ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ଭିଜିଲାନ୍ସ ଜାଲରେ ଚନ୍ଦ୍ରପୁର ତହସିଲଦାର, ସରକାରୀ ଜମିରେ ପଟ୍ଟା ପ୍ରଦାନ ପାଇଁ ନେଉଥିଲେ ଲାଞ୍ଚ

ରାୟଗଡ଼ା,୫/୭ : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ । ତାଙ୍କ ସରକାରୀ ଗାଡ଼ି ଭିତରୁ ୧ ଲକ୍ଷ ୧୫ ହଜାର ଟଙ୍କା ଜବତ । ହନୁମନ୍ତପୂର ଗ୍ରାମର ଗୋଟିଏ ଗୋଷ୍ଠୀଠାରୁ ଏହି ଟଙ୍କା ଲାଞ୍ଚ ନେଇଥିଲେ । ସରକାରୀ ଜମିରେ ପଟ୍ଟା ପ୍ରଦାନ ପାଇଁ ଲାଞ୍ଚ ନେଇ ଗାଡି ଭିତରେ ରଖିଥିଲେ ତହସିଲଦାର। ତେବେ ଏହା କୌଣସି ସୂତ୍ରରେ ଜାଣିବାକୁ ପାଇଥିଲେ ଭିଜିଲାନ୍ସ ଇନ୍ସପେକ୍ଟର ତରୁଲତା ବେହେରା । 

ଏହା ଜଣାପଡିବା ପରେ ଅତିରିକ୍ତ ଏସପି ଅରୁଣ ନାୟକ ଓ ଇନ୍ସପେକ୍ଟର ତରୁଲତା ବେହେରାଙ୍କ ନେତୃତ୍ୱରେ ଏକ ଭିଜିଲାନ୍ସ ଟିମ୍ ତହସିଲଦାର ଗାଡ଼ିକୁ ଗୋଡ଼ାଇ ଥିଲେ । ହେଲେ ସେ ରାୟଗଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ବୈଠକରେ ଯୋଗଦେବାକୁ ଆସିଥିଲେ । ବୈଠକ ସରିବା ପରେ ଜିଲ୍ଲାପାଳ କାର୍ଯ୍ୟାଳୟରୁ ବାହାରି ଚନ୍ଦ୍ରପୁର ଫେରିବା ପାଇଁ ଯିବା ସମୟରେ ଭିଜିଲାନ୍ସ ଟିମ୍ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ଧରିଥିଲା । ଭିଜିଲାନ୍ସ ଟିମ୍ ଧରିବା ପରେ ଉକ୍ତ ଟଙ୍କା ଫୋପାଡ଼ିବା ପାଇଁ ତହସିଲଦାର ବିଚିତ୍ରାନନ୍ଦ ନାୟକ ଉଦ୍ୟମ କରିଥିଲେ । କିନ୍ତୁ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ଆଉ ଫିଙ୍ଗି ପାରିଲେ ନାହିଁ । ଏହାପରେ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ଗିରଫ କରି ଭିଜିଲାନ୍ସ ଡିଏସପି କାର୍ଯ୍ୟାଳୟ ଆଣିଥିଲେ କର୍ତ୍ତୃପକ୍ଷ । ଖବର ଲେଖାଯିବା ପର୍ଯ୍ୟନ୍ତ ଘଟଣାର ତଦନ୍ତ ଜାରି ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.