ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ମହାକାଶରୁ ସୁନିତା ଓ୍ବିଲିୟମ୍ସଙ୍କ ଫେରିବା ନେଇ ଇସ୍ରୋ ମୁଖ୍ୟ ଦେଲେ ଖୁସି ଖବର, ସୁରକ୍ଷାକୁ ନେଇ କହିଲେ ଏଭଳି

ନୂଆଦିଲ୍ଲୀ,୩।୬: ଭାରତୀୟ ବଂଶୋଦ୍ଭବ ମହାକାଶ ଯାତ୍ରୀ ସୁନିତା ଓ୍ବିଲିୟମ୍ସ ନିଜ ସାଥୀ ଯାତ୍ରୀଙ୍କ ସହ ମହାକାଶ ଯାତ୍ରାରେ ଯାଇଛନ୍ତି।  ତାଙ୍କୁ ୧୪ ତାରିଖରେ ଫେରିବାର ଥିଲା, କିନ୍ତୁ ବୋଇଂ ଷ୍ଟାରଲାଇନ୍‌ ମହାକାଶ ଯାନରେ ସମସ୍ୟା ଯୋଗୁଁ ଫେରିବା ବିଳମ୍ବ ହୋଇଛି।  ଏହାକୁ ନେଇ ଏବେ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ଏକ  ଖୁସି ଖବର ଦେଇଛନ୍ତି। ସେ କହିଛନ୍ତି, ସୁନିତା ଓ୍ବିଲିୟମ୍‌ଙ୍କୁ ଫେରିବାରେ କୌଣସି ଚିନ୍ତାର କଥା ନାହିଁ।

ଇସ୍ରୋ ମୁଖ୍ୟ ଭରସା ଦେଇଛନ୍ତି, ମହାକାଶ ଷ୍ଟେସନ୍‌ ଲୋକଙ୍କ ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବା ପାଇଁ  ଏକ ସୁରକ୍ଷିତ ସ୍ଥାନ। ସୁନିତା ଓ୍ବିଲିୟମ୍ସ ବହୁ ମାସ ପର୍ଯ୍ୟନ୍ତ ମହାକାଶରେ ରହିପାରନ୍ତି। ଏକ ଇଣ୍ଟରଭ୍ୟୁରେ ଇସ୍ରୋ ମୁଖ୍ୟ କହିଛନ୍ତି, ଏହା କେବଳ ସୁନିତା ଓ୍ବିଲିୟମ୍ସ କିମ୍ବା ଅନ୍ୟ ମହାକାଶ ଯାତ୍ରୀଙ୍କ କଥା ନୁହେଁ। ତାଙ୍କୁ କୌଣସି ନା କୌଣସି ଦିନ ଫେରିବାର ଅଛି। ପୁରା ପ୍ରସଙ୍ଗ ବୋଇଂ ଷ୍ଟାରଲାଇନର ନାମକ ଏକ ନୂଆ କ୍ରୁ ମଡେଲର ପରୀକ୍ଷଣ, ସେଠାରୁ ଯିବା ଓ ପୁଣି ସୁରକ୍ଷିତ ଫେରିବାର କ୍ଷମତା ବିଷୟରେ ରହିଛି। ସ୍ପେସ୍‌ ଏଜେନ୍ସି ପାଖରେ ତାଙ୍କୁ ଫେରାଇ ଆଣିବାର ପର୍ଯ୍ୟାପ୍ତ କ୍ଷମତା ରହିଛି। ଏହା କୌଣସି ବଡ଼ ପ୍ରସଙ୍ଗ ନୁହେଁ।

ଇସ୍ରୋ ମୁଖ୍ୟ ଏହି କଥା ଉପରେ ଜୋର ଦେଇଛନ୍ତି ଯେ, ମହାକାଶ ଯାତ୍ରୀଙ୍କୁ ଫେରିବା ବିଷୟରେ ଚିନ୍ତା କରିବା ବଦଳରେ ଏକ ନୂଆ କ୍ରୁ ମଡ୍ୟୁଲ ପରୀକ୍ଷଣ ଓ ମହାକାଶ ଯାତ୍ରା କରିବାର କ୍ଷମତା ଉପରେ ବିଚାର କରିବା ଉଚିତ। ସେ ସୁନିତା ଓ୍ବିଲିୟମ୍ସଙ୍କ ନୂତନ ମହାକାଶ ଯାନର ପ୍ରଥମେ ଉଡାଣ କରିବାର ସାହାସକୁ ଖୁବ୍ ପ୍ରଶଂସା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.