ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ବ୍ରାଉନ୍‌ସୁଗର ସନ୍ଦେହରେ ଚଢ଼ଉ, ଠାବ ହେଲା ସେକ୍ସ ର‌୍ୟାକେଟ୍‌ ! ୩ ମହିଳାଙ୍କ ସମେତ ୫ ଜଣଙ୍କୁ ଉଠାଇନେଲା ପୁଲିସ୍‌

ଅନୁଗୁଳ,୩୦/୦୬: ବ୍ରାଉନ୍‌ସୁଗର କାରବାର  ନେଇ ସୁରାକ୍‌ ପାଇଥିଲା ପୁଲିସ୍‌ । ଦୁଇ ଦିନ ହେଲା  ତୀକ୍ଷ୍ଣ ନଜର ରଖିଥିଲା । ଶନିବାର ପୂର୍ବାହ୍ଣରେ ଚଢ଼ଉ  କଲା ବେଳକୁ ପୁଲିସ୍‌ର ଅକଲଗୁଡୁମ୍‌ । ବ୍ରାଉନ୍‌ସୁଗର  ତ ମିଳିଲା, ତା’ସହିତ ସେକ୍ସ ର‌୍ୟାକେଟ ଠାବ କଲା  ପୁଲିସ୍‌ । ଅନୁଗୁଳ ସହରର ମଦନମୋହନପଡାରେ  ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।  

ପୁଲିସ୍‌ ଚଢ଼ଉ ବେଳେ ମାଷ୍ଟରମାଇଣ୍ଡ୍‌ ସହିତ ୨  ଜଣ ପୁରୁଷ ଓ ୨ ଜଣ ଯୁବତୀଙ୍କୁ କାବୁ କରିଥିଲା ।  ସେମାନଙ୍କୁ ପୁଲିସ୍‌ ଉଠାଇ ଆଣିଥିବା ବେଳେ ଉକ୍ତ  ଘରୁ କିଛି ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିବା  ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ତଦନ୍ତରେ ବାଧା  ଉପୁଯିବା ଆଶଙ୍କା କରି ପୁଲିସ୍‌ କୌଣସି ସୂଚନା  ଦେବାକୁ ମନା କରି ଦେଇଛି ।ସୂଚନା ମୁତାବକ,  ମଦନମୋହନପଡାର ଜଣେ ମହିଳା ଦୀର୍ଘଦିନ ହେଲା  ବ୍ରାଉନ୍‌ସୁଗର କାରବାର କରୁଥିବା ନେଇ ପୁଲିସ୍‌କୁ  ସୂଚନା ମିଳିଥିଲା । ସେ ନିକଟରେ ବ୍ରାଉନ୍‌ସୁଗର  ଆଣି ବିକ୍ରି ପାଇଁ ରଖିଥିବା ସ୍ପେଶାଲ୍‌ ସ୍କ୍ୱାଡ୍‌କୁ ବିଶ୍ୱସ୍ତ  ସୂତ୍ରରୁ ଖବର ମିଳିଥିଲା । 

ଗତକାଲିଠାରୁ ପୁଲିସ୍‌ ଏଇ  ନିର୍ଦ୍ଦିଷ୍ଟ ଘର ଉପରେ ନଜର ରଖିଥିବା ବେଳେ ଆଜି  ପୂର୍ବାହ୍ଣରେ ସ୍ପେଶାଲ୍‌ ସ୍କ୍ୱାଡ୍‌ ଓ ଟାଉନ୍‌ ଥାନା ପୁଲିସ୍‌ ମିଳିତ  ଭାବେ ଚଢ଼ଉ କରିଥିଲେ । ଚଢ଼ଉ ବେଳେ ପୁଲିସ୍‌  ବ୍ରାଉନ୍‌ସୁଗର ଜବତ କରିବା ସହିତ ଘର ଭିତରେ  ସେକ୍ସ ର‌୍ୟାକେଟ୍‌ ଚାଲିଥିବା ଜାଣିବାକୁ ପାଇଥିଲା । ଏମିତିକି ୨ ଜଣ ଯୁବତୀ ଓ ୨ ଜଣ ପୁରୁଷ ପୁଲିସ୍‌  ପ୍ରଶ୍ନରେ ଥତମତ ହୋଇଥିଲେ । ସନ୍ତୋଷଜନକ  ଉତ୍ତର ନପାଇବା ପରେ ପୁଲିସ ସେମାନଙ୍କୁ ଥାନାକୁ  ଉଠାଇ ଆଣି ତଦନ୍ତ ଆରମ୍ଭ କରିଛି । ଅଟକ ଯୁବତୀ  ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ତେବେ  କେତେ ପରିମାଣର ବ୍ରାଉନ୍‌ସୁଗର ଜବତ ହୋଇଛି,  ସେନେଇ କୌଣସି ସୂଚନା ମିଳିନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.