ପ୍ରମୂଖ ଖବର
  • ରାୟଗଡା ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ, ଶ୍ରମ ବିଭାଗର ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଜବତ୍
  • ||
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ସୋନାକ୍ଷୀଙ୍କ ବିବାହ ପରେ ଶତ୍ରୁଘ୍ନ ସିହ୍ନା ଭାଙ୍ଗିଲେ ନିରବତା, ଟ୍ରୋଲିଂ ଉପରେ କହିଲେ- କିଛି ତ ଲୋକ କହିବେ

ନୂଆଦିଲ୍ଲୀ, ୨୫/୬ : ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକବାଲଙ୍କ ବିବାହ ୨୩ଜୁନରେ ଶେଷ ହୋଇଛି । ମାତ୍ର ଭିନ୍ନ ଭିନ୍ନ ଧର୍ମ ହେବା କାରଣରୁ ଉଭୟଙ୍କ ବିବାହ ସହଜ ନ ଥିଲା । କିନ୍ତୁ ଉଭୟେ ନିଜର ନିଷ୍ପତ୍ତି ଉପରେ ଅଟଳ ରହିଥିଲେ । ଜହୀର ଏବଂ ସୋନୀକ୍ଷୀ ଶେଷରେ ବିବାହ କରି ନିଜ ବିବାହର ଏକ ନୂଆ ନାଁ ଦେଇଛନ୍ତି । ସୋନାକ୍ଷୀ ମୁସଲିମ୍ ଅଭିନେତା ଜହୀର ଇକବାଲଙ୍କୁ ବିବାହ କରିବା ପରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି । ଲୋକେ ଏହି ବିବାହର ବିରୋଧ ବି କରିଛନ୍ତି ଏବଂ ଆଲୋଚନା ବି କରିଛନ୍ତି । ଏଥିରେ ଲୋକେ ସୋନାକ୍ଷୀଙ୍କ ବାପା ଏବଂ ବରିଷ୍ଠ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କୁ ବି ଘେରିବାକୁ ପଛାଇ ନାହାନ୍ତି । ମାତ୍ର ଏବେ ଲୋକମାନଙ୍କ ଟ୍ରୋଲିଂ ଉପରେ ଏବଂ ଝିଅର ବିବାହକୁ ‘ଲଭ ଜିହାଦ’ର ନା ଦେଇଥିବା ଲୋକମାନଙ୍କ ଉପରେ ଅଭିନେତା ନିଜର ମୁହଁ ଖୋଲିଛନ୍ତି ।

ଶତ୍ରୁଘ୍ନ ସିହ୍ନା ଝିଅର ବିବାହକୁ ବିରୋଧ ଏବଂ ଭୁଲ କମେଣ୍ଟ ଦେବା ଲୋକଙ୍କୁ କଡ଼ା ଜବାବ ଦେଇଛନ୍ତି । ଅଭିନେତା ସୋନାକ୍ଷୀ ଏବଂ ଜହୀରଙ୍କ ବିବାହ ପରେ ଟଇମ୍ସ ନାଓକୁ ଏକ ସାକ୍ଷାତକାର ଦେଇଛନ୍ତି । ଏହି ସମୟରେ ଅଭିନେତା କହିଛନ୍ତି କି, ଆନନ୍ଦ ବରଶ୍ବୀ ସାହେବ ଏଭଳି ପ୍ରଫେଶନାଲ ବିରୋଧ କରିବା ଲୋକଙ୍କ ବିଷୟରେ ଲେଖିଛନ୍ତି କି , ‘କିଛି ତ ଲୋକ କହିବେ, ଲୋକଙ୍କ କାମ ଅଟେ କହିବା । ‘ ସେ ଆଗକୁ ମଧ୍ୟ କହିଛନ୍ତି କି, ମୋ ଝିଅ କୌଣସି ଭାବେ ଭୁଲ କାମ କରିନାହିଁ, ଏହା ଅସମ୍ବିଧାନ କାମ ନୁହେଁ । ’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.