ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ଅସୁରକ୍ଷିତ ରାଜଧାନୀ ରାଜରାସ୍ତା, ଟ୍ରାଫିକ କନଷ୍ଟେବଲଙ୍କ ମୁଣ୍ଡରେ ଗାଡି ଚଢ଼ାଇ ଚମ୍ପଟ୍ ମାରିଲେ ଚାଳକ

ଭୁବନେଶ୍ୱର,୩୦/୦୬: ନୂଆପଲ୍ଲୀ  ଥାନା କଳିଙ୍ଗ ଷ୍ଟାଡିୟମ ୯ନମ୍ବର ଗେଟ୍‌ ସମ୍ମୁଖରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ଏକ ଅଜଣା ଟ୍ରକ୍‌ ଧକ୍କାରେ ଜଣେ ଟ୍ରାଫିକ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି । ମୃତକଜଣଙ୍କ ହେଲେ ଟ୍ରାଫିକ୍‌ ଥାନା-୧ରେ କାର୍ଯ୍ୟରତ ମଧୁସୂଦନ କ୍ରିଷାନି । ଏନେଇ ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ  ଆରମ୍ଭ କରିଛି । ମୃତ ଦେହକୁ କ୍ୟାପିଟାଲ୍‌  ହସ୍ପିଟାଲ୍‌ ପଠାଯାଇଛି । ରବିବାର ଶବ ବ୍ୟବଚ୍ଛେଦ କରାଯିବ ।   

ମଧୁସୂଦନଙ୍କ ଘର ମାଲାକାନାଗିରିରେ । ସେ ଦୀର୍ଘ ବର୍ଷ ହେବ କମିଶନରେଟ୍‌ ପୁଲିସ୍‌ରେ ଟ୍ରାଫିକ୍‌ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ । ଶନିବାର ରାମ ମନ୍ଦିର ଛକରେ ଡ୍ୟୁଟି ଥିଲା । ରାତ ସାଢ଼େ ୧୦ଟା ବେଳେ ସେ ଡ୍ୟୁଟି ସାରି ତାଙ୍କ ବାଇକ୍‌ରେ ଖଣ୍ଡଗିରି ସ୍ଥିତ ଘରକୁ ଫେରୁଥିଲେ । କଳିଙ୍ଗ ଷ୍ଟାଡିଅମ ୯ନମ୍ବର ଫାଟକ ସାମ୍ନାରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ପଡି ଯାଇଥିଲେ । ତାଙ୍କ ମୁଣ୍ଡ ଉପରେ ଗାଡିଟି ଚଢ଼ି ଯାଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା  ଘଟାଇଥିବା ଗାଡି ଘଟଣା ସ୍ଥଳରୁ ଚମ୍ପଟ  ମାରିଥିଲା । ଦୁର୍ଘଟଣାପରେ ସେଠାରେ ନାହିଁ ନଥିବା ଟ୍ରାଫିକ ଜାମ ହୋଇଥିଲା । ଖବର ପାଇ ନୟାପଲ୍ଳୀ ଥାନା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଭିଡକୁ ନିୟନ୍ତ୍ରଣ କରିବା ସହ ମୃତଦେହ ହସ୍ପିଟାଲ୍‌ ପଠାଇଥିଲା । ଡିସିପି ପ୍ରତୀକ ସିଂ ମଧ୍ୟ ଘଟଣା ସ୍ଥଳକୁ  ଯାଇଥିଲେ । ଜାତୀୟ ରାଜପଥରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିବା ପରେ ଦୁର୍ଘଟଣା  ଘଟାଇଥିବା ଗାଡି ଖବର ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.