ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ଶିକ୍ଷା ପଦ୍ଧତିରେ ଅସନ୍ତୁଳନ, ସ୍କୁଲରେ ୯ ବିଦ୍ୟାର୍ଥୀଙ୍କୁ ୮ ଶିକ୍ଷକ

ମଧ୍ୟପ୍ରଦେଶ ୦୨/୦୭: ନୂଆ ଶିକ୍ଷାବର୍ଷ ଆରମ୍ଭରେ ମଧ୍ୟପ୍ରଦେଶର ବୁନ୍ଦେଲଖଣ୍ଡ ସ୍ଥିତ ସାଗରରେ ଶିକ୍ଷା ପଦ୍ଧତିରେ ଅସନ୍ତୁଳନ ଚର୍ଚ୍ଚାର ବିଷୟ ହୋଇଛି । ଜିଲ୍ଲାର ପ୍ରାୟ ୪୫ ସ୍କୁଲରେ ଜଣେ ବି ଶିକ୍ଷକ ନାହାନ୍ତି । ଏହି ସ୍ଥିତିରେ ସାଗର ସହରରୁ ପ୍ରାୟ ୪ କିମି ଦୂରରେ ଅବସ୍ଥିତ ଜିନ୍ଦା ଗାଁରେ ଭିନ୍ନ ସ୍ଥିତି ଦେଖିବାକୁ ମିଳିଛି । ଏଠାରେ ଏକ ସ୍କୁଲରେ ମାତ୍ର ୯ ଜଣ ବିଦ୍ୟାର୍ଥୀଙ୍କ ପାଇଁ ୮ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । 

ଜିନ୍ଦା ଗାଁରେ ଦୁଇଟି ସ୍କୁଲ ରହିଛି । କମ୍‌ ସଂଖ୍ୟକ ବିଦ୍ୟାର୍ଥୀଙ୍କ ଯୋଗୁ ୫ ବର୍ଷ ତଳେ ସ୍କୁଲ ବନ୍ଦ କରିବାକୁ ସୁପାରିଶ ସତ୍ତେ୍ୱ ଏବେ ଦୁଇଟିଯାକ ସ୍କୁଲ ପରିଚାଳିତ ହେଉଛି । ଏଠାରେ ଥିବା ପ୍ରାଥମିକ ସ୍କୁଲରେ ଅଧ୍ୟୟନ କରୁଥିବା ୬ ବିଦ୍ୟାର୍ଥୀଙ୍କ ପାଇଁ ୩ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ସେହିପରି ନିକଟସ୍ଥ ଏକ ମାଧ୍ୟମିକ ସ୍କୁଲରେ ଅଧ୍ୟୟନରତ ମାତ୍ର ୩ ବିଦ୍ୟାର୍ଥୀଙ୍କ ପାଇଁ ୫ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ଶିକ୍ଷା ନିରୀକ୍ଷଣାଳୟର ନିୟମ ଅନୁସାରେ, ୨୦ରୁ କମ୍‌ ବିଦ୍ୟାର୍ଥୀ ଥିବା ସ୍କୁଲକୁ ବନ୍ଦ କରି ସେମାନଙ୍କୁ ନିକଟସ୍ଥ ସ୍କୁଲରେ ଦାଖଲ କରିବାକୁ ହେବ । ତେବେ ଏହାର ବିପରୀତ ନିକଟରେ ଉପରୋକ୍ତ ଦୁଇ ସ୍କୁଲରେ ୪ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏମାନଙ୍କ ବାର୍ଷିକ ଦରମା ୬୦-୭୦ ଲକ୍ଷ ଟଙ୍କା । ଘରୋଇ ସ୍କୁଲ ପ୍ରତି ଲୋକଙ୍କ ପ୍ରାଥମିକତା ଯୋଗୁ ଗତ ଦୁଇ ବର୍ଷରେ ଉକ୍ତ ସ୍କୁଲରେ କୌଣସି ବିଦ୍ୟାର୍ଥୀ ମଧ୍ୟ ନାମ ଲେଖାଇ ନାହାନ୍ତି ।

ସାଗର ଜିଲ୍ଲାରେ ଶିକ୍ଷକ ଆବଣ୍ଟନରେ ବଡ଼ ଅସନ୍ତୁଳନ ଦେଖିବାକୁ ମିଳିଛି । କାରଣ ଏଠାରେ ମାତ୍ର ୧୦ ବିଦ୍ୟାର୍ଥୀଙ୍କ ପାଇଁ ୧୩ ଶିକ୍ଷକ ନିଯୁକ୍ତ ହୋଇଥିବାବେଳେ ଗତ ବର୍ଷ ଜଣେ ବି ଶିକ୍ଷକ ନ ଥିବା ଅନେକ ସ୍କୁଲ ୨,୮୭୦ ଶିକ୍ଷକଙ୍କ ଉପରେ ନିର୍ଭର କରିଥିଲେ । ଏହା ସତ୍ତେ୍ୱ ଜିଲ୍ଲାରେ ୧,୪୪୬ ଅତିରିକ୍ତ ଶିକ୍ଷକଙ୍କୁ ଅନାବଶ୍ୟକ ରୂପେ ନିଯୁକ୍ତ କରାଯାଇଛି । ଏହାର ପ୍ରତିକ୍ରିୟାରେ ସାଗର ଜିଲ୍ଲା ଶିକ୍ଷା ଅଧିକାରୀ ଅରବିନ୍ଦ ଜୈନ ମାମଲା ଉପରେ ତତ୍‌କାଳ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି, ସର୍ବନିମ୍ନ ବିଦ୍ୟାର୍ଥୀ ନାମ ଲେଖାଇଥିବା ସ୍କୁଲଗୁଡ଼ିକ ବନ୍ଦ ହେବ ଏବଂ ବିଦ୍ୟାର୍ଥୀ ଓ ଶିକ୍ଷକ ନିଯୁକ୍ତିର ସଂଶୋଧନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.