ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ବନ୍ଦ ଘରୁ ଗୋଟିଏ ପରିବାରର ୫ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ, ୨/୭: ବନ୍ଦ ଘରୁ ମିଳିଲା ଗୋଟିଏ ପରିବାରର ୫ଜଣଙ୍କ ଝୁଲନ୍ତା ମୃତଦେହ। ମଧ୍ୟପ୍ରଦେଶ ଅଲ୍ଲିରାଜପୁର ଥାନା ସେଣ୍ଡୱା ଗାଁ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା।  ମୃତକ ବାପାମାଆଙ୍କ ସମେତ ୩ ନାବାଳକ ପିଲା । ମୃତକ ହେଲେ ସ୍ବାମୀ ରାକେଶ ଦୋଦ୍ବା, ସ୍ତ୍ରୀ ଲଳିତା ଦୋଦ୍ବା ଏବଂ ୯ ବର୍ଷୀୟା ଝିଅ ଲକ୍ଷ୍ମୀ, ୭ ବର୍ଷୀୟ ପୁଅ ପ୍ରକାଶ ଓ ୫ ବର୍ଷୀୟ ଅକ୍ଷୟ । ତେବେ ଏହି ମାମାଲା ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚାରିଆଡେ ଆତଙ୍କ ଖେଳି ଯାଇଚି।

ସୂଚନା ମୁତାବକ,  ଗତକାଲି ସକାଳେ ରାକେଶଙ୍କର ଜଣେ ସମ୍ପର୍କୀୟ ଘରକୁ ଆସିଥିବାବେଳେ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ପରେ ସେ ଗାଁ ଲୋକ ଓ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ମୃତ ରାକେଶର ପରିବାରର ଆର୍ଥିକ ଅବସ୍ଥା କେମିତି ଥିଲା ଓ ଅନ୍ଯାନ୍ଯ ଦିଗ ସମ୍ପର୍କରେ ପୋଲିସ ତଦନ୍ତ କରୁଛି । ଏହା ଆତ୍ମହତ୍ଯା ନା ହତ୍ଯା ସେନେଇ ସ୍ପଷ୍ଟ ହୋଇନଥିବାବେଳେ ସମ୍ପର୍କୀୟ ଓ ପଡ଼ୋଶୀଙ୍କୁ ପୋଲିସ ପଚରାଉଚରା କରୁଛି ।ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ। ସେପଟେ ସମ୍ପର୍କୀୟ ଏହା ହତ୍ୟା ବୋଲି ଅଭିଯୋଗ କରିଛନ୍ତି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.