ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଜାତିସଂଘରେ ନେତନ୍ୟାହୁ ଦେଖାଇଲେ ବରଦାନ ଓ ଅଭିଶାପ ଦେଶର ନକ୍ସା, ଜାଣନ୍ତୁ ଭାରତର କ’ଣ ରହିଛି ସମ୍ପର୍କ ?

ନୂଆଦିଲ୍ଲୀ,୨୮।୯: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଶୁକ୍ରବାର ଜାତିସଂଘର ମହାସଭାରେ ଜୋରଦାର ଭାବରେ ନିଜ କଥା ରଖିଛନ୍ତି। ନିଜ ସମ୍ବୋଧନରେ ସେ ଦୁଇଟି ନକ୍ସା‌ ଦେଖାଇଛନ୍ତି। ସେ ନକ୍ସା ଦେଖାଇ କହିଛନ୍ତି ଗୋଟିଏ ହେଉଛି ବରଦାନ ଅନ୍ୟଟି ହେଉଛି ଅଭିଶାପ। ଯଦି କାହାକୁ ଲାଗୁଛି ଏହା କେବଳ ଇସ୍ରାଏଲ ପାଇଁ ତେବେ ଏ ବିଷୟରେ ପୁଣିଥରେ ଭାବିବା ଦରକାର, କାରଣ ଏହା ପୁରା ଦୁନିଆ ପାଇଁ ରହିଛି। ଏହି ଅଭିଶାପର ମୂଳରେ ଇରାନ ବହୁତ ବହୁତ ଗୁଡିଏ ଆତଙ୍କବାଦୀ ସଂଗଠନକୁ ସୁରକ୍ଷା ଦେଉଛି। ସେଭଳି ଲଗାତାର ନିଜ ଦେଶ ଭିତରେ ଅତ୍ୟାଚାର କରୁଛି ଓ ଦୁନିଆ ଆଗରେ ଭଗବାନ ହେବାର ଚେଷ୍ଟା କରୁଛି।

ହମାସ ଓ ହିଜବୁଲା ଦୁଇ ପଟିଆ ଯୁଦ୍ଧ ଲଢୁଛ୍ତି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ଇରାନକୁ ଧମକ ଦେଇ କହିଛନ୍ତି ମୁଁ ତେହରାନରେ ବସିଥିବା ଏକଛତ୍ରବାଦୀ ଶାସକଙ୍କୁ କହିବାକୁ ଚାହିଁବି ଯଦି ଇସ୍ରାଏଲ ଉପରେ ଆକ୍ରମଣ ହୁଏ ତେ‌ବେ ଭୟଙ୍କର ପାଲଟା ଆକ୍ରମଣର ସାମନା କରିବାକୁ ପଡିବ।ନେତନ୍ୟାହୁଙ୍କ ଦ୍ବାରା ଯେଉଁ ବରଦାନ ମ୍ୟାପ୍ ଦେଖାଯାଇଛି ତାହା ବ୍ୟାପରିକ ରାସ୍ତାର ଥିଲା। ଯାହାକୁ ଆମେରିକା ସହିତ ସମସ୍ତ ପାଶ୍ଚାତ୍ୟ ଦେଶ ଚୀନ୍‌ର ବିଆରଆଇ ସମାନ ଠିଆ କରିବାକୁ ଚାହୁଁଥିଲେ। ଏଥିପାଇଁ ଆମେରିକା ବହୁତ ଚେଷ୍ଟା କରି ଏହି ରାସ୍ତା ପାଇଁ ଆରବ ଦେଶ ଓ ଇସ୍ରାଏଲ ମଧ୍ୟରେ ଶତ୍ରୁତା କମ୍ କରି ଆବ୍ରାହମ ଚୁକ୍ତି କରୁଥିଲା। ଏହା ଜରିଆରେ ଭାରତ ମହାସାଗରରୁ ନେଇ ଅରବ ଦେଶ ଓ ଇସ୍ରାଏଲ ଦେଇ ଏକ ବ୍ୟାପରିକ ରାସ୍ତା ଜୋଡା ଯାଇଥାଏ,ଯାହାକି ସିଧା ଭୂମଧ୍ୟ ସାଗର ସହ ଯୋଡି ହୋଇଥାଏ ଓ ସେଠାରୁ ୟୁରୋପକୁ ଯୋଡିଥାଏ।

ଭାରତର ପଶ୍ଚିମ ଉପକୂଳରୁ ଏହି ରାସ୍ତାର ଆରମ୍ଭ କରାଯାଉଥିଲା। ଏହାଦ୍ବାରା ଭାରତ, ୟୁରୋପ ଓ ଅରବ ଦେଶ ମଧ୍ୟରେ ବ୍ୟାପାରକୁ ସୁଯୋଗ ମିଳିଥାଏ ଓ କୋଟି କୋଟି ଲୋକଙ୍କ ଜୀବନରେ ସୁଧାର ‌ହୋଇଥାନ୍ତି। ତେବେ ୨୦୨୩ ରେ ହମାସର ଆକ୍ରମଣ ପରେ ଏହି ପ୍ରୋଜେକ୍ଟ ଏକ ପ୍ରକାର ବନ୍ଦ ଅବସ୍ଥାରେ। କାରଣ ପ୍ରୋଜେକ୍ଟ ଚୀନ୍‌ର ବିଆରଆଇ କାଉଣ୍ଟରର ଥିଲା। ତେଣୁ ବିଶେଷଜ୍ଞ ୭ ଅକ୍ଟୋବର ଆକ୍ରମରରେ ପରୋକ୍ଷ ରୂପରେ ଚୀନ୍‌ର ହାତ ଥିବା ମନେକରନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ଆଉ ଏକ ନକ୍ସାରେ କଳା ରଙ୍ଗରେ ଚାରି ଦେଶକୁ ପ୍ରଦର୍ଶିତ କରି ତାଙ୍କୁ ଦୁନିଆ ପାଇଁ ଅଭିଶାପ ବୋଲି କହିଛନ୍ତି। ଏଥିରେ ଇରାନ, ଇରାକ, ସିରିଆ ଓ ୟେମେନ୍‌କୁ କଳା ଅଭିଶାପ ବୋଲି କହିଛନ୍ତି। ନେତନ୍ୟାହୁ କହିଛନ୍ତି ଏହା ପୁରା ଦୁନିଆ ପାଇଁ ବିପଦ ଓ ଏହାର ମୂଳରେ ଇରାନ ରହିଛି, କାରଣ ତାହା ହିଁ ଗୋଟିଏ ଦେଶ ଯାହା ଲଗାତାର ନିଜର କଟ୍ଟରପନ୍ଥୀ ଗୁଣ ପାଇଁ ଆତଙ୍କବାଦୀ ସଂଗଠନକୁ ସାହାଯ୍ୟ କରିଥାଏ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.