ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ୟୁପି ହାଥରସ୍‌ରେ ବଡଦୁର୍ଘଟଣା, ଭୋଲେବାବା ସତସଙ୍ଗରେ ୨୭ ମୃତ, ଅନେକ ଆହତ…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ୍‌ର ସିକନ୍ଦରାବାଦରେ ଏକ ସତସଙ୍ଗରେ ପ୍ରବଳ ଦଳାଚକଟା ପରିସ୍ଥିତି ଉପୁଜୁଛି । ସତସଙ୍ଗ ସମୟରେ ୫୦ ଜଣଙ୍କର ମୃତ୍ୟୁ ହୋଇଛି । ଭୋଲେ ବାବାଙ୍କ ସତସଙ୍ଗରେ ଦଳଚକଟା ହେତୁ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ମୋଟ ୧୯ ମହିଳା ମଧ୍ୟ ସାମିଲ ରହିଛନ୍ତି । ଏଟା ସିଏମଓ ଡ.ଉମେଶ କୁମାର ତ୍ରିପାଠୀ ୨୭ ଟି ମୃତଦେହକୁ ନିଶ୍ଚିତ କରିଛନ୍ତି । ଯେଉଁଥିରେ ଜଣେ ପୁରୁଷ, ୧୯ ମହିଳା ଏବଂ ୩ ଜଣ ଛୋଟ ପିଲା ଅନ୍ତର୍ଭୁକ୍ତ ରହିଛନ୍ତି । 

ସୂଚନାନୁସାରେ, ହାଥରସ୍ ଜିଲ୍ଲାର ସିକନ୍ଦରାଉ ଥାନାର ଫୁଲରଇ ଗ୍ରାମରେ ଚାଲିଥିବା ଭୋଲେ ବାବାଙ୍କ ସତସଙ୍ଗ ସମୟରେ ପ୍ରବଳ ଭିଡ ପାଇଁ ଦଳଚକଟା ପରିସ୍ଥିତି ଉପୁଜିଥିଲା। ଏହି ସମୟ ମଧ୍ୟରେ ଅନେକ ଭକ୍ତଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମୃତଦେହ ଏଟା ମେଡିକାଲ କଲେଜରେ ପହଞ୍ଚିଛି ।

ସୂଚନାନୁସାରେ, ସତସଙ୍ଗ ଶେଷ ହେବା ପରେ ଦଳାଚକଟା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଆହୁରି ଅନେକ ଲୋକଙ୍କ ମୃତ୍ୟୁ ହେବାର ସମ୍ଭାବନା ଅଛି । ଭୋଲେ ବାବାଙ୍କ ସତସଙ୍ଗ ଏଟା-ହାଥରସ୍ ସୀମାର ରତିଭାନପୁରରେ ଚାଲିଥିଲା। ଅନେକ ଆହତଙ୍କୁ ଏଟା ମେଡିକାଲ କଲେଜକୁ ଅଣାଯାଇଛି।

ଏହି ଦୁର୍ଘଟଣାରେ ସିଏମ୍ ଯୋଗୀ ଆଦିତ୍ୟନାଥ ଦୁଖ ପ୍ରକାଶ କରିଛନ୍ତି । ହାଥ୍ରାସରେ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.