ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ହତ୍ୟା ଷଡ଼ଯନ୍ତ୍ର ମାମଲା, ଅଭିଯୁକ୍ତ ନିଖିଲ ଗୁପ୍ତାଙ୍କୁ ଆମେରିକାକୁ ପ୍ରତ୍ୟର୍ପଣ କଲା ଚେକ୍‌ ଗଣରାଜ୍ୟ

Image Courtesy: livemint

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବାନ୍ତ ସିଂହ ପନ୍ନୁର ହତ୍ୟା ଷଡ଼ଯନ୍ତ୍ର ରଚିଥିବା ଅଭିଯୁକ୍ତ ଭାରତୀୟ ନାଗରିକ ନିଖିଲ୍ ଗୁପ୍ତାକୁ ଚେକ୍ ଗଣରାଜ୍ୟରୁ ଆମେରିକା ପ୍ରତ୍ୟର୍ପିତ କରାଯାଇଛି । ନ୍ୟୁଜ୍ ଏଜେନ୍ସି ରୟଟର୍ସର ରିପୋର୍ଟ ମୁତାବକ, ଜୁନ ୧୬ ତାରିଖରେ ଚେକ୍ ଗଣରାଜ୍ୟରୁ ନିଖିଲ ଗୁପ୍ତାଙ୍କୁ ଅଣାଯାଇ ଆମେରିକାର ବ୍ରୁକଲିନ୍ ମେଟ୍ରୋପଲିଟାନ ଡିଣ୍ଟେସନ୍‌ ସେଣ୍ଟରରେ ରଖାଯାଇଛି । ଏହା ପରେ ଏକ ବିଶେଷ ସୂତ୍ରରୁ ନିଖିଲଙ୍କ ପ୍ରତ୍ୟର୍ପିତ ଖବର ସାମ୍ନାକୁ ଆସିଛି । ୨୦୨୩ରେ ଆମେରିକା ସରକାରଙ୍କ ଅନୁରୋଧ କ୍ରମେ ପନ୍ନୁର ହତ୍ୟା ଷଡ଼ଯନ୍ତ୍ରକାରୀ ୫୨ ବର୍ଷୀୟ ନିଖିଲ ଗୁପ୍ତାଙ୍କୁ ଚେକ୍‌ ଗଣରାଜ୍ୟର ପୋଲିସ ଗିରଫ କରିଥିଲା । ନିଖିଲ ଗୁପ୍ତାଙ୍କୁ ପ୍ରତ୍ୟର୍ପଣ କରାଯାଇଥିବା ବେଳେ ନ୍ୟୁୟର୍କର ଫେଡେରାଲ କୋର୍ଟରେ ତାଙ୍କୁ ହାଜର କରାଯିବ ବୋଲି ଜଣାପଡ଼ିଛି । 

ସୂଚନା ଅନୁଯାୟୀ, ଗତ ବର୍ଷ ଚେକ୍ ରିପବ୍ଲିକ କୋର୍ଟ ନିଖିଲ ଗୁପ୍ତାଙ୍କୁ ଆମେରିକା ପ୍ରତ୍ୟର୍ପିତ କରିବା ଉପରେ ରୋକ୍ ଲଗାଇବାକୁ ହୋଇଥିବା ଆବେଦନକୁ ଖାରଜ୍ କରିଦେଇଥିଲେ । ଯାହା ପରେ ପନ୍ନୁ ହତ୍ୟା ଷଡ଼ଯନ୍ତ୍ରର ମୁଖ୍ୟ ଅଭିଯୁକ୍ତ ନିଖିଲ ଗୁପ୍ତାଙ୍କୁ ଆମେରିକା ଫେରାଇ ଆଣିବା ରାସ୍ତା ସଫା ହୋଇଥିଲା । ଆମେରିକାର ଅନୁରୋଧ କ୍ରମେ ଗତବର୍ଷ ଜୁନ୍ ୩୦ ତାରିଖରେ ନିଖିଲ ଗୁପ୍ତାଙ୍କୁ ଚେକ୍ ରିପବ୍ଲିକ୍‌ରେ ଗିରଫ କରାଯାଇଥିଲା । 

ନିଖିଲଙ୍କୁ ଗିରଫ କରାଯିବା ପରେ ଭାରତର ତତ୍କାଳୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ୍ ବାଗଚୀ କହିଥିଲେ, ଜଣେ ଭାରତୀୟ ନାଗରିକ ଚେକ୍ ଗଣରାଜ୍ୟରେ ଅଟକ ଅଛନ୍ତି । ତାଙ୍କର ପ୍ରତ୍ୟର୍ପଣ ପାଇଁ କୋର୍ଟରେ ଆବେଦନ ହୋଇଛି ବୋଲି ସେ କହିଥିଲେ । ସେତେବେଳେ ୩ଦିନ କାନସୁଲାର ଆକ୍ସେସ୍ ମିଳିଥିଲା । ପନ୍ନୁର ହତ୍ୟା କରିବାକୁ ଟଙ୍କା ନେଇ ନିଖିଲ ଗୁପ୍ତା ଷଡ଼ଯନ୍ତ୍ର ରଚିଥିଲେ ବୋଲି ଆମେରିକା ଅଭିଯୋଗ କରିଥିଲା । ତେବେ ଏହି ମାମଲାରେ ସର୍ବନିମ୍ନ ୧୦ ବର୍ଷ  ଜେଲଦଣ୍ଡ ପ୍ରାବଧାନ ରହିଛି । 

ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବାନ୍ତ ସିଂହ ପନ୍ନୁ ହତ୍ୟା ଷଡ଼ଯନ୍ତ୍ର ମାମଲାରେ ଜଣେ ଭାରତୀୟ ନାଗରିକ ନିଖିଲ ଗୁପ୍ତା ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ ହୋଇଥିଲା । ଆମେରିକା ଗୁଇନ୍ଦା ସଂସ୍ଥାର ଜଣେ ଅଧିକାରୀ ଅଭିଯୋଗ ଆଣିଥିଲେ ଯେ, ଅଜ୍ଞାତ ଭାରତୀୟ ସରକାରୀ କର୍ମଚାରୀଙ୍କ ନିର୍ଦ୍ଦେଶରେ ନିଖିଲ ଗୁପ୍ତା ଗୁରପତଓ୍ବାନ୍ତ ସିଂହ ପନ୍ନୁଙ୍କୁ ହତ୍ୟା କରିବା ନେଇ ଷଡ଼ଯନ୍ତ୍ର  ହୋଇଥିଲା  । ଏହାପରେ ଆମେରିକା ନିଖିଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ।

  • America
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.