ପ୍ରମୂଖ ଖବର
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ପଦ୍ମକେଶରପୁରରେ ବୋମାମାଡ଼ ମାମଲା: ଗିରଫ ଭୟରେ ଗାଁ ପୁରୁଷ ଶୂନ୍ୟ, ୩ ଅଟକ, ୨ ପ୍ଲାଟୁନ ଫୋର୍ସ ମୁତୟନ

ଚନ୍ଦ୍ରଶେଖରପୁର ୦୮/୦୭: ସୁଧ କାରବାରକୁ ନେଇ ମଞ୍ଚେଶ୍ୱର ଥାନା ପଦ୍ମକେଶରପୁରରେ ବୋମାମାଡ଼ ଓ ବୋତଲ ଫିଙ୍ଗା ମାମଲାରେ ଗ୍ରାମବାସୀଙ୍କୁ ଘାରିଛି ଗିରଫ ଭୟ । ରବିବାର ରାତିର ଘଟଣା ପରେ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି ।  ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୩  ଜଣଙ୍କୁ ଉଠାଇ ଆଣିଛି । ଅନ୍ୟମାନଙ୍କୁ  ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ  ଜାରି ରଖିଛି । 

ରବିବାର ସକାଳେ ପୁଲିସ  ଗାଁରେ ପଇଁତରା ମାରିବା ସହ ଶାନ୍ତି  ଶୃଙ୍ଖଳା ବଜାୟ ରଖିବାକୁ ମହିଳାମାନଙ୍କୁ  ନିବେଦନ କରିଛି । ଗାଁରେ ଉତ୍ତେଜନା  ଥମି ନଥିବାରୁ ୨ ପ୍ଲାଟୁନ୍‌ ପୁଲିସ ଫୋର୍ସ  ମୁତୟନ କରାଯାଇଛି । ଘରୁ ନବାହାରିବାକୁ  ଡାକବାଜି ଯନ୍ତ୍ରରେ ପ୍ରଚାର କରୁଛି ପୁଲିସ । 

ସୂଚନା ଥାଉକି, ସୁଧ କାରବାର ଓ  ରାଜନୀତିକୁ ନେଇ ଦୁଇଗୋଷ୍ଠୀ ଦୀର୍ଘ ୬ ମାସ  ହେବ ମୁହାଁମୁହିଁ ହୋଇଆସୁଛନ୍ତି । ଶନିବାର  ବିଳମ୍ବିତ ରାତିରେ ପୂର୍ବ କଥାକୁ ନେଇ ଆରମ୍ଭ  ହୋଇଥିଲା ବଚସା । ଗାଁର ତଳ ସାହି ଓ ମଝି  ସାହି ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ।  ପରେ ପଥର, କାଚ ବୋତଲ ଓ ଘନଘନ  ବୋମା ମାଡ଼ ହୋଇଥିଲା । ଖାଲି ସେତିକି  ନୁହେଁ ହେଲ୍‌ମେଟ୍‌ ପିନ୍ଧି ଖଣ୍ଡା ଓ ଭୁଜାଲି  ଧରି ଗଳି କନ୍ଦିରେ ବୁଲି ଆତଙ୍କ ରଚିଥିଲେ  ଦୁଇ ଗୋଷ୍ଠୀ । ଅନ୍ଧାର ଭିତରେ ବୋମାମାଡ଼  ହେଉଥିବା ଦେଖି ପୁଲିସ ଭିତରକୁ ପଶି  ପାରିନଥିଲା । ପୁଲିସ ପଟିଆ ଓ କଳାରାହାଙ୍ଗର  କିଛି ମୁରବି ଶ୍ରେଣୀୟ ଲୋକଙ୍କ ସହଯୋଗରେ  ପଟିଆ ରେଳଷ୍ଟେସନ ପଟୁ ଗାଁକୁ ପଶିଥିଲା । ଏହାଦେଖି ଉଭୟ ପକ୍ଷର ଲୋକେ ଛତ୍ରଭଙ୍ଗ  ଦେଇଥିଲେ । ବୋମା ମାଡ଼ରେ ୧୫ ଜଣ  ପାଖାପାଖି ଆହାତ ହୋଇଥିଲେ । ରବିବାର  ରାତିରେ ମଧ୍ୟ ପୁଲିସ ପକ୍ଷରୁ ଗାଁରେ କଡ଼ା  ପାଟ୍ରୋଲିଂ କରାଯାଇଛି । ଏଥିସହ ଫେରାର୍‌  ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ପୁଲିସ  ବିଭିନ୍ନ ସ୍ଥାନରେ ଚଢା଼ଉ କରୁଥିବା ଜଣାପଡ଼ିଛି । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.