ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

୨୫ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା, ରାମେଶ୍ବରମରେ ଆନ୍ଦୋଳନ ତୀବ୍ର

Image Courtesy: vice.com

ନୂଆଦିଲ୍ଲୀ: ଜଳ ସୀମା ଅତିକ୍ରମଣ ଅଭିଯୋଗରେ ସୋମବାର ଶ୍ରୀଲଙ୍କା ନୌସେନା ୨୫ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ଏହି ଗିରଫଦାରୀ ବିରୋଧରେ ମତ୍ସ୍ୟଜୀବୀଙ୍କ ପରିବାର ଲୋକେ ରାସ୍ତା ରୋକ କରିବା ସହ ରାମେଶ୍ବରମରେ ଜୋରଦାର ବିକ୍ଷୋଭ କରିଛନ୍ତି। ମତ୍ସ୍ୟଜୀବୀଙ୍କୁ ଶୀଲଙ୍କା ପକ୍ଷରୁ ଗିରଫ କରାଯିବା ପରେ  ରାମେଶ୍ବରମର ପାମ୍ବନ ରାସ୍ତାକୁ ଘଣ୍ଟା ଘଣ୍ଟା ଦରି ବନ୍ଦ ରଖିଥିଲେ ସେମାନଙ୍କ ପରିବାର ଏବଂ ସଂପର୍କୀୟ । 

ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବା ଦାବିରେ ଏହି ଆନ୍ଦୋଳନ ହୋଇଛି । ଏହି ଗିରଫଦାରୀ ଫଳରେ  ୫ଟି ପରିବାର ନିଜର ଜୀବୀକା ହରାଇ ବସିଛନ୍ତି ବୋଲି ଜଣେ ଆନ୍ଦୋଳନକାରୀ କହିଛନ୍ତି । ୫୦ ଜଣ ମତ୍ସ୍ୟଜୀବୀ ମାଛ ମାରିବାକୁ ନେଦୁଥିବୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କୁ ଶ୍ରୀଲଙ୍କା ନୌସେନା ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଗିରଫ ହୋଇଥିବା ମତ୍ସ୍ୟଜୀବୀଙ୍କୁ ଜାଫନା ମତ୍ସ୍ୟ ବିଭାଗର ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । 

ସେପଟେ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବା ପ୍ରସଙ୍ଗରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍‌ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ସହ ଆଲୋଚନା କରିଛନ୍ତି । ତେବେ ଚଳିତ ବର୍ଷ ୧୫୦ରୁ ଅଧିକ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ଦ୍ବାରା ଗିରଫ କରାଯାଇଛି । କିନ୍ତୁ ୨୦୧୪ ତୁଳନାରେ ଏବର୍ଷ ଗିରଫଦାରୀ କମ୍‌ ହୋଇଛି । ୨୦୧୪ରେ ପ୍ରାୟ ୮୦୦ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିଲା ଶ୍ରୀଲଙ୍କା ନୈସେନା ।  

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.