ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ବିଶ୍ୱର ସବୁଠୁ କମ୍‌ ଅବଧିର ବିମାନଯାତ୍ରା, ମାତ୍ର ୧ ମିନିଟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚନ୍ତି ଯାତ୍ରୀ

ନୂଆଦିଲ୍ଲୀ ୨୪/୦୬: ସାଧାରଣତଃ ଦୂର ସ୍ଥାନରେ ଶୀଘ୍ର ପହଞ୍ଚିବା ଲାଗି ଲୋକେ ବିମାନଯାତ୍ରାକୁ ମାଧ୍ୟମ କରିଥାନ୍ତି । ସ୍ଥାନର ଦୂରତ୍ୱ ହିସାବରେ ବିମାନଯାତ୍ରାର ଅବଧି ବଢ଼ିଥାଏ । ତେବେ ଏମିତି କୌଣସି ବିମାନଯାତ୍ରା ସଂପର୍କରେ ଆପଣ ଶୁଣିଛନ୍ତି କି ଯାହାର ଅବଧି ମାତ୍ର ୧ରୁ ଦେଢ଼ ମିନିଟ୍‌ ହୋଇଥାଏ । ସ୍କଟଲାଣ୍ଡରେ ଆପଣଙ୍କୁ ଏଭଳି ଯାତ୍ରା କରିବାର ସୁଯୋଗ ମିଳିପାରିବ । ଏହି ଯାତ୍ରାକୁ ବିଶ୍ୱର ସବୁଠୁ କମ୍‌ ଅବଧିର ବିମାନଯାତ୍ରା ବୋଲି କୁହାଯାଇଥାଏ । 

ଉତ୍ତର ସ୍କଟଲାଣ୍ଡରେ ଦୁଇଟି ଦ୍ୱୀପ ୱେଷ୍ଟ୍ରେ ଓ ପାପା ୱେଷ୍ଟ୍ରେ ମଧ୍ୟରେ ଯୋଗାଯୋଗ ଲାଗି ଏହି ବିମାନଯାତ୍ରାର ବ୍ୟବସ୍ଥା ରହିଛି । ଏହି ସମୟରେ ମାତ୍ର ୨.୭ କିମି ପଥ ଅତିକ୍ରମ କରାଯାଇଥାଏ । ଏତିକି ରାସ୍ତାକୁ ଜଣେ ବ୍ୟକ୍ତି ଆରାମରେ ପାଦରେ ଚାଲି ପୂରା କରିପାରିବେ । କିନ୍ତୁ କଥା ହେଲା ଏହି ଦୁଇଟି ଦ୍ୱୀପ ମଧ୍ୟରେ ପୋଲ ନାହିଁ । ସମୁଦ୍ର ପଥରେ ଡଙ୍ଗାରେ ଯାତ୍ରା କରିବା ସମୟସାପେକ୍ଷ । ତେଣୁ ଲୋକେ ବିମାନଯାତ୍ରାକୁ ଅଧିକ ପସନ୍ଦ କରିଥାନ୍ତି । ୧୯୬୭ ମସିହାରେ ସେଠାରେ ପ୍ରଥମେ ବ୍ୟାବସାୟିକ ବିମାନସେବା ଆରମ୍ଭ ହୋଇଥିଲା । ସେବେଠାରୁ ସ୍କଟଲାଣ୍ଡର ଏକ ଏୟାରଲାଇନ୍ସ ଲୋଗାନୈର ତାକୁ ପରିଚାଳନା କରୁଛି । ସେଠାରେ ଯାତ୍ରୀମାନଙ୍କୁ ଗୋଟିଏ ଛୋଟ ବିମାନରେ ବସାଯାଇଥାଏ । 

ବିମାନରେ ଜଣେ ମାତ୍ର ପାଇଲଟ ରହୁଥିବାବେଳେ ଯାତ୍ରୀଙ୍କ ଲାଗି ୮ଟି ଆସନ ରହିଛି । ସାଧାରଣ ପାଗରେ ଏହି ଯାତ୍ରା କରିବା ଲାଗି ଅତି ବେଶୀରେ ୯୦ ସେକେଣ୍ଡ ଲାଗିଥାଏ । କିନ୍ତୁ ପାଗ ଭଲଥିଲେ ଏହି ଯାତ୍ରା ମାତ୍ର ୫୩ ସେକେଣ୍ଡରେ ପୂରା ହୋଇଥାଏ । ସେହିଭଳି ପାଗ ଖରାପ ଥିଲେ ୩ ମିନିଟ୍‌ ଯାଏ ସମୟ ଲାଗିପାରେ । ଯାତ୍ରା ବାବଦରେ ଏଠାକାର ଲୋକେ ଭାରତୀୟ ମୁଦ୍ରାରେ ପ୍ରାୟ ୧,୩୯୯ ଟଙ୍କା ପଇଠ କରନ୍ତି । ଦୁଇଟି ଯାକ ଦ୍ୱୀପରେ ମୋଟ ୬୦୦-୭୦୦ ଲୋକ ରହିଥାନ୍ତି । ଦ୍ୱୀପର ବାସିନ୍ଦାମାନଙ୍କର ରୋଜଗାରର ମୁଖ୍ୟ ଉତ୍ସ ହେଲା ପର୍ଯ୍ୟଟନ । ଗରମ ଦିନରେ ୱେଷ୍ଟ୍ରେ ବୁଲିବାକୁ ଓ ସବୁଠୁ କମ୍‌ ଅବଧିର ବିମାନଯାତ୍ରାର ମଜା ନେବାକୁ ବହୁତ ପର୍ଯ୍ୟଟକ ଆସିଥାନ୍ତି । ସେଠାରୁ ସେମାନେ ପାପା ୱେଷ୍ଟ୍ରେ ଦ୍ୱୀପ ଯାଇଥାନ୍ତି । ସେପଟେ ଅତି କମ୍‌ ଦୂରତା ଅତିକ୍ରମ କରୁଥିବା ଯୋଗୁ କିଛି ଲୋକେ ଏହି ବିମାନଯାତ୍ରାକୁ ସମାଲୋଚନା କରିଥାନ୍ତି । ପରିବେଶ ଲାଗି ଏହା ଏକ ଅନାବଶ୍ୟକ ବୋଝ ବୋଲି ସେମାନେ ଦର୍ଶାଇଥାନ୍ତି । କିନ୍ତୁ ୱେଷ୍ଟ୍ରେ ଓ ପାପା ୱେଷ୍ଟ୍ରେର ବାସିନ୍ଦାଙ୍କ ଲାଗି ଏହା ଏକ ଅପରିହାର୍ଯ୍ୟ ଆବଶ୍ୟକତା ପାଲଟିଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.