ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ: ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ

ଭୁବନେଶ୍ୱର,୦୭/୦୭: ମାତ୍ର ୩ ମାସର ବ୍ୟବଧାନରେ ପୁଣି ଥରେ ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ ମୁଣ୍ଡ ଟେକିଛି । ଶନିବାର ରାତିରେ ଘନ ଘନ ବୋମାମାଡ଼ ସହ ପଥର ବର୍ଷା, ବୋତଲ ମାଡ଼ ସହ ବୁଲିଛି ଖଣ୍ଡା । ଏଥିରେ ୧୫ରୁ ଅଧିକ ଆହତ ହୋଇଇଛନ୍ତି । ୨ ଗୋଷ୍ଠୀଙ୍କ ଆତଙ୍କରେ ପୁଲିସ୍‌ ଭୟଭୀତ ହୋଇଛି । ସ୍ଥିତି ଅଣାୟତ୍ତ ଥିବାରୁ ୨ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ସହ ବରିଷ୍ଠ ଅଧିକାରୀମାନେ ପଇଁତରା ମାରୁଛନ୍ତି । ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍ଥିତି ସୁଧୁରି ନାହିଁ ।  

ସୁଧ କାରବାର ଓ ରାଜନୈତିକ ବ୍ୟାପାରକୁ କେନ୍ଦ୍ର କରି ୨ଗୋଷ୍ଠୀ ୬ ମାସ ହେବ ମୁହାଁମୁହିଁ ହୋଇଆସୁଛନ୍ତି । ଶନିବାର ବିଳମ୍ବିତ ରାତିରେ ପୂର୍ବ କଥାକୁ ନେଇ ଆରମ୍ଭ ହୋଇଥିଲା ବଚସା । ତା’ପରେ ପଥର, କାଚ ବୋତଲ ଓ ପରେ ଘନଘନ ବୋମା ମାଡ଼ ହୋଇଥିଲା । ଖାଲି ସେତିକି ନୁହେଁ ହେଲ୍‌ମେଟ୍‌ ପିନ୍ଧି ଖଣ୍ଡା ଓ ଭୁଜାଲି ଧରି ଗଳିକନ୍ଦିରେ ବୁଲି ଆତଙ୍କ ରରିଥିଲେ ୨ଗୋଷ୍ଠୀ ।  ଖବର ପାଇ ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି ଥାନା ପୁଲିସ ପଦ୍ମକେଶରପୁରରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । ହେଲେ ସ୍ଥିତି ଶାନ୍ତ ହୋଇନଥିଲା । ବରଂ ରାତିରେ ଆହୁରି ସ୍ଥିତି ବିଗିଡ଼ି ଯାଇଥିଲା । ପୁଲିସ ଉପସ୍ଥିତିରେ ବି କେତେକ ଯୁବକ ହାତରେ ମାରଣାସ୍ତ୍ର ଧରି ଖୋଲାଖୋଲି ଧମକ ଦେଇଛନ୍ତି ।   

ଏହାପୂର୍ବରୁ ଡିସେମ୍ବର ଓ ଏପ୍ରିଲ ମାସରେ ସମାନ ଭାବେ ବୋମାମାଡ଼ କରିଥିଲେ ଦୁର୍ବୃତ୍ତ । ମାତ୍ର ୬ ମାସର ବ୍ୟବଧାନରେ ପୁଣି ଅଶାନ୍ତ ହୋଇଉଠିଛି ପଦ୍ମକେଶରପୁର । ସ୍ଥାନୀୟ ମହିଳାଙ୍କ ଅଭିଯୋଗ ଅନୁସାରେ, ୨ ଦିନ ହେବ ଏହି ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ଲାଗିରହିଛି । ଦୁର୍ବୃତ୍ତମାନେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଢେଲାପଥର ମାଡ଼ କରୁଛନ୍ତି । ଫଳରେ ଘରୁ ବାହାରିବା ଡର ଲାଗିଲାଣି । ଅଭିଯୋଗ ସତ୍ତେ୍ୱ ପୁଲିସ ନିରବ ପାଲଟିଛି । ଏପଟେ ରଥଯାତ୍ରା ଓ ରାଷ୍ଟ୍ରପତିଙ୍କ ଆଗମନ ପାଇଁ କମିଶନରେଟ୍‌ ପୁଲିସ ବ୍ୟସ୍ତ ଥିବା ବେଳେ ହଠାତ୍‌ ରାତିଅଧିଆ ପଦ୍ମକେଶରପୁର ଘଟଣା ସେମାନଙ୍କୁ ହରଡ଼ଘଣାରେ ପକାଇଛି । ଏକ ପ୍ଲାଟୁନ୍‌ ଫୋର୍ସ ସହିତ ଅଧିକାରୀମାନେ ପଦ୍ମକେଶରପୁରରେ ପହଞ୍ଚିଥିଲେ । ହେଲେ ରାତି ଅନ୍ଧାରର ସୁଯୋଗ ନେଇ ଦୁର୍ବୃତ୍ତମାନେ ଲୁଚି କରି ଢେଲାମାଡ଼ କରିଥିଲେ। ଫଳରେ ପୁଲିସ ଅନ୍ଧାରରେ କାହାକୁ ଚିହ୍ନଟ କରିପାରିନଥିଲା । କେବଳ ରାସ୍ତାରେ ଫ୍ଲାଗମାର୍ଚ୍ଚ ଭଳି ବୁଲିଥିଲା । 

ଗତବର୍ଷ ଡିସେମ୍ବର ମାସରେ ସୁଧ କାରବାରକୁ ନେଇ ପଦ୍ମକେଶରପୁରରେ ବଡ଼ଧରଣର ଗୋଷ୍ଠୀ ସଂଘର୍ଷ ହୋଇଥିଲା । ତଳସାହି ଓ ମଝିସାହି ମଧ୍ୟରେ ହୋଇଥିବା ଏହି ସଂଘର୍ଷରେ ପୁଲିସ ମଧ୍ୟ ଆକ୍ରମଣର ଶିକାର ହୋଇଥିଲା । ଏହି ମାମଲାରେ ପୁଲିସ ଉଭୟ ପକ୍ଷରୁ ୧୦୦ରୁ ଅଧିକ ପୁରୁଷ ଓ ମହିଳାଙ୍କୁ ଗିରଫ କରିଥିଲା । ଦୁଇ ସାହି ପ୍ରାୟ ମାସେ ପର୍ଯ୍ୟନ୍ତ ପୁରୁଷଶୂନ୍ୟ ହୋଇଯାଇଥିଲା । ଶେଷରେ ଆଞ୍ଚଳିକ ଶାନ୍ତି କମିଟି ଜରିଆରେ ଆପୋଷ ବୁଝାମଣା ହୋଇଥିଲା । ଜେଲ୍‌ ଯାଇଥିବା ଲୋକଙ୍କୁ ଜାମିନ ମିଳିବାରେ ସମସ୍ତେ ଗାଁ ଠାକୁରାଣୀ ମନ୍ଦିରରେ ବସି ଗଣ୍ଡଗୋଳ ଭୁଲିଯିବାକୁ ଶପଥ ନେଇଥିଲେ । 

ହେଲେ ଏହି ଘଟଣାକୁ ତିନି ମାସ ପୂରିନଥିବା ବେଳେ ଗତ ଏପ୍ରିଲ ମାସରେ ପଦ୍ମକେଶରପୁର ତଳସାହିରେ ପୁନଶ୍ଚ ବୋମାମାଡ଼ ହୋଇଥିଲା। ସୁଧ ବେପାରୀ ପଠାଇଥିବା ୪ ଦଲାଲ ବୋମାମାଡ଼ କରିଥିବା ଅଭିଯୋଗ ହୋଇଥିଲା । ସେମାନେ ବୋମାମାଡ଼ କରିବା ସହ ଭୁଜାଲିରେ ସ୍ଥାନୀୟ ଅଞ୍ଚଳର ସନାତନ ଦାସ ଓ ତାଙ୍କ ବୋହୂ ନିରୁପମାଙ୍କୁ ହାଣି ଲହୁଲୁହାଣ କରିଥିଲେ । ଗୁରୁତରମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣା ପରେ ଗୋଷ୍ଠୀ ସଂଘର୍ଷ ଆଶଙ୍କା କରି କମିସନରେଟ୍‌ ପୁଲିସ ପକ୍ଷରୁ ଗାଁରେ ପୁଲିସ ଛାଉଣି ସହ ପଇଁତରା ମରାଯାଇଥିଲା । ତିନିମାସ ପରେ ପୁଣି ବୋମାମାଡ଼ ଘଟିଛି । ବାରମ୍ବାର ଏହି ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ଘଟୁଛି ।ମାତ୍ର ସୁଧ କାରବାର ଓ  ରାଜନୈତିକ କାରଣରୁ ଏଭଳି ଘଟୁଥିବା କୁହାଯାଉଛି । ବୋମା ଏଠାକୁ କେଉଁଠୁ ଆସୁଛି ତାହା ବି କେହି ଜାଣିନାହାନ୍ତି । ତେଣୁ ପୁଲିସ ଏ ଦିଗରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଦାବି ହୋଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.