ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଦ୍ବିତୀୟ ଦିନରେ ୧୦୦କୋଟି ପାର୍ ହେଲା ଜୁନିୟର ଏନଟିଆରଙ୍କ ‘ଦେବରା’, ଜାଣନ୍ତୁ ଶନିବାର କେତେ ହୋଇଛି କଲେକ୍ସନ

ନୂଆଦିଲ୍ଲୀ, ୨୮/୯ : ତେଲୁଗୁ ସୁପରଷ୍ଟାର ଜୁନିୟର ଏନଟିଆରଙ୍କ ଫିଲ୍ମ ‘ଦେବରା’ ୨୭ସେପ୍ଟେମ୍ବରରେ ଓ୍ବାଲ୍ଡଓ୍ବାଇଜ ରିଲିଜ ହୋଇଛି । ଏହି ଫିଲ୍ମ ବକ୍ସ ଅଫିସରେ ବମ୍ପର ଓପନିଂ ଦେଇଥିଲା । ପ୍ରଥମ ଦିନ କେତେକ ବ୍ଲକବଷ୍ଟର ଫିଲ୍ମର ରେକର୍ଡ଼ ଭାଙ୍ଗିଥିବା ଦେବରାର ଦ୍ବିତୀୟ ଦିନ ବି ବକ୍ସ ଅଫିସରେ ଧୁମ୍ ମଚାଇଛି ।

ଜୁନିୟର ଏନଟିଆରଙ୍କ ଏହି ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ ବଲିଉଡ଼ ଅଭିନେତ୍ରୀ ଜାହ୍ନବୀ କପୁର ଅଛନ୍ତି । ସେହିଭଳି ବଲିଉଡ଼ ଅଭିନେତା ସୈଫ ଅଲୀ ଖାନ ଫିଲ୍ମରେ ଭିଲେନ ଭୂମିକା ନିଭାଉଛନ୍ତି । ପ୍ରକାଶ ଯେ, ସୈଫ ଏବଂ ଜାହ୍ନବୀ ଏହା ମାଧ୍ୟମରେ ନିଜର ସାଉ ଡେବ୍ୟୁ କରିଛନ୍ତି । ୩ ଷ୍ଟାରଙ୍କ ଏହି ଫିଲ୍ମ ପ୍ରଥମ ଦିନ ବହୁତ ଭଲ କଲେକ୍ସନ କରିଥିଲା । ସେହିଭଳି ଦ୍ବିତୀୟ ଦିନ ବି ବକ୍ସ ଅଫିସରେ ଫିଲ୍ମ ବହୁତ ଭଲ କଲେକ୍ସନ କରିଛି । ଆସନ୍ତୁ ଜାଣିବା ଶନିବାର ଦେବରା କେତେ କଲେକ୍ସନ କରିଛି ।

ଜୁନିୟର ଏନଟିଆର ଏବଂ ଜାହ୍ନବୀ କପୁରଙ୍କ ଫିଲ୍ମ ଦେବରାକୁ ଦର୍ଶକଙ୍କ ତରଫରୁ ଜବରଦସ୍ତ ରେସପନ୍ସ ମିଳୁଛି । ଶୁକ୍ରବାର ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଶନିବାର ବି ଜବରଦସ୍ତ ଏକ୍ସାଇଟମେଣ୍ଟ ନଜର ଆସୁଛି । ସ୍ୟାକନିଳ୍କିର ରିପୋର୍ଟ ଅନୁସାରେ ଦେବରା ଶନିବାର ସନ୍ଧ୍ୟା ୬ଟା ୨୦ମିନିଟ ପର୍ଯ୍ୟନ୍ତ ସବୁ ଭାଷାରେ ୨୪.୫କୋଟି ଟଙ୍କାର କଲେକ୍ସନ କରି ନେଇଛି ।

ଫିଲ୍ମ ରିଲିଜର ଦ୍ବିତୀୟ ଦିନ ଭାରତରେ ୧୦୦କୋଟିର କଲେକ୍ସନ ପାର୍ କରି ସାରିଛି । ସ୍ୟାକନିଳ୍କର ରିପୋର୍ଟ ଅନୁସାରେ ୨୭ସେପ୍ଟେମ୍ବରରେ ନିଜର ପ୍ରଥମ ଦିନ ଦେବରା ଘରୋଇ ବକ୍ସ ଅଫିସରେ ମୋଟ ୮୨.୫କୋଟି ଟଙ୍କାର କଲେକ୍ସନ କରିଥିଲା । ସବୁଠାରୁ ଅଧିକ ୭୩.୨୫କୋଟି ଟଙ୍କା ତେଲୁଗୁ ଭର୍ସନରେ କରିଥିଲା । ଏହାପରେ ସବୁଠାରୁ ଅଧିକ କଲେକ୍ସନ ହିନ୍ଦୀ ଭର୍ସନ (୭.୫କୋଟି ଟଙ୍କା)ରେ ହୋଇଛି । ଓପନିଂ ଡେ ରେ ୮୨.୫କୋଟି ଟଙ୍କା ଏବଂ ଦ୍ବିତୀୟ ଦିନ ୨୪.୫କୋଟି ଟଙ୍କାର କଲେକ୍ସନ ପରେ ଦେବାରର ଇଣ୍ଡିଆନ ବକ୍ସ ଅଫିସରେ ମୋଟ କଲେକ୍ସନ ୧୦୭.୦୪କୋଟି ଟଙ୍କା ହୋଇସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.