ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

କିଏ ହେବେ ଲୋକସଭା ବାଚସ୍ପତି ? ମଇଦାନରେ NDAର ଓମ୍‌ ବିର୍ଲା ବନାମ ଇଣ୍ଡି ମେଣ୍ଟର କେ. ସୁରେଶ୍‌

ନୂଆଦିଲ୍ଲୀ, ୨୬/୦୫ : ଲୋକସଭାରେ ବାଚସ୍ପତି ପଦକୁ ନେଇ ଦୀର୍ଘଦିନ ଧରି ଯେଉଁ ପରମ୍ପରା ଚଳିଆସୁଥିଲା, ଆଜି ସେଥିରେ ବିରାମ ଲାଗିଛି । ବାଚସ୍ପତି ପଦକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ସହମତି ହୋଇପାରି ନାହିଁ । ଫଳରେ ଆସନ୍ତାକାଲି (ବୁଧବାର) ଏ ନେଇ ନିର୍ବାଚନ ହେବାକୁ ଯାଉଛି । ଏନ୍‌ଡିଏ ପକ୍ଷରୁ କୋଟାରୁ ବିଜେପି ସାଂସଦ ତଥା ପୂର୍ବତନ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟର ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ସାଂସଦ କେ ସୁରେଶ । ସୁରେଶ କେରଳର ମଭେଲିକରାରୁ ସାଂସଦ ଅଛନ୍ତି । ଉଭୟ ଆଜି ନାମାଙ୍କନ ଭରିଛନ୍ତି । ବୁଧବାର ପୂର୍ବାହ୍ନ ୧୧ଟାରେ ଭୋଟିଂ ହେବ । ଏହା ପୂର୍ବରୁ ବିଜେପି ଓ କଂଗ୍ରେସ ପକ୍ଷରୁ ଆଜି ହ୍ୱିପ୍‌ ଜାରି ହୋଇଛି । 

ସଂଖ୍ୟାଖେଳ ଦୃଷ୍ଟିରୁ ୨୦୧୪ ଓ ୨୦୧୯ ତୁଳନାରେ ଏଥର ଚିତ୍ର ଭିନ୍ନ ରହିଛି । ଏନ୍‌ଡିଏ ନେତୃତ୍ୱାଧୀନ ବିଜେପି ୨୪୦ ଆସନ ସହ ସବୁଠୁ ବଡ଼ ଦଳ ରହିଛି । ଏନ୍‌ଡିଏ ସଂଖ୍ୟା ୨୯୩ ରହିଛି । ସେହିଭଳି ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟର ୨୩୪ ସାଂସଦ ରହିଛନ୍ତି । ଏହାଛଡ଼ା ୭ ଜଣ ସ୍ୱାଧୀନ ସମେତ ୧୬ ଅନ୍ୟ ସାଂସଦ ବି ରହିଛନ୍ତି । ସେହି ଅନୁସାରେ ଏନ୍‌ଡିଏର ପଲା ଭାରି ରହିଛି । ଲୋକସଭା ବାଚସ୍ପତି ପଦକୁ ନେଇ ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀ ଦିଆଯିବା ପରେ ବିଜେପି ଏହାକୁ ନିନ୍ଦା କରିଛି । ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ଜରୁରି ସ୍ଥିତି ପ୍ରସଙ୍ଗକୁ ନେଇ କଂଗ୍ରେସ ଉପରେ ହମଲା କରିଛନ୍ତି । ସପ୍ତଦଶ ଲୋକସଭାରେ ବାଚସ୍ପତି ପଦ ସମ୍ଭାଳିଥିବା ୬୧ ବର୍ଷୀୟ ଓମ୍‌ ବିର୍ଲାଙ୍କ ସପକ୍ଷରେ ପ୍ରସ୍ତାବ ପତ୍ରରେ ଦସ୍ତଖତ ବେଳେ ଅମିତ ଶାହ, ଜେ ପି ନଡ୍ଡାଙ୍କ ସମେତ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ସେହିଭଳି ଏନ୍‌ଡିଏରୁ ଚିରାଗ ପାଶ୍ୱାନ, ଜିତନରାମ ମାଁଝି, ଅନୁପ୍ରିୟା ପଟେଲଙ୍କ ଭଳି ନେତା ସାମିଲ ଥିଲେ । ସେପଟେ ବିରୋଧୀଙ୍କ ପଟୁ ପ୍ରାର୍ଥୀ ହୋଇଥିବା ୬୨ ବର୍ଷୀୟ କେ ସୁରେଶଙ୍କ ପ୍ରସ୍ତାବ ପତ୍ରରେ ଦସ୍ତଖତ ବେଳେ ସାଂସଦ ଦୀପେନ୍ଦ୍ର ହୁଡା, ଏ ରାଜା ଓ ଡି ରାଜା ପ୍ରମୁଖ ଉପସ୍ଥିତ ଥିଲେ । 

ଉପ ବାଚସ୍ପତି ପଦ ଦାବି ପୂରଣ ନ ହେବାରୁ ବିରୋଧୀ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି । କେ ସୁରେଶ କଂଗ୍ରେସରୁ ୮ ଥର ସାଂସଦ ରହିଛନ୍ତି । ଅପରପକ୍ଷରେ କେ ସୁରେଶଙ୍କ ପ୍ରାର୍ଥିତ୍ୱକୁ ନେଇ ‘ଇଣ୍ଡିଆ’ ଓ ଟିଏମ୍‌ସି ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଟିଏମ୍‌ସି ଗଭୀର ଅସନ୍ତୋଷ ବ୍ୟକ୍ତ କରିଛି । ଦଳୀୟ ସାଂସଦ ଅଭିଷେକ ବାନାର୍ଜୀ କହିଛନ୍ତି, ଏ ପ୍ରସଙ୍ଗରେ ଆମର ପରାମର୍ଶ ନିଆଯାଇ ନାହିଁ । ଦୁର୍ଭାଗ୍ୟଜନକ ଭାବେ କଂଗ୍ରେସ ଏକତରଫା ନିଷ୍ପତ୍ତି ନେଇଛି । ବାଚସ୍ପତି ନିର୍ବାଚନରେ ଏନ୍‌ଡିଏକୁ ୱାଇଏସ୍‌ଆର୍‌ସିପି ସମର୍ଥନ ଜଣାଇବ । ଦଳର ୪ ଜଣ ସାଂସଦ ରହିଛନ୍ତି । ସମସ୍ତେ ବିର୍ଲାଙ୍କ ସପକ୍ଷରେ ଭୋଟ ଦେବେ । ରାହୁଲ ଗାନ୍ଧୀ କହିଛନ୍ତି, ବାଚସ୍ପତି ପଦ ପାଇଁ ସମର୍ଥନ ଲାଗି ରାଜନାଥ ସିଂହ କଂଗ୍ରେସ ଅଧ୍ୟକ୍ଷଙ୍କୁ ଫୋନ୍‌ କରିଥିଲେ । ବିରୋଧୀମାନେ ବାଚସ୍ପତି ପଦ ପାଇଁ ସମର୍ଥନ ଦେବାକୁ ରାଜି ହେବା ସହ ବିରୋଧୀଙ୍କ ପକ୍ଷରୁ ଉପ ବାଚସ୍ପତି ପଦ ଦାବି କରାଯାଇଥିଲା । ଏହାପରେ ରାଜନାଥ ଆଉଥରେ ଫୋନ୍‌ କରିବେ ବୋଲି କହିଥିଲେ । କିନ୍ତୁ ଫୋନ୍‌ କଲ୍‌ ଆସି ନ ଥିଲା । ଏ ବାବଦରେ ରାଜନାଥ କହିଛନ୍ତି, ବାଚସ୍ପତି ପଦ ପାଇଁ ସମର୍ଥନ ଜଣାଇବା ଲାଗି ମୁଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ୩ ଥର ଫୋନ୍‌ କରିଥିଲି । ସେ ଜଣେ ବରିଷ୍ଠ ନେତା । ମୁଁ ତାଙ୍କର ସମ୍ମାନ କରେ । ଶାସକ-ବିରୋଧୀଙ୍କ ଅସହମତି ପାଇଁ ବୁଧବାର ଲୋକସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି । 

ଏନ୍‌ଡିଏର ପ୍ରାର୍ଥୀ ଓମ୍‌ ବିର୍ଲା ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବାଚସ୍ପତି ରହିଥିଲେ । ଯଦି ସେ ବିଜୟୀ ହୁଅନ୍ତି, ତେବେ ବିଜେପିର ପ୍ରଥମ ସାଂସଦ ଭାବେ ଲଗାତର ଦୁଇଥର ଲୋକସଭା ବାଚସ୍ପତି ପଦ ସମ୍ଭାଳିବେ । ଯଦି ସେ ନିଜ କାର୍ଯ୍ୟକାଳ ପୂରା କରନ୍ତି, ତେବେ କଂଗ୍ରେସର ବଳରାମ ଜାଖଡ଼ଙ୍କ ରେକର୍ଡର ସେ ସମକକ୍ଷ ହେବେ । ବଳରାମ ଜାଖଡ଼ ୧୯୮୦ରୁ ୧୯୮୫ ଓ ୧୯୮୫ରୁ ୧୯୮୯ ପର୍ଯ୍ୟନ୍ତ ଲଗାତର ଲୋକସଭା ଅଧ୍ୟକ୍ଷ ରହିଥିଲେ । ସେ ନିଜର ଉଭୟ କାର୍ଯ୍ୟକାଳ ପୂରା କରିଥିଲେ । ଏହାବ୍ୟତୀତ ଜିଏମ୍‌ସି ବାଲଯୋଗୀ ଓ ପି ଏ ସାଙ୍ଗମା ଦୁଇଥର ଲୋକସଭା ବାଚସ୍ପତି ହୋଇଥିଲେ । କିନ୍ତୁ ୫-୫ ବର୍ଷର କାର୍ଯ୍ୟକାଳ ପୂରା କରିପାରି ନ ଥିଲେ । କୌଣସି ପରିସ୍ଥିତିରେ ଏନ୍‌ଡିଏର ସମସ୍ତ ୨୯୩ ସାଂସଦ ବୁଧବାର ସଂସଦରେ ଉପସ୍ଥିତ ରହିବାକୁ ହ୍ୱିପ ଜାରି ହୋଇଛି । ଏହାଛଡ଼ା କିଛି ଛୋଟ ଦଳର ସାଂସଦଙ୍କ ସମର୍ଥନ ହାସଲ ଲାଗି ମଧ୍ୟ ଉଦ୍ୟମ ଚାଲିଛି । ଏଥିପାଇଁ ଏନ୍‌ଡିଏର ପୃଥକ୍‌ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । 

ସୂଚନାଯୋଗ୍ୟ, ପୂର୍ବରୁ ୩ ଥର ଲୋକସଭା ବାଚସ୍ପତି ପଦରେ ନିର୍ବାଚନ ହୋଇଥିଲା । ୧୯୫୨ରେ ପ୍ରଥମ ସାଧାରଣ ନିର୍ବାଚନ ପରେ ବାଚସ୍ପତି ନିର୍ବାଚନ ହୋଇଥିଲା । ଜି ଭି ମାଲବଙ୍କର ଓ ଶଙ୍କର ଶାନ୍ତାରାମ ମୋରେ ପ୍ରାର୍ଥୀ ହୋଇଥିଲେ । ଏଥିରେ ମାଲବଙ୍କର ବିଜୟୀ ହୋଇଥିଲେ । ଏହାପରେ ୧୯୬୭ରେ ନୀଲମ ସଞ୍ଜୀବ ରେଡ୍ଡୀ ଓ ଟେନ୍ନେଟି ବିଶ୍ୱନାଥମଙ୍କ ମଧ୍ୟରେ ଲୋକସଭା ବାଚସ୍ପତି ପଦକୁ ନେଇ ନିର୍ବାଚନ ହୋଇଥିଲା । ଏଥିରେ ରେଡ୍ଡୀ ଜିତିଥିଲେ । ସେହିଭଳି ୧୯୭୫ ଜୁନ୍‌ରେ ଜରୁରି ସ୍ଥିତି ପରେ ସଂସଦର କାର୍ଯ୍ୟକାଳ ବର୍ଷକ ପାଇଁ ବଢ଼ାଯାଇଥିଲା । ୧୯୭୬ରେ ବାଚସ୍ପତି ନିର୍ବାଚନ ହୋଇଥିଲା । ବଲିରାମ ଭଗତ ଓ ଜଗନ୍ନାଥରାଓ ଯୋଶୀ ପ୍ରାର୍ଥୀ ହୋଇଥିଲେ । କଂଗ୍ରେସ ସାଂସଦ ବଲିରାମ ଭଗତ ଜିତି ବାଚସ୍ପତି ହୋଇଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.