ନୂଆଦିଲ୍ଲୀ, ୨୮/୯ : ତାମିଲନାଡ଼ୁ ସରକାରର ମନ୍ତ୍ରୀମଣ୍ଡଳରେ ବଡ଼ ପରିବର୍ତ୍ତନ । ତାମିଲନାଡ଼ୁର ସିଏମ୍ ଏମକେ ଷ୍ଟାଲିନ ରାଜ୍ୟପାଳଙ୍କୁ ଉଦୟନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ସୁପାରିଶ କରିଛନ୍ତି । ରାଜ୍ୟପାଳ ଏହି ସୁପାରିଶକୁ ସ୍ବୀକାର କରି ନେଇଛନ୍ତି ଏବଂ ରବିବାର ଅପରାହ୍ନ ସାଢେ ୩ଟା ସମୟରେ ସେ ଚେନ୍ନାଇର ରାଜଭବନରେ ଶପଥ ଗ୍ରହଣ କରିବେ । ଉଦୟନିଧି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଅଟନ୍ତି ।
ତାମିଲନାଡ଼ୁର ସିଏମ୍ ଷ୍ଟାଲିନ ମଙ୍ଗଳବାର ସଙ୍କେତ ଦେଇଥିଲେ କି ଉଦୟନିଧି ଷ୍ଟାଲିନଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କରାଯାଇପାରେ ଏବଂ ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ ସମ୍ଭବ ଅଟେ ।