ପ୍ରମୂଖ ଖବର
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ନିଟ୍‌ ୟୁଜି ପୁନଃ ପରୀକ୍ଷାର ଫଳାଫଳ ଘୋଷଣା କଲା ଏନ୍‌ଟିଏ; ସଂଶୋଧିତ ରାଙ୍କ୍‌ ତାଲିକା ଜାରୀ

Image source: ABP live

ନୂଆଦିଲ୍ଲୀ,୦୧/୦୬: ନିଟ୍‌ ୟୁଜି ପରୀକ୍ଷାର ପୁନଃ ପରୀକ୍ଷା ୨୩ ଜୁନ୍‌ରେ କରାଯାଇଥିଲା। ଏହାର ଫଳାଫଳ ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପ୍ରକାଶ ପାଇଛି। ଯେଉଁ ପ୍ରାର୍ଥୀମାନେ ପରୀକ୍ଷା ଦେଇଛନ୍ତି ସେମାନେ ଏନ୍‌ଟିଏର ଅଫିସିଆଲ୍ ୱେବସାଇଟ୍‌ - exam.nta.ac.in କୁ ଯାଇ ଫଳାଫଳ ଯାଞ୍ଚ କରିପାରିବେ। ଏଠାରେ, ଯେଉଁ ପ୍ରାର୍ଥୀଙ୍କ ପାଇଁ ପୁନର୍ବାର ପରୀକ୍ଷା କରାଯାଇଥିଲା, ସେମାନଙ୍କ ସଂଶୋଧିତ ସ୍କୋରକାର୍ଡ ଅପଲୋଡ୍ ହୋଇଛି। ଆପଣ ଏହାକୁ ୱେବସାଇଟରୁ ଡାଉନଲୋଡ୍ କରିପାରିବେ ।

ନୂଆ ସ୍କୋର ଉପରେ ଆଧାରିତ ହେବ ସ୍କୋରକାର୍ଡ: 

ନିଟ୍‌ ୟୁଜିରେ ଗ୍ରେସ୍‌ ମାର୍କ ପାଇଥିବା ୧୫୦୦ ଛାତ୍ରଛାତ୍ରୀଙ୍କ ପୁନଃ ପରୀକ୍ଷାର ଫଳାଫଳ ଏବଂ ନୂତନ ରାଙ୍କ ତାଲିକା ନୂତନ ସ୍କୋରକାର୍ଡ ସହିତ ୱେବସାଇଟରେ ପ୍ରକାଶ ପାଇଛି। ଏହି ପରୀକ୍ଷାର ଫଳାଫଳକୁ ଆଧାର କରି ସ୍କୋରକାର୍ଡରେ ମଧ୍ୟ ରାଙ୍କ୍‌ରେ ପରିବର୍ତ୍ତନ ହୋଇଛି। ଏହାକୁ ଯାଞ୍ଚ କରିବା ପାଇଁ ଆପଣ ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ଦେଖିପାରିବେ। ଏ ବାବଦରେ ଏନଟିଆଇ ମଧ୍ୟ ଏକ ବିଜ୍ଞପ୍ତି ଜାରି କରିଛି।

ପ୍ରକାଶ ପାଇଲା ନୂଆ ରାଙ୍ଗ ଲିଷ୍ଟ: 

ଏନ୍‌ଟିଏ ନୂଆ ରାଙ୍କ୍ ତାଲିକା ପ୍ରକାଶ କରିଛି ଏବଂ ନୂତନ ଫଳାଫଳ ସହିତ ସମସ୍ତ ପ୍ରାର୍ଥୀଙ୍କ ପଦରେ ଥିବା ପାର୍ଥକ୍ୟ ୱେବସାଇଟରେ ଦେଖିବାକୁ ପାଇବେ। ବର୍ତ୍ତମାନ ପ୍ରାର୍ଥୀମାନେ ନୂତନ ତାଲିକା ଯାଞ୍ଚ କରିପାରିବେ। ଜୁନ୍ ୨୩ ରେ ଅନୁଷ୍ଠିତ ପୁନଃ ପରୀକ୍ଷାର ଫଳାଫଳ ଅନୁଯାୟୀ ଏହି ରାଙ୍କ୍ ତାଲିକାରେ ସଂଶୋଧନ କରାଯାଇଛି। ବର୍ତ୍ତମାନ ସମସ୍ତ ପ୍ରାର୍ଥୀ ସେମାନଙ୍କର ନୂତନ ରାଙ୍କ ତାଲିକା ଯାଞ୍ଚ କରିପାରିବେ।

ନୋଟିସ୍‌ରେ କ'ଣ ଲେଖା ହୋଇଛି: 

ଏ ବାବଦରେ ଜାରି ବିଜ୍ଞପ୍ତିରେ ଏନ୍‌ଟିଏ ସ୍ପଷ୍ଟ ଭାବେ କହିଛି ଯେ ସମସ୍ତ ପ୍ରାର୍ଥୀଙ୍କ ସଂଶୋଧିତ ସ୍କୋରକାର୍ଡ ଏନ୍‌ଟିଏ ୱେବସାଇଟ୍ exam.nta.ac.in/NEET ରେ ପ୍ରକାଶିତ ହୋଇଛି। ଏଥିରେ ୧୫୬୩ ପ୍ରାର୍ଥୀଙ୍କ ସ୍କୋରକାର୍ଡ ମଧ୍ୟ ରହିଛି, ଯେଉଁମାନଙ୍କୁ ଅନୁଗ୍ରହ ମାର୍କ ବା ଗ୍ରେସ୍‌ ମାର୍କ ଦିଆଯାଇଥିଲା। ଏଥିମଧ୍ୟରୁ ପରୀକ୍ଷାରେ ପୁଣିଥରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀଙ୍କ ଫଳାଫଳ ପ୍ରକାଶ ପାଇଛି। ଏହାକୁ ଆଧାର କରି ଏକ ନୂତନ ସ୍କୋରକାର୍ଡ ଏବଂ ସଂଶୋଧିତ ରାଙ୍କ ତାଲିକା ପ୍ରକାଶ ପାଇଛି। ପ୍ରାର୍ଥୀମାନେ ୱେବସାଇଟରେ ଲଗ୍‌ ଇନ୍‌ କରି ସେମାନଙ୍କର ସ୍କୋରକାର୍ଡ ପ୍ରିଣ୍ଟ କରିପାରିବେ। ଏହି ପ୍ରାର୍ଥୀଙ୍କ ଫଳାଫଳ ପରେ ସ୍କୋରକାର୍ଡ ପୁଣି ବଦଳିଛି ଏବଂ ବର୍ତ୍ତମାନ ଏହାକୁ ୱେବସାଇଟରେ ଅପଲୋଡ୍‌ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.