ପ୍ରମୂଖ ଖବର
  • ରାୟଗଡା ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ, ଶ୍ରମ ବିଭାଗର ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଜବତ୍
  • ||
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ରାଜକୁମାର ରାଓଙ୍କ ଷ୍ଟାରର ଫିଲ୍ମ ‘ସ୍ତ୍ରୀ ୨’ ଟିଜର ଆଉଟ, ଏହି ଦିନ ହେବ ରିଲିଜ

ମୁମ୍ବାଇ,୨୫/୬:ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ରାଜକୁମାର ରାଓ  ଓ ଶ୍ରଦ୍ଧା କପୁର ଷ୍ଟାରର ସିନେମା ‘ସ୍ତ୍ରୀ ୨’ । ଫିଲ୍ମ ରିଲିଜକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ଫିଲ୍ମର ଟିଜର ସାମ୍ନାକୁ ଆସିଛି । ଲମ୍ବା ସମୟ ପରେ ‘ସ୍ତ୍ରୀ ୨’ ର ଟିଜର ରିଲିଜ କରାଯାଇଛି ।  ଯାହାକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି । ଏହା ଅଭିନେତା ରାଜକୁମାର ରାଓ ତାଙ୍କ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି । 

ତେବେ ‘ସ୍ତ୍ରୀ ୨’ ର ଦମଦାର ଟିଜରର ଆରମ୍ଭରେ ଜଣେ ମହିଳା ଗୋଟିଏ ବଡ ମୂର୍ତ୍ତିରେ କ୍ଷୀର ଚଢାଉଥିବାର ଦେଖିବାକୁ ମିଳୁଛି । ଏହାର ତଳେ ଲେଖା ହୋଇଛି ‘ଓଃ ସ୍ତ୍ରୀ ରକ୍ଷା କର’ । ଏହାପରେ ରାଜକୁମାର ରାଓ, ପଙ୍କଜ ତ୍ରିପାଠୀ, ଆପାର ଶକ୍ତି ଖୁରାନା ଓ ଅଭିଷେକ ବାନାର୍ଜୀ ନଜର ଆସୁଛନ୍ତି । ସେମାନେ ଆଶ୍ଚର୍ଯ୍ୟଚକିତ ଭାବରେ କୌଣସି ଜିନିଷକୁ ଦେଖୁଛନ୍ତି । ସେମାନେ କହୁଛନ୍ତି ଏହା ତ ସତ୍ୟ ହୋଇଗଲା । ତାପରେ ଗାଁରେ ଭୟର ବାତାବରଣ ଖେଳିଯାଇଛି ଓ ଲୋକେ କହିବାକୁ ଲାଗୁଛନ୍ତି ‘ସ୍ତ୍ରୀ ପୁଣିଥରେ ଆସିଗଲା’। ତେବେ ସ୍ତ୍ରୀର ଚରିତ୍ରରେ ଶ୍ରଦ୍ଧା କପୁର ନଜର ଆସୁଛନ୍ତି । ଟିଜରରେ ତମନ୍ନା ଭାଟିଆଙ୍କୁ ବି ଦେଖିବାକୁ ମିଳିଛି । ଟିଜରକୁ ଲୋକେ ବେଶ ପସନ୍ଦ କରୁଥିବା ବେଳେ ସ୍ବତନ୍ତ୍ରତା ଦିବସରେ ଫିଲ୍ମଟି ରିଲିଜ ହେବାକୁ ଯାଉଛି। 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.