ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ

ନୂଆଦିଲ୍ଲୀ,୨/୭:  ବିଜୟ ମାଲ୍ୟାଙ୍କ ବଢିଲା ଅଡୁଆ। ତାଙ୍କ ବିରୋଧରେ ଜାରି ହେଲା ଏନ୍‌ବିଡବ୍ଲୁ ତଥା ଜାମିନ ବିହୀନ ଗିରଫ ପରଓ୍ୱାନା। ମୁମ୍ବାଇର ସ୍ୱତନ୍ତ୍ର ସିବିଆଇ କୋର୍ଟ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ୧୮୦ କୋଟି ଋଣ ପରିଷୋଧ ନ କରିବା ମାମଲାରେ ଏହି ଏନ୍‌ବିଡବ୍ଲୁ ଜାରି ହୋଇଛି । ତେବେ ସିବିଆଇ କୋର୍ଟର ଜଷ୍ଟିସ୍ ଏସ୍ ନାଏକ ନିମ୍ବାଲକର ଜୁନ୍ ୨୯ରେ ମାଲ୍ୟାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲେ। ତେବେ ସୋମବାର କୋର୍ଟ  କହିଛନ୍ତି, ୨୦୦୭ରୁ ୨୦୧୨ ମଧ୍ୟରେ ବିଜୟ ମାଲ୍ୟା ଏବଂ ତାଙ୍କ କମ୍ପାନୀକୁ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ପ୍ରାୟ ୧୮୦ କୋଟି ଟଙ୍କା ଋଣ ଦେଇଛି। ଏହି ମାମଲାରେ ବିଜୟ ମାଲ୍ୟାଙ୍କ ସମେତ ମୋଟ ୧୦ ଜଣ ଅଭିଯୁକ୍ତ ଅଛନ୍ତି। 

ତେବେ ଅଗଷ୍ଟ ୨୦୧୬ରେ ଏହି ମାମଲାରେ ମାମଲା ରୁଜୁ ହୋଇଥିଲା। ସମସ୍ତ ଅଭିଯୁକ୍ତଙ୍କୁ ହାଜର ହେବା ପାଇଁ ସମନ ଜାରି କରାଯାଇଥିବା ବେଳେ ପଳାତକ ବିଜୟ ମାଲ୍ୟାଙ୍କ ପାଇଁ କୋର୍ଟ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। ସିବିଆଇ କୋର୍ଟ ଶୁଣାଣି ସମୟରେ କହିଛି, ତଦନ୍ତରୁ ଜଣାପଡିଛି ଯେ ଏୟାରଲାଇନ୍ସ କିଙ୍ଗଫିସର ପ୍ରମୋଟର ବିଜୟ ମାଲ୍ୟା ଜାଣିଶୁଣି ସରକାରୀ ବ୍ୟାଙ୍କରୁ ନିଆଯାଇଥିବା ୧୮୦ କୋଟି ଟଙ୍କା ଋଣ ପରିଶୋଧ କରିନାହାଁନ୍ତି। ଇଡି ଦ୍ୱାରା ଅନୁସନ୍ଧାନ କରାଯାଉଥିବା ମନି ଲଣ୍ଡରିଂ ମାମଲାରେ ବିଜୟ ମାଲ୍ୟାଙ୍କୁ ପଳାତକ ଘୋଷଣା କରାଯାଇଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.