ପ୍ରମୂଖ ଖବର
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ନିଟ୍‌ ପେପର ଲିକ୍‌ରେ ଆସିଲା ରବି ଅତ୍ରୀର ନାଁ , ମିରଟ ଜେଲ୍‌ରେ ବନ୍ଦୀ ଏହି ମାଷ୍ଟରମାଇଣ୍ଡ

ପାଟନା – ନିଟ୍‌ ପେପର ଲିକ୍‌ ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ଏବେ ଏହି କେସ୍‌ରେ ରବି ଅତ୍ରି ଗ୍ୟାଙ୍ଗର ନାଁ ସାମନାକୁ ଆସିଛି। ରବି ଅତ୍ରି ବର୍ତ୍ତମାନ ଉତ୍ତର ପ୍ରଦେଶର ମିରଟ ଜେଲ୍‌ରେ ବନ୍ଦୀ ଅଛି। କୁହାଯାଉଛି କି ତାର ଗ୍ୟାଙ୍ଗ୍‌ ପାଟନା ଓ ନାଳନ୍ଦାର ବର୍ଡରରୁ ନିଟ୍‌ ପରୀକ୍ଷା ପେପର ଲିକ୍‌ କରାଇ ଥିଲା। ପୂର୍ବରୁ ତାର ନାଁ ୟୁପିରେ ଅନେକ ପରୀକ୍ଷା ପେପର ଲିକ୍‌ରେ ରହିଛି। କହି ରଖୁଛୁ କି, ୟୁପି ପୁଲିସ୍ ଭର୍ତ୍ତି ପରୀକ୍ଷାର ପେପର ଲିକ୍‌ର ସେ ମଧ୍ୟ ମାଷ୍ଟରମାଇଣ୍ଡ। 

ନ୍ୟୁଜ୍‌ ୧୮ ସୂତ୍ରାନୁସାରେ, ଦାବି କରାଯାଇଛି କି, ଏବେ ରବି ଅତ୍ରୀର ନାଁ ନିଟ୍‌ ପେପର ଲିକ୍‌ରେ ସାମନାକୁ ଆସିଛି। ଅତୁଲ ବତ୍ସ ଓ ସଞ୍ଜୀବ ମୁଖିଆ ନାମରେ ତାର ବିହାରରେ ଦୁଇ ଜଣ ସାଥି ଅଛନ୍ତି। ଅତୁଲ ମୂଳତଃ ଜହାନାବାଦ ଜିଲ୍ଲାରେ ରହେ , ଏବେ ସେ ଫେରାର। ସଞ୍ଜିବ ମୁଖିଆକୁ ଇଓୟୁ ଗିରଫ କରି ସାରିଛି। 

ରିପୋର୍ଟ ମୁତାବିକ, ପାଟନା ଓ ନାଳନ୍ଦାର ସୀମାରୁ ନିଟ୍‌ର ପେପର ଲିକ୍‌ ହେବାର ପ୍ରମାଣ ଇଓୟୁକୁ ମିଳିଛି। କୁହାଯାଉଛି କି ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ସାଲ୍ୱର ଗ୍ୟାଙ୍ଗ୍‌କୁ ନିଟ୍‌ର ପେପର ମିଳି ଯାଇଥିଲା। ପାଟନାର ଏକ ସ୍କୁଲ ଓ ହଷ୍ଟେଲରେ ନିଟ୍‌ ପରୀକ୍ଷାର୍ଥୀଙ୍କୁ ଏକାଠି କରି ସେମାନଙ୍କୁ ପ୍ରଶ୍ନ ପତ୍ର ବଣ୍ଟା ଯାଇଥିଲା। 

କୁହାଯାଉଛି କି, ରବି ଅତ୍ରି ଗ୍ରେଟର ନୋଏଡାର ଲିମକା ଗାଁରେ ରୁହନ୍ତୁ। ସେ ୨୦୦୭ରେ ମେଡିକାଲର ପ୍ରସ୍ତୁତି କରିବାକୁ କୋଟା ଯାଇ ଥିଲେ, କିନ୍ତୁ ସେଠାରେ ସାଲ୍ୱର ଗ୍ୟାଙ୍ଗର ସଂପର୍କରେ ଆସି ଥିଲେ। ଏହା ପରେ ସେ ପାଠପଢା ମଝିରେ ହିଁ ଛାଡ଼ି ଦେଲେ ଏବଂ ସେ ପେପର ଲିକ୍‌ ଓ ପରୀକ୍ଷାରେ ଜାଲିଆତି କରିବା କାମରେ ଲାଗିଗଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.