ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଘଣ୍ଟାର ଅପେକ୍ଷା..ରଥଖଳାରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାରରେ ଲାଗିବ ରଥତ୍ରୟ
  • ||
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

ଆସାମରେ ବନ୍ୟା ବିତ୍ପାତ, ୪୬କୁ ବଢିଲାଣି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୪/୭: ଆସାମରେ ବନ୍ୟା ବିତ୍ପାତ। ବ୍ରହ୍ମପୁତ୍ର ନଦୀରେ ବନ୍ୟା ଯୋଗୁଁ ଆସାମରେ  ବିଗୁଡ଼ିଛି ବନ୍ୟା ସ୍ଥିତି। ଫଳରେ ଜନଜୀବନ ସହ ପଶୁପକ୍ଷୀ ପ୍ରଭାବିତ ହୋଇଛନ୍ତି। ୧୯ଟି ଜିଲ୍ଲାରେ ୧୬ ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି। ସେପଟେ ବନ୍ୟା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୪୬ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବନ୍ୟା ପାଣିରେ ବୁଡି ଆଉ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 

ସେପଟେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ରହୁଥିବା ପ୍ରାଣୀଙ୍କ ଲାଗି ମଧ୍ୟ ବିପଦ ଦେଖାଦେଇଛି। ଚାରିଆଡେ ପାଣି ପଶିଯାଇଛି। ଜାତୀୟ ଉଦ୍ୟାନର ଅନେକ ସ୍ଥାନ ପାଣିରେ ବୁଡି ରହିଛି। ଫଳରେ ହାତୀ, ହରିଣ, ଗଣ୍ଡାଠୁ ଆରମ୍ଭ କରି ଅନେକ ପଶୁପକ୍ଷୀ ଏବେ ଜନବସତି ମୁହାଁ ହୋଇଛନ୍ତି। ସେହିପରି  ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ବ୍ରହ୍ମପୁତ ନଦୀର ଜଳସ୍ତର  ବିପଦ ସଙ୍କେତ ଉପରେ ପ୍ରବାହିତ ହୋଇଥିବାରୁ ସ୍ଥିତି ଆହୁରି ବିଗିଡିବା ନେଇ ଆଶଙ୍କା କରାଯାଉଛି। ଏନେଇ ଏନଡିଆରଏଫ, ଅଗ୍ନିଶମ ବିଭାଗ ଏବଂ ସେନା ସହାୟତାରେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ରାସ୍ତାଘାଟ ବୁଡି ରହିଥିବାରୁ ଗମନାଗମନରେ ବାଧା ଉପୁଜିଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.