ପ୍ରମୂଖ ଖବର
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ହୋଟେଲ୍‌ରେ ମାଗଣା ଖାଦ୍ୟ ପାଇଁ ପକାଉଥିଲେ ମାଛି, ଦମ୍ପତିଙ୍କ କାରାନାମାର ଏମିତି ଖୁଲାସା କଲେ ବନ୍ଧୁ

ନୂଆଦିଲ୍ଲୀ ୦୧/୦୭: ସମୟ ସମୟରେ ଲୋକମାନେ ନିଜର ଫାଇଦା ଲାଗି ଯେକୌଣସି ସ୍ତରକୁ ଖସି ଯାଇଥାନ୍ତି । ଏହାଦ୍ୱାରା ଅନ୍ୟମାନଙ୍କୁ କିଭଳି କ୍ଷତି ପହଞ୍ଚୁଛି ତାହା ସେମାନେ ଭାବି ପାରନ୍ତି ନାହିଁ । ସୋସିଆଲ୍‌ ମିଡିଆରେ ଏବେ ସେହିଭଳି ଏକ ଖବର ଭାଇରାଲ୍‌ ହେଉଛି । ଉଦିତ୍‌ ଭଣ୍ଡାରୀ ନାମକ ଜଣେ ବ୍ୟକ୍ତି ତାକୁ ନିଜର ଏକ୍ସ ଆକାଉଣ୍ଟରେ ସେୟାର କରିଛନ୍ତି । 

ସେଥିରେ ସେ ଲେଖିଛନ୍ତି, ନିକଟରେ ମୁଁ ଗୁରୁଗ୍ରାମରେ ଜଣେ ବନ୍ଧୁଙ୍କର ଏକ ପାର୍ଟିରେ ସାମିଲ ହେବାକୁ ଯାଇଥିଲି । ସେଠାରେ ଏକ ମଧ୍ୟବୟସ୍କ ଦମ୍ପତିଙ୍କ ସହିତ ସାକ୍ଷାତ ହେଲା । ସେମାନେ ମଜାରେ ମଜାରେ ଏମିତି ଏକ କଥାର ଖୁଲାସା କଲେ ଯାହା ମୋତେ ଆଶ୍ଚର୍ଯ୍ୟ କରିଦେଲା । ସେମାନେ ଅନେକ ଥର ଦିଲ୍ଲୀ/ଗୁରୁଗ୍ରାମର ପଞ୍ଚତାରକା ହୋଟେଲ୍‌କୁ ଖାଇବାକୁ ଯାଉଥିଲେ । ସାଙ୍ଗରେ ଏକ ମଲାମାଛି ନେଉଥିଲେ । ଅଧା ଖାଇବା ପରେ ସେମାନେ ମଲାମାଛିକୁ ଖୁବ୍‌ ସନ୍ତର୍ପଣରେ ନିଜ ଖାଦ୍ୟରେ ପକାଇ ଦେଉଥିଲେ । ଏହାପରେ ତାକୁ ନେଇ ଖୁବ୍‌ ତମ୍ବିତୋଫାନ କରୁଥିଲେ । ସେମାନଙ୍କର ହଙ୍ଗାମାକୁ ଦେଖି ଲଜ୍ଜିତ ହେବା ଭୟରେ ହୋଟେଲ୍‌ କର୍ତ୍ତୃପକ୍ଷ ହୁଏତ ସେହି ଡିଶ୍‌ ଲାଗି ନ ହେଲେ ଅଧିକାଂଶ ମାମଲାରେ ପୂରା ଖାଦ୍ୟ ପାଇଁ ଟଙ୍କା ନେଉନଥିଲେ । ଏଭଳି ଭାବେ ଦମ୍ପତି ମାଗଣାରେ ପଞ୍ଚତାରକା ହୋଟେଲ୍‌ରେ ଖାଦ୍ୟ ଖାଇ ଫେରୁଥିଲେ । 

ଦମ୍ପତିଙ୍କ ନିକଟରେ ହୋଟେଲ୍‌ରେ ପଇଠ କରିବାକୁ ଯେ ଟଙ୍କା ନଥିଲା ତା’ ନୁହେଁ, ସେମାନେ ଏସବୁ ମଜା ପାଇଁ କରୁଥିଲେ ବୋଲି ଭଣ୍ଡାରୀ ଲେଖିଛନ୍ତି । ତାଙ୍କର ଏହି ପୋଷ୍ଟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ଅନେକ ଲୋକ ଦମ୍ପତିଙ୍କୁ ସମାଲୋଚନା କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଦମ୍ପତିଙ୍କ ନିକଟରେ ଟଙ୍କା ନୁହେଁ, ଭଲ ମାନସିକତାର ଅଭାବ ରହିଛି । ସେମାନେ ଉତ୍ତମ ନାଗରିକ ହେବାଲାଗି ଅଯୋଗ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.