋଜି କରିଥିଲେ । ଛାତ  କୋଣରେ ଥିବା ପାଣିଟାଙ୍କି କଡ଼ରେ ସୁଶାନ୍ତଙ୍କ  ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ  ପାଇଥିଲେ । କମ୍ଭୁପାଣି ସଙ୍ଗେ ସଙ୍ଗେ  ତମାଣ୍ଡୋ ଥାନା ପୁଲିସକୁ ଖବର ଦେଇଥିଲେ ।  ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା ।  ପରେ ରଞ୍ଜନକୁ ଖୋଜାଖୋଜି କରିଥିଲେ ।  ରଞ୍ଜନ ଚାଲିଚାଲି ଖୋର୍ଦ୍ଧା ଅଭିମୁଖେ ଯାଉଥିବା  ବେଳେ ଯାଁଳା ଓଗାଳପଡ଼ା ଫୁଟ୍‌ ଓଭରବ୍ରିଜ  ନିକଟରୁ ତାକୁ ପୁଲିସ କାବୁ କରିଥିଲା ।  

ରଞ୍ଜନ ସୁଶାନ୍ତଙ୍କୁ କାହିଁକି ହତ୍ୟା  କଲେ ସେନେଇ ଜେରା କରିବାବେଳେ  ମଦ ନିଶାରେ ସୁଶାନ୍ତ ତା ସହ ଅପ୍ରାକୃତିକ  ଯୌନକ୍ରିୟା କରିବାରୁ ରାଗରେ ଶାବଳରେ  ପିଟି ହତ୍ୟା କରିଥିବା କହିଛି ବୋଲି ଜଣେ  ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ତେବେ  ହତ୍ୟାକାଣ୍ଡ ସଂପର୍କରେ ଡିସିପି ଶ୍ରୀ ସିଂହ  କିଛି ସ୍ପଷ୍ଟ କରିନାହାନ୍ତି । ଘଟଣାର ତଦନ୍ତ  ଜାରି ରହିଛି । ଖୁବ୍‌ ଶୀଘ୍ର ଏନେଇ ସୂଚନା  ଦିଆଯିବ ବୋଲି ସେ କହିଛନ୍ତି ।

 ଅଭିଯୁକ୍ତ ଜଣଙ୍କ ନାଁରେ ପୂର୍ବରୁ ୩ଟି ସଙ୍ଗୀନ ଅଭିଯୋଗ ରହିଛି । ୨୦୧୯ ମସିହାରେ ବୌଦ୍ଧ ପୁରୁଣା କଟକ ଥାନାରେ ଅଭିଯୁକ୍ତ ନାଁରେ ଦୁଷ୍କର୍ମ ଓ ହତ୍ୟା, ୨୦୧୬ ମସିହାରେ ବାପାଙ୍କୁ ଶାରୀରିକ ଅତ୍ୟାଚାର ଓ ୨୦୧୦ ମସିହାରେ ଅପହରଣ ଭଳି ସାଙ୍ଘାତିକ ଅପରାଧ ସେ ଘଟାଇଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.