ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଏବର୍ଷ ଦେଶ ଛାଡ଼ିପାରନ୍ତି ୪୩୦୦ କୋଟିପତି, ଗତବର୍ଷ ଛାଡ଼ିଥିଲେ ୫୧୦୦ କୋଟିପତି

ନୂଆଦିଲ୍ଲୀ,୨୪/୦୬:  ଚଳିତ ବର୍ଷ ଭାରତ ଛାଡିପାରନ୍ତି ୪୩୦୦ କୋଟିପତି । ଏମାନଙ୍କ  ମଧ୍ୟରୁ ଅଧିକାଂଶ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ଯାଇପାରନ୍ତି । ଅନ୍ତର୍ଜାତୟ ଫାର୍ମ ହେନଲି  ଆଣ୍ଡ ପାର୍ଟନର୍ସ ପକ୍ଷରୁ ଏଭଳି ଏକ ରିପୋର୍ଟ  ଆସିଛି । ଅତିକମ୍‌ରେ୧୦ଲକ୍ଷ ଡଲାର ବା ୮.୩  କୋଟି ସମ୍ପତ୍ତି ଥିବା ଲୋକଙ୍କୁ ଏଥିରେ ସାମିଲ  କରାଯାଇଛି । ଧନୀ ପଳାୟନ କ୍ଷେତ୍ରରେ ଭାରତ ତୃତୀୟ ସ୍ଥାନରେ ରହିଛି । ୨୦୨୩-୨୪ରେ  ଚୀନରେ ସର୍ବାଧିକ ୧୫,୨୦୦ ଏବଂ ୟୁକେର  ୯୫୦୦ କୋଟିପତି ଅନ୍ୟ ଦେଶକୁ ପଳାୟନ  କରିଛନ୍ତି । 

ଭାରତ କଥା ବିଚାରକୁ ନେଲେ ଧନୀଙ୍କ  ପଳାୟନ ଲଗାତାର ତୃତୀୟ ବର୍ଷ ହେବ ହ୍ରାସ  ହୋଇଛି । ଗତବର୍ଷ ୫,୧୦୦ ଧନୀ ଦେଶ  ଛାଡିଥିଲେ । ୨୦୨୨ରେ ୮ ହଜାର ଭାରତୀୟ  ଦେଶ ଛାଡିଥିଲେ । ଚଳିତ ବର୍ଷ ସାରା ବିଶ୍ୱରେ  ୧.୨୮ ଲକ୍ଷ କୋଟିପତି ନିଜ ଦେଶ ଛାଡିଛନ୍ତି ।  ୨୦୨୩ ତୁଳନାରେ ଏହି ସଂଖ୍ୟା ବଢ଼ିଛି । ଗତ  ବର୍ଷ ଏହା ୧.୨୦ ଲକ୍ଷ ରହିଥିଲା । କରୋନା ପୂର୍ବରୁ  ୨୦୧୯ରେ ଏହି ସଂଖ୍ୟା ଥିଲା ୧.୧୦ ଲକ୍ଷ । 

ଧନୀ ମାନେ ୟୁଏଇ ଏବଂ ଆମେରିକାରେ  ରହିବାକୁ ସବୁଠୁ ବେଶି ପସନ୍ଦ କରୁଛନ୍ତି । ଏ  କ୍ଷେତ୍ରରେ ଆମେରିକା ବେଶ କିଛି ବର୍ଷ ଧରି  ଧନୀଙ୍କ ପସନ୍ଦ ରହିଥିଲା । ଏହି ଧାରାରୁ  ଭାଙ୍ଗି ଦେଇଛି ୟୁଏଇ । ଚଳିତ ବର୍ଷ ୬୭୦୦  କୋଟିପତି ୟୁଏଇରେ ରହିପାରନ୍ତି । ସେହିଭଳି  ଆମେରିକାରେ ୩୨୦୦ କୋଟିପତି ରହିବା ନେଇ  ଆକଳନ କରାଯାଇଛି । ସିଙ୍ଗାପୁର ଏ କ୍ଷେତ୍ରରେ  ପ୍ରମୁଖ ସ୍ଥାନରେ ଥିବା ବେଳେ ଏଠାରେ ୩୫୦୦  କୋଟିପତି ରହିବା ନେଇ ଅନୁମାନ କରାଯାଉଛି । 

ସେହିଭଳି କାନାଡାରେ ୩,୨୦୦,  ଅଷ୍ଟ୍ରେଲିଆରେ ୨୫୦୦, ଇଟାଲିରେ ୨,୨୦୦,  ସ୍ୱିଜରଲ୍ୟାଣ୍ଡ ୧୫୦୦, ଗ୍ରୀସରେ ୧୨୦୦,  ପର୍ତ୍ତୁଗାଲରେ ୮୦୦, ଜାପାନରେ ୪୦୦ କୋଟିପତି  ରହିପାରନ୍ତି ବୋଲି ରିପୋର୍ଟରେ କୁହାଯାଇଛି ।  ୨୦୨୩ରେ ୟୁଏଇରେ ସର୍ବାଧିକ ୪୭୦୦ ଧନୀ  ରହିବାକୁ ଆସିଥିଲେ । ଦ୍ୱିତୀୟରେ ଅଷ୍ଟ୍ରେଲିଆ  ଥିବାବେଳେ ଏଠାରେ ୪୦୦୦, ତୃତୀୟରେ  ସିଙ୍ଗାପୁର ଥିବା ବେଳେ ଏଠାରେ ୩୪୦୦,  ଆମେରିକାରେ ୨,୨୦୦ ଏବଂ କାନାଡାରେ  ୨୧୦୦ କୋଟିପତି ଏହି ଅବଧିରେ ବସବାସ  ପାଇଁ ଆସିଥିଲେ । ୟୁଏଇରେ ଟିକସ କ୍ଷେତ୍ରରେ  ମିଳୁଥିବା ରିହାତି ଏବଂ ବାଣିଜ୍ୟ ସୁଗମତା  ଦୃଷ୍ଟିକୋଣରୁ ଧନୀଙ୍କର ପସନ୍ଦର ଦେଶ ଭାବେ  ଉଭା ହୋଇଛି । ଦୁବାଇରେ ଧନୀଙ୍କୁ କୌଣସି  ଆୟକର ଦେବାକୁ ପଡିନ ଥାଏ । ସେହିଭଳି  ଶିଳ୍ପପତିଙ୍କ ଲାଗି ଏଠାରେ ସୁବିଧାଜନକ ଟିକସ  ଢ଼ାଞ୍ଚା ଏବଂ ଆଇନ ବ୍ୟବସ୍ଥା ରହିଛି । ଏଭଳି  ପ୍ରମୁଖ କାରଣ ଯୋଗୁ ଦୁବାଇକୁ ସାରା ବିଶ୍ୱର ଧନୀ  ଟାଣି ହୋଇ ଯାଉଛନ୍ତି । ଯଦି ଭାରତୀୟଙ୍କ କଥା  ବିଚାରକୁ ନିଆଯାଏ ୨୦୧୩ରୁ ୨୦୨୩ ମଧ୍ୟରେ  ୟୁଏଇ ଯାଉଥିବା ଲୋକଙ୍କ ସଂଖ୍ୟାରେ ୮୫% ବୃଦ୍ଧି  ହୋଇଛି । 

ଧନୀଙ୍କ ପଳାୟନ କୌଣସି ଦେଶ ପାଇଁ  ଭଲ ବୋଲି ବିଚାର କରାଯାଇ ନଥାଏ । ତେବେ  ଭାରତ କ୍ଷେତ୍ରରେ ଏହା ଭିନ୍ନ ରହିଛି । ଭାରତୀୟ  ମାନେ ବିଦେଶ ଗଲେ ମଧ୍ୟ ନିଜ କାରବାର ଏବଂ  ଅସ୍ଥାବର ସମ୍ପତ୍ତି ଦେଶ ମଧ୍ୟରେ ଛାଡି ଯାଉଛନ୍ତି ।  ଅଲଗା ଦେଶରେ ରହିଲେ ମଧ୍ୟ ଭାରତରେ ଘର  ଏବଂ ଏଠାରେ କାରବାର କରିବାକୁ ଭାରତୀୟ ଇଛା  ପ୍ରକଟ କରୁଛନ୍ତି । ଭାରତରେ ଯେତେ କୋଟିପତି  ବାହାରକୁ ଯାଉଛନ୍ତି ସେହି ଅନୁପାତରେ କୋଟିପତି  ମଧ୍ୟ ତିଆରି ହେଉଛନ୍ତି । ଦେଶରେ ୩.୨୬ ଲକ୍ଷ  କୋଟିପତି ଏବଂ ୧୨୦ ଅରବପତି ରହିଛନ୍ତି ।  କୋଟିପତି ଲୋକଙ୍କ କ୍ଷେତ୍ରରେ ଭାରତ ବିଶ୍ୱରେ  ୧୦ମ ସ୍ଥାନରେ ରହିଛି । ଦେଶରେ ୧୦୪୪ ଲୋକ  ଅଛନ୍ତି ଯେଉଁ ମାନଙ୍କ ପାଖରେ ୧୦୦ ନିୟୁତ  ଡଲାର ସମ୍ପତ୍ତି ରହିଛି । ଏ କ୍ଷେତ୍ରରେ ଭାରତ  ୪ର୍ଥ ସ୍ଥାନରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.