ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ଆଜି ସରଗରମ ରହିବ ସଂସଦ, ରାହୁଲଙ୍କୁ ଟାର୍ଗେଟ୍‌ କରିପାରନ୍ତି ମୋଦି

ନୂଆଦିଲ୍ଲୀ,୨/୭:  ଆଜି ବି ବେଶ୍ ସରଗରମ ରହିବ ସଂସଦ ।  ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅବସରରେ ଗୃହରେ ପ୍ରଧାନମନ୍ତ୍ରୀ କହିବେ। ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଉଭୟ ବିଜେପି ଓ ଆରଏସଏସ୍ କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ । ଉଭୟ ଗୃହ ଭିତରେ ଓ ବାହାରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଆଜି ରାହୁଲ ଗାନ୍ଧିଙ୍କୁ ଏହାର ଜବାବ ଦେଇପାରନ୍ତି ନରେନ୍ଦ୍ର ମୋଦି ।

ଅନୁମାନ କରାଯାଉଛି ଆଜି ସରଗରମ ହେବ ଲୋକସଭା। ଏହାପୂର୍ବରୁ ଆଉ କିଛି ସମୟ ପରେ NDAର ସଂସଦୀୟ ଦଳ ବୈଠକ ଡକାଯାଇଛି। ପାର୍ଲାମେଣ୍ଟ ଅଧିବେଶନ ଭିତରେ ପ୍ରଥମ ଥର ପାଇଁ ଏହି ବୈଠକ ଡକାଯାଇଛି। ଏଠି ବିସ୍ତୁତ ରଣନୀତି ପ୍ରସ୍ତୁତ ହେବ। ସୂଚନା ଅନୁଯାୟୀ ବିଜେପି ଏବଂ ସହଯୋଗୀ ଦଳର ସମସ୍ତ ସାଂସଦଙ୍କୁ ଏହି ବୈଠକରେ ଯୋଗ ଦେବା ପାଇଁ କୁହାଯାଇଛି। ଗତକାଲି ରାହୁଲ ଗାନ୍ଧି ଅଗ୍ନିବୀର, ନିଟ୍ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ। ତା'ସହ ରାହୁଲଙ୍କ ‘ହିନ୍ଦୁ ହିଂସା’ବୟାନକୁ ନେଇ ଲୋକସଭାରେ ଝଡ଼ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ  ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ଅମିତ ଶାହା।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.