ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

UNGAରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କୁ ଆଇନା ଦେଖାଇଲା ଭାରତ, କାଶ୍ମୀର ପ୍ରସଙ୍ଗକୁ ନେଇ ସମାଲୋଚନା

ନୂଆଦିଲ୍ଲୀ,୨୮/୦୯: ପୁଣିଥରେ କାଶ୍ମୀର ପ୍ରସଙ୍ଗ ଉଠାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ଯାହାର କଡା ଜବାବ ଦେଇଛି ଭାରତ । ମିଳିତ ଜାତିସଂଘ ସାଧାରଣ ସଭାରେ (ୟୁଏନଜିଏ) ଭାରତୀୟ  କୂଟନୀତିଜ୍ଞ ଭାବିକା ମଙ୍ଗଳନନ୍ଦନ  ୟୁଏନଜିଏରେ 'ଉତ୍ତର ଦେବାର ଅଧିକାର' ରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତିକୁ ସମାଲୋଚନା କରିଛନ୍ତି। ସେ ତାଙ୍କ ଭାଷଣକୁ ହାସ୍ୟାସ୍ପଦ ବୋଲି କହିଛନ୍ତି।

ସେ ତାଙ୍କ ଜବାବରେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ସକାଳେ  ଏହି ସଭାରେ ଏକ ହାସ୍ୟାସ୍ପଦ ଘଟଣା ଦେଖିବାକୁ ମିଳିଥିଲା ।ଆତଙ୍କବାଦ, ନିଶା, ବାଣିଜ୍ୟ ଏବଂ ଆନ୍ତର୍ଜାତୀୟ ଅପରାଧ ପାଇଁ ବିଶ୍ୱରେ ଖ୍ୟାତି ଅର୍ଜନ କରିଥିବା ଏକ ସାମରିକ ଚାଳିତ ଦେଶ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଉପରେ ଆକ୍ରମଣ କରିବାକୁ ସାହସ କରିଥିଲା।  ଯେପରି ସମଗ୍ର ବିଶ୍ୱ ଜାଣିଛି ଯେ, ପାକିସ୍ତାନ ଦୀର୍ଘ ଦିନ ଧରି ସୀମା ଆତଙ୍କବାଦକୁ ପଡୋଶୀ ଦେଶ ବିରୁଦ୍ଧରେ ଅସ୍ତ୍ର ଭାବରେ ବ୍ୟବହାର କରିଆସୁଛି। ଏହା ଆମର ସଂସଦ, ଆମର ଆର୍ଥିକ ରାଜଧାନୀ ମୁମ୍ବାଇ, ବଜାର ଏବଂ ତୀର୍ଥଯାତ୍ରା ମାର୍ଗ ଉପରେ ଆକ୍ରମଣ କରିଥିଲା । ଏହାର ତାଲିକା ବହୁତ ଲମ୍ବା ଅଟେ । ଏପରି ଦେଶ କୌଣସି ସ୍ଥାନରେ ହିଂସା ବିଷୟରେ ଆଲୋଚନା କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ଭାବିକା ଆହୁରି ମଧ୍ୟ କହିଛନ୍ତି ଯେ, କ ନିର୍ବାଚନ ଇତିହାସ ଥିବା ଦେଶ ପାଇଁ ଗଣତନ୍ତ୍ରରେ ରାଜନୈତିକ ବିକଳ୍ପ ବିଷୟରେ ଆଲୋଚନା କରିବା ଆହୁରି ଅସାଧାରଣ ଅଟେ । ପ୍ରକୃତ ସତ୍ୟ ହେଉଛି ପାକିସ୍ତାନ ଆମ ଅଞ୍ଚଳକୁ ଲୋଭ କରିଥାଏ ଏବଂ ବାସ୍ତବରେ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଜାମ୍ମୁ କାଶ୍ମୀରରେ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଆତଙ୍କବାଦ ବ୍ୟବହାର କରିଆସୁଛି। ପ୍ରକାଶ ଥାଉକି, ସେହିପରି ଏହା ପୂର୍ବରୁ ନିୟୁର୍କରେ  UNGAର ୭୯ ତମ ଅଧିବେଶନକୁ ସମ୍ବୋଧିତ କରିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.