ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ଅବଧେଶ ପ୍ରସାଦ ହୋଇପାରନ୍ତି ବିରୋଧି ଦଳର ଉପ ବାଚସ୍ପତି ପ୍ରାର୍ଥୀ, ସମାଜବାଦୀ ପାର୍ଟି ପକ୍ଷରୁ ପ୍ରସ୍ତାବ

ନୂଆଦିଲ୍ଲୀ,୩୦।୬:  ଓମ ବିର୍ଲା ଶାସକ ଏନଡିଏ ସରକାରଙ୍କ ଦ୍ୱାରା ବାଚସ୍ପତି ପଦ ପାଇଁ ମନୋନୀତ ହୋଇଥିଲେ ମଧ୍ୟ ଉପ ବାଚସ୍ପତି ପଦବୀ ଖାଲି ରହିଛି।‘ ଦ ହିନ୍ଦୁ’ର ରିପୋର୍ଟ ଅନୁଯାୟୀ, ଉପ-ବାଚସ୍ପତି ପଦ ପାଇଁ ବିରୋଧୀ ସମାଜବାଦୀ ପାର୍ଟି ନେତା ଅବଧେଶ ପ୍ରସାଦଙ୍କ ନାଁ ପ୍ରସ୍ତାବ ଦେଇଛି । ଉପ ବାଚସ୍ପତି ପଦ ପାଇଁ ବିରୋଧୀ ଫୈଜାବାଦ ସାଂସଦ ଅବଧେଶ ପ୍ରସାଦଙ୍କୁ ସ୍ଥାନ ଦେବାର ସମ୍ଭାବନା ରହିଛି।

ବାଚସ୍ପତି ପଦ ନିର୍ବାଚନ ବେଳେ କଂଗ୍ରେସ ଓ ଟିଏମ୍‌ସି ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା। ଏବେ ବିରୋଧି ଏହି ପଦ ପାଇଁ ଏକଜୁଟ୍ ହୋଇ ନିର୍ବାଚନ ଲଢିବାର ନିଷ୍ପତ୍ତି ନେଇଛନ୍ତି। ସମ୍ବିଧାନିକ ରୂପରେ ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ୧୭ ତମ ଲୋକସଭା ଉପ-ବାଚସ୍ପତି ବିନା ଚାଲିଥିଲା। ଏହି ପଦବୀ ୧୮ ତମ ଲୋକସଭାରେ ପୂରଣ ହେବ କି ନାହିଁ ବୋଲି ସରକାରଙ୍କ ତରଫରୁ କୌଣସି ଆନୁଷ୍ଠାନିକ ସୂଚନା ନାହିଁ।

ସମ୍ବିଧାନର ଧାରା ୯୩ ରେ କୁହାଯାଇଛି ଯେ ଲୋକସଭା ସଦସ୍ୟଙ୍କୁ ଯଥାଶୀଘ୍ର ଉପ ବାଚସ୍ପତି ଭାବରେ ମନୋନୀତ କରିବା ଉଚିତ। ତଥାପି, ଏଥିରେ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ଉଲ୍ଲେଖ କରାଯାଇ ନାହିଁ । ସୂଚନାନୁସାରେ, ଇଣ୍ଡିଆ ବ୍ଲକର ତିନି ପ୍ରମୁଖ ବିରୋଧୀ ଦଳ କଂଗ୍ରେସ, ଟିଏମ୍‌ସି ଏବଂ ଏସପିର ଶୀର୍ଷ ନେତୃତ୍ୱ  ସହମତି ଭିତ୍ତିରେ ପ୍ରାର୍ଥୀ ବାଛିବା ପାଇଁ ଆଲୋଚନା କରିଛନ୍ତି। ନେତାମାନେ ସେମାନଙ୍କର ପସନ୍ଦକୁ ସୀମିତ କରି ୯ ଥର ବିଧାୟକ ତଥା ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ଅବଧେଶ ପ୍ରସାଦଙ୍କୁ ବାଛିଥିଲେ ଯିଏକି ଦୁଇଥର ବିଜେପି ସାଂସଦ ଲଲୁ ସିଂଙ୍କୁ ହରାଇ ଚର୍ଚ୍ଚାର ପରିସରକୁ ଆସିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.