ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାରକୁ ଗ୍ରାସିଛି ଗ୍ରହଣ, ୨୦୨୦ ଠାରୁ ଦିଆଯାଇନି ପୁରସ୍କାର...

ଭୁବନେଶ୍ୱର,୨୦/୦୯: ରାଜ୍ୟ ଚଳଚ୍ଚିତ୍ର  ଓ ଟେଲି ପୁରସ୍କାରକୁ ଗ୍ରହଣ ଗ୍ରାସିଛି । ଏ ପୁରସ୍କାର ଏବେ ଅନ୍ଧାରରେ । ୨୦୨୦ ମସିହାରୁ ଦିଆଯାଇନାହିଁ । ଗତବର୍ଷ ଅଗଷ୍ଟରେ ଏକାବେଳେ  ୩ ବର୍ଷ ପାଇଁ ୨୦୨୦-୨୧-୨୨ ମସିହା ପର୍ଯ୍ୟନ୍ତ  ୩୨, ୩୩ ଓ ୩୪ତମ ରାଜ୍ୟ ଚଳଚ୍ଚିତ୍ର ଲାଗି  ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାର ୨ ମାସ ପରେ  ୯, ୧୦ ଓ ୧୧ତମ ଟେଲି ପୁରସ୍କାର ଲାଗି ବିଜ୍ଞପ୍ତି  ପ୍ରକାଶ ପାଇଥିଲା। ଏବେ ଚଳଚ୍ଚିତ୍ର ଆବେଦନ  ବିଜ୍ଞପ୍ତିକୁ ବର୍ଷେ ପୂରିବାକୁ ଦିନେ ବାକି ଅଛି ।  କିନ୍ତୁ ଏଯାଏ ୩ରୁ ଗୋଟିଏ ବର୍ଷର ଉତ୍ସବ ବି ହୋଇପାରିଲାନି । ୨୦୨୪ ସରିବାକୁ ବସିଲାଣି । 

୨୦୨୩ ଅଗଷ୍ଟ ୨୧ରେ ଚଳଚ୍ଚିତ୍ର ପୁରସ୍କାର  ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗତବର୍ଷ  ସେପ୍ଟେମ୍ବର ୨୦ ଆବେଦନର ଶେଷ ତାରିଖ  ଥିଲା । ସୂଚନା ମୁତାବକ³ ପୁରସ୍କାର ପାଇଁ  ପ୍ରାୟ ୪୭ ସିନେମା ଆବେଦନ ହୋଇଥିଲା ।  ଉପରୁ ନିର୍ଦ୍ଦେଶ ଥିଲା³ ଚଳଚ୍ଚିତ୍ର ଚୟନ ପାଇଁ ଯୋଗ୍ୟ ଜୁରୀଙ୍କୁ ନେଇ ଶୀଘ୍ର ପୁରସ୍କାର ବିତରଣ  ଉତ୍ସବ ନିରପେକ୍ଷତା ଓ ସ୍ୱଚ୍ଛତାର ସହ ଶେଷ  କର । ବାରମ୍ବାର ଜୁରୀ ହୋଇ ଅଡ଼ୁଆ କରୁଥିବା ଲୋକଙ୍କୁ ବାଦ୍‌ ଦେବା ସହ କୌଣସି ଅଘଟଣକୁ  ବରଦାସ୍ତ କରାଯିବନି ବୋଲି କୁହାଯାଇଥିଲା ।  

ସେହି ହିସାବରେ ସଂସ୍କୃତି ନିର୍ଦ୍ଦେଶାଳୟ ସବୁ  କାର୍ଯ୍ୟ ତତ୍ପରତାର ସହ କଲା । ଜୁରୀ ଗଠନ ସହ ପୁରସ୍କାର ଚୟନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତତ୍ତ୍ୱାବଧାନରେ ହେଲା । ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍‌ଡିସି)  କଟକସ୍ଥିତ ପ୍ରେକ୍ଷାଳୟରେ ଜୁରୀମାନେ ସିନେମା  ଦେଖି ପୁରସ୍କାର ବାଛିଲେ । କିନ୍ତୁ ଯାହା ନିଷ୍ପତ୍ତି  ନେଲେ, ତାହା ଆଜି ଯାଏ ଜଉ ମୁଦ ଲଫାପା  ଭିତରେ ମୁଦି ହୋଇପଡ଼ିଛି । ପୁରସ୍କାର ସେମିତି ଅଧାପନ୍ତରିଆ ହୋଇପଡ଼ିଛି, ଦିଆଯାଇପାରୁନି ।  

ସେହିପରି ରାଜ୍ୟ ଟେଲି ପୁରସ୍କାର ପାଇଁ  ବିଜ୍ଞପ୍ତି ବାହାରି ଆବେଦନ ହୋଇଛି । କିନ୍ତୁ  ବିଡ଼ମ୍ବନା ଏବଂ ଦୁର୍ଭାଗ୍ୟ ଯେ, ଜୁରୀ କମିଟି  ଗଢ଼ା ହୋଇପାରୁନି କି ତା’ର ସ୍କ୍ରିନିଂ ହୋଇ  ପୁରସ୍କାର ବଛା ଯାଇପାରୁନି । ଘଟଣାକୁ ସଂସ୍କୃତି  ବିଭାଗ ଗୁରୁତର ସହ ନେଉନି । ଫଳରେ  ଆବେଦନ ହୋଇ ଡାଟା କରପ୍ଟ ହେଲାଣି କି  କ’ଣ ଭଗବାନକୁ ଜଣା । ୩ ବର୍ଷ ଲାଗି ପାଖାପାଖି  ୩୬ରୁ ୪୦ଟି ଟେଲି ଧାରାବାହିକ ଓ ସିନେମା  ଆବେଦନ ହୋଇଥିବା ଓଡ଼ିଶା ଟେଲି କଳାକାର  ସଂଘର ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି ।  

ତେଣେ କିଛି କଳାକାରଙ୍କ ପୁରସ୍କାର  ପାଇବା ଆଶା ଆଶାରେ ରହିଯାଇଥିଲାବେଳେ  ଆଉ କିଛି ବୟସର ଅପରାହ୍ଣରେ ତ ପୁଣି କିଛି  ଭଗବାନଙ୍କ ଭରସାରେ । ରାଜ୍ୟ ପୁରସ୍କାରଟିଏ  ମିଳିଲେ ଛାତି ଗର୍ବରେ ଫୁଲିଉଠେ ବୋଲି ସେହି  ଖୁସିର ମୁହୂର୍ତ୍ତ ସାଉଁଟିବାକୁ ଅନେକ କଳାକାର  ଅପେକ୍ଷା କରି ବସିଛନ୍ତି । କିନ୍ତୁ ସେ ଭାଗ୍ୟ  କାହିଁ? ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଥିଲା,  ୨୦୨୩ ଅର୍ଥାତ୍‌ ଗତବର୍ଷ ଡିସେମ୍ବର ସୁଦ୍ଧା ସବୁ  ପୁରସ୍କାର ସାରି ଦିଆଯିବ । କିନ୍ତୁ ଡିସେମ୍ବର  ଯାଇ ୨୦୨୪ ସେପ୍ଟେମ୍ବର ସରିବାକୁ ବସିଲାଣି ।  ସେ ପୁରସ୍କାର ଆଉ ଫାଇଲ୍‌ର ଅବସ୍ଥା କ’ଣ  ତା’ର ପ୍ରଶ୍ନ କଲେ ଅଜବ ଉତ୍ତର ମିଳୁଛି ।  

ଏ ସମ୍ପର୍କରେ ଆରମ୍ଭରୁ ପୁରସ୍କାର ପର୍ବ  ଆୟୋଜନ କରି ଆସୁଥିବା ସଂସ୍କୃତି ବିଭାଗ  ଅଧୀନ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀକୁ ପଚାରିଲାବେଳେକୁ ଉତ୍ତର ମିଳୁଛି, ‘ଆମେ କିଛି  ବୁଝୁନୁ । ସବୁ ଓଏଫ୍‌ଡିସି ବୁଝୁଛି ।’ ଓଏଫ୍‌ଡିସି  କହୁଛି, ‘ଆମର ଦାୟିତ୍ୱ ଥିଲା ସ୍କ୍ରିନ୍‌ରେ ଜୁରୀଙ୍କୁ ସିନେମା ଦେଖାଇବା ଏବଂ ଅତିଥି  ସତ୍କାର । ବାକି ଯାହା ସବୁ ସଂସ୍କୃତି ବିଭାଗ ବୁଝି  ଆସୁଛି । ସେ ବିଷୟରେ ଆମେ କିଛି ଜାଣିନୁ।  କାହିଁକି ଦିଆଯାଉନି, କେଉଁଠି ଅଟକିଛି ତାଙ୍କୁ  ପଚାର?’ ଏ ଭିତରେ ଏ ପୁରସ୍କାର ଯେ କ’ଣ  ହେବ, ତାହା ସମୟ କହିବ । ଏହା ଦିଆଯିବ  କି ନୂଆ ସରକାର ପୁଣି ନୂଆ ରୂପରେଖରେ  ତାକୁ କରିବେ ତାହା ଦେଖିବା ବାକି ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.