ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ଅନଲାଇନ ମୋଡ୍‌ରେ ହୋଇପାରେ ନିଟ୍‌ ୟୁଜି ପରୀକ୍ଷା , ବଡ଼ ପ୍ରସ୍ତୁତିରେ କେନ୍ଦ୍ର ସରକାର

ନୂଆଦିଲ୍ଲୀ – ନିଟ୍‌ ୟୁଜି ପରୀକ୍ଷାର ପେପର ଲିକ୍‌ ହେବା ପରେ ଅନେକ ପ୍ରକାରର ପ୍ରଶ୍ନ ଉଠିଛି। ଏହି ମାମଲାକୁ ନେଇ ଛାତ୍ରଛାତ୍ରୀ ମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କଲେ ଏବଂ ସଂସଦରେ ମଧ୍ୟ ଏହାର ଶବ୍ଦ ଶୁଣାଗଲା। ନିଟ୍‌ ୟୁଜି ପେପର ଲିକ୍‌କୁ ନେଇ ବିବାଦ ବୃଦ୍ଧି ମଧ୍ୟରେ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି।  

NEET ପେପର ଲିକ୍‌ରେ ସିବିଆଇର ବଡ଼ ଆକ୍ସନ , ଅନ୍ୟ ରାଜ୍ୟରେ ଥିବା ଗଡ଼ବଡ଼ ମାମଲାକୁ ବି ନେଲା ହାତକୁ

ରିପୋର୍ଟ ମୁତାବିକ , ଆସନ୍ତା ବର୍ଷରୁ ନିଟ୍‌ ୟୁଜି ପରୀକ୍ଷା ଅନ୍‌ଲାଇନ୍‌ ମୋଡ୍‌ରେ କରାଯିବା ଉପରେ ବିଚାର ଚାଲିଛି। କହି ରଖୁଛୁ କି , ଏବେସୁଦ୍ଧା ନିଟ୍‌ର ପରୀକ୍ଷା ପେନ୍‌-ଆଣ୍ଡ-ପେପରରେ ହୋଇ ଆସୁଛି, ଯେଉଁଥିରେ ଏମସିକ୍ୟୁ ଟାଇପ୍‌ର ପ୍ରଶ୍ନ ପଚରାଯାଏ। ଯଦି ଆଗାମୀ ଦିନରେ ନିଟ୍‌ ୟୁଜି ପାଇଁ ମଧ୍ୟ ଆଇଆଇଟି, ଜେଇଇ ମେନ୍‌ ବା ଜେଇଇ ଆଡଭାନ୍ସ ଭଳି କମ୍ପ୍ୟୁଟର ଆଧାରିତ ପରୀକ୍ଷାକୁ ଆପଣା ଯାଇପାରେ। 

ନିଟ୍‌ ପେପର ଲିକ୍‌କୁ ନେଇ ଗତ ସପ୍ତାହରେ ପାଖାପାଖି ତିନୋଟି ଉଚ୍ଚ ସ୍ତରୀୟ ବୈଠକ ହୋଇଛି, ଯେଉଁଠି ମାମଲାକୁ ନେଇ ଭିନ୍ନ ଭିନ୍ନ ଦିଗ ଉପରେ ବିସ୍ତାର ଭାବେ ଆଲୋଚନା କରାଯାଉଛି। ୨୨ଜୁନ୍‌ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବତନ ଇସ୍ରୋ ଅଧ୍ୟକ୍ଷ କେ.ରାଧାକୃଷ୍ଣଙ୍କର ଅଧ୍ୟକ୍ଷତାରେ ୭ ସଦସ୍ୟ ବିଶିଷ୍ଟ ପ୍ୟାନେଲର ଗଠନ କରାଯାଇଛି। ଟେଷ୍ଟ ପ୍ରକ୍ରିୟା ତଥା ଡାଟା ସୁରକ୍ଷା ପ୍ରୋଟୋକଲରେ ସୁଧାରର ସୁପାରିଶ କରିବା ଓ ଏନଟିଏର ସଂରଚନା ଓ କାର୍ଯ୍ୟପ୍ରଣାଳୀର ସମୀକ୍ଷା ପାଇଁ ଏହି କମିଟି ଗଠନ କରାଯାଇଛି। 

ପେପର ଲିକ୍‌କୁ ନେଇ କଠୋର ହେଲେ ଯୋଗୀ ସରକାର ; ଅଧ୍ୟାଦେଶକୁ କ୍ୟାବିନେଟର ମଞ୍ଜୁରୀ

ଉଲ୍ଲେଖନୀୟ ଯେ,୨୦୧୮ରେ ତତ୍କାଳୀନ ଶିକ୍ଷା ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ମାମଲାରେ ବଡ଼ ବୟାନ ଦେଇ ଥିଲେ। ସେ କହିଥିଲେ କି ୨୦୧୯ରୁ ନିଟ୍‌ ଅନଲାଇନ୍‌ ଓ ବର୍ଷରେ ୨ଥର ଆୟୋଜିତ କରାଯିବ। ହେଲେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଭିଯୋଗ ପରେ ଶିକ୍ଷା ମନ୍ତ୍ରଣାଳୟକୁ ଏହି ନିର୍ଣ୍ଣୟ ଫେରେଇ ନେବାକୁ ପଡ଼ିଛି। ହେଲେ, ଏବେ ସୂତ୍ରାନୁସାରେ କୁହାଯାଉଛି କି ଅନଲାଇନ୍‌ ପରୀକ୍ଷାକୁ ନେଇ ଗମ୍ଭୀରତାର ସହ ବିଚାର କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.