ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ଭାରତରେ WhatsAppର ବଡ଼ କାର୍ଯ୍ୟାନୁଷ୍ଠାନ, ୬୬ ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ୍‌

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ୍‌ WhatsAppର ବଡ଼ ଆକ୍ସନ । ସମୟ ସମୟରେ ସାଇବର ସୁରକ୍ଷାକୁ ନଜରରେ ରଖି ହ୍ବାଟ୍ସଆପ୍‌ କେତେକ ଆକାଉଣ୍ଟ ବ୍ୟାନ୍‌ କରିଥିବା ନଜିର ରହିଛି । କିନ୍ତୁ ଏବେ ମିଳିଥିବା ରିପୋର୍ଟ ଅନୁସାରେ ହ୍ବାଟ୍ସଆପ୍‌ ଭାରତରେ ୬୬ ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ୍‌ କରିଦେଇଛି । ଏହା ବ୍ୟତୀତ ୧୨,୫୫,୦୦୦ ଆକାଉଣ୍ଟକୁ ବ୍ଲକ୍‌ କରିଛି ହ୍ବାଟ୍ସଆପ୍‌ । କିନ୍ତୁ ଏହି ସବୁ ଆକାଉଣ୍ଟ ଉପରେ ହ୍ବାଟ୍ସଆପ୍‌ ଗତ ମେ’ ମାସରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି । 

ହ୍ବାଟ୍ସଆପ୍‌ ଭାରତରେ ୬୬ ଲକ୍ଷ ୨୦ ହଜାର ଆକାଉଣ୍ଟ ବ୍ୟାନ୍‌ କରିଛି । ଭାରତ ସରକାରଙ୍କ ଆଇଟି ନିୟମ ଅନୁସାରେ କମ୍ପାନିକୁ ପ୍ରତି ମାସ ରିପୋର୍ଟ ଦେବାକୁ ପଡ଼ୁଛି । ଏହି ରିପୋର୍ଟରେ ହ୍ବାଟ୍ସଆପ୍‌ ଦାବି କରିଛି ଯେ, ଅନେକ ଆକାଉଣ୍ଟ ଉପରେ କମ୍ପାନି ଆକ୍ସନ ନେଇଛି । ହ୍ବାଟ୍ସଆପ୍‌କୁ ୧୩ ହଜାର ଅଭିଯୋଗ ମିଳିଥିବା ବେଳେ କମ୍ପାନି କେବଳ ୩୧ଟି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । 

ଭାରତରେ ହ୍ବାଟ୍ସଆପ୍‌ର ୫୫୦ ମିଲିୟନ୍‌ରୁ ଅଧିକ ୟୁଜର୍ସ ଅଛନ୍ତି । ଏଭଳି ସ୍ଥିତିରେ ହ୍ବାଟ୍ସଆପ୍‌କୁ ଯଦି କୌଣସି ପ୍ରକାର ଅଭିଯୋଗ ମିଳେ ତା ଉପରେ କାର୍ଯ୍ୟାନୁଷ୍ଠାନ ନିଏ କମ୍ପାନି । କିନ୍ତୁ ହ୍ବାଟ୍ସଆପ୍‌ କେବଳ ଯେ ଆକାଉଣ୍ଟ ବ୍ୟାନ୍‌ କରିବ ତାନୁହେଁ ଅନ୍ୟ ଉପାୟରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ଏହି ଭଳି ଏପ୍ରିଲ ମାସରେ ୭୧ ଲକ୍ଷ ଆକାଉଣ୍ଟ ବିରୋଧରେ ହ୍ବାଟ୍ସଆପ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । 

ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ମାସରେ ହ୍ବାଟ୍ସଆପ୍‌କୁ ୧୦,୫୫୪ଟି ଅଭିଯୋଗ ମିଳିଥିଲା । ତେବେ ହ୍ବାଟ୍ସଆପ୍‌ ପକ୍ଷରୁ କୁହାଯାଇଛି ଯେ, ୟୁଜର୍ସଙ୍କୁ ମଧ୍ୟ ଆକାଉଣ୍ଟ ବ୍ୟାନ୍‌ କରିବା ଲାଗି ସ୍ବତନ୍ତ୍ର ସୁବିଧା ଦିଆଯାଇଛି । 
 

  • facebook
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.