ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ଫରିଦାବାଦରେ କଂଗ୍ରେସ ନେତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ, ୨/୭: କଂଗ୍ରେସର ନେତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା । ଜମି ବିବାଦରୁ ତାଙ୍କୁ ହତ୍ୟା କରାଯାଇଥିବା ବେଳେ ପୁରା ଘଟଣା ସିସିଟିଭିରେ କଏଦ ହୋଇଛି। ତେବେ ହରିୟାଣାର ଫରିଦାବାଦରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି କୁନାଲ ଭାଡ଼ନା ବୋଲି ଜଣାପଡିଛି । 

ତେବେ ସିସିଟିଭି ଫୁଟେଜ ଅନୁଯାୟୀ, କୁନାଲ ତାଙ୍କ ଜଣେ ବନ୍ଧୁଙ୍କ ସହ ମସଜିଦ ଛକା ନିକଟରେ ଛିଡ଼ା ହୋଇଥିଲେ। ସେହି ସମୟରେ କିଛି ଲୋକ କଂଗ୍ରେସ ନେତାଙ୍କ ଭାଇ କୁନାଲ ଭାଡ଼ନାଙ୍କ ପାଖକୁ ଆସୁଛନ୍ତି ଓ ତାଙ୍କ ସହ ଯୁକ୍ତିତର୍କ କରୁଛନ୍ତି। କିଛି ସମୟରେ ଯୁକ୍ତିତର୍କ କରୁଥିବା ଲୋକଙ୍କ ମଧ୍ୟରୁ ଜଣେ କୁନାଲଙ୍କ ଉପରକୁ ଗୁଳି କରିଛନ୍ତି। ଭିଡିଓର ଆଉ ଏକ ଫ୍ରେମରେ ଦେଖିବାକୁ ମିଳୁଛି ଯେ କୁନାଲ ଗୁଳି ମାଡ଼ ପରେ ତଳେ ପଡ଼ୁଥିବା ବେଳେ ଆକ୍ରମଣକାରୀମାନେ ସେଠାରୁ ଫେରାର ମାରୁଛନ୍ତି। କୁନାଲ ହେଉଛନ୍ତି ସ୍ଥାନୀୟ କଂଗ୍ରେସ ନେତା ଜ୍ୟୋତେନ୍ଦର ଭାଡ଼ନାଙ୍କ ଭାଇ। ଘଟଣା ବେଳେ କୁନାଲଙ୍କ ଜଣେ ବନ୍ଧୁ ତାଙ୍କ ସହ ରହିଥିଲେ। ଗୁଳିମାଡ଼ କରିବା ପରେଅଭିଯୁକ୍ତମାନେ ଗୋଟିଏ ସୁଇଫ୍ଟ କାର୍‌ରେ ସେଠାରୁ ଫେରାର ହୋଇ ଯାଇଥିଲେ। ସେପଟେ ସ୍ଥାନୀୟ ଲୋକେ କୁନାଲକୁ ସେକ୍ଟର ୨୧ରେ ଥିବା ଏସିଆନ ହସ୍ପିଟାଲକୁ ନେଇଥିଲି। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ତେବେ ଏହି ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.