ପ୍ରମୂଖ ଖବର
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଶୁକ୍ରବାରଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଯୋଗଦେବେ

କେନ୍ଦୁଝର,୨୦/୦୯: ଶୁକ୍ରବାର ଠାରୁ ୩  ଦିନିଆ ସରକାରୀ ଗସ୍ତରେ କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସୁଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରଶାସନ ଠାରୁ ଆରମ୍ଭ କରି ବିଜେପି କର୍ମକର୍ତ୍ତା ସଫଳ କରିବାକୁ ଜୋରଦାର  ପ୍ରୟାସ ଚଳାଇଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ୨ୟ ଗସ୍ତ । 

ଶୁକ୍ରବାର ହେଲିକପ୍ଟର ଯୋଗେ  ରାଇସୁଆଁ ଏୟାରଷ୍ଟ୍ରିପ୍‌ରେ ୧୦ଟା୨୦ ମିନିଟ୍‌ରେ  ଅବତରଣ କରିବେ । ସେଠାରୁ ସଡ଼କ  ପଥରେ ଏକ ବାଇକ୍‌ ଶୋଭାଯାତ୍ରାରେ  କେନ୍ଦୁଝର ଅଡିଟୋରିୟମ୍‌ରେ ଲାଇଫ୍‌  ସେଭର୍ସ ଗ୍ରୁପର ତୃତୀୟ ବାର୍ଷିକ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ । ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ  ଅଡିଟୋରିୟମ୍‌ରେ ମୁଖ୍ୟଅତିଥି ଭାବେ ରହିବା  ପରେ ସେଠାରୁ ସଡ଼କ ପଥରେ ଦିନ ୧ଟାରେ  ସର୍କିଟ୍‌ ହାଉସ ଅଭିମୁଖେ ଯାତ୍ରା କରିବେ । ପୁଣି  ଅପରାହ୍ନ ୨ଟା ୨୦ ମିନିଟ୍‌ରେ ହେଲିକେପ୍ଟର  ଯୋଗେ କରଞ୍ଜିଆପଡା ଗ୍ରାମକୁ ଯାତ୍ରା କରିବେ । 

ମା’ ତାରିଣୀ କ୍ଲବ୍‌ ପକ୍ଷରୁ ଆୟୋଜିତ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ ।  ଅପରାହ୍ନ ୪ଟା ୪୦ ମିନିଟ୍‌ରେ ସଡ଼କ ପଥରେ  ରାଇକଳା ନିଜ ଗ୍ରାମକୁ ଯାତ୍ରା କରିବେ । ସନ୍ଧ୍ୟା ୭ଟା  ୧୫ ମିନିଟ୍‌ରେ ସଡ଼କପଥରେ କେନ୍ଦୁଝର ସହରର କାଶ୍‌ଭି ଇଣ୍ଟରନ୍ୟାସ୍‌ନାଲ ହଟେଲରେ ବିଧାୟକ ଓ  ସାଂସଦଙ୍କ ସହିତ ଏକ ବୈଠକରେ ଯୋଗଦେବେ ।  ପରେ ରାତି ୧୦ଟା ୧୦ଳ ମିନିଟ୍‌ରେ ପୁଣି ସର୍କିଟ୍‌  ହାଉସ ଯାତ୍ରା କରି ସେଠାରେ ରାତ୍ରୀଯାପନ କରିବେ ।  

ଶନିବାର ୭ଟା ୩୦ ମିନିଟ୍‌ରେ କେନ୍ଦୁଝର  ଷ୍ଟାଡିୟମରେ ପ୍ରାତଃଭ୍ରମଣ କରିବା ପରେ ଚାଏ’  ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ସାମିଲ ହେବେ । ପୂର୍ବାହ୍ନ ୧୦ଟା ୧୦ ମିନିଟ୍‌ରେ କେନ୍ଦୁଝର ଡିଡି  କଲେଜ ଖେଳ ପଡ଼ିଆରେ ଆୟୋଜିତ ମେଗା  ଚକ୍ଷୁ ଶିବିର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ । ସେଠାରେ ଏସ୍‌ସିବି ମେଡ଼ିକାଲ କଲେଜର  ଡାକ୍ତରୀ ଦଳଙ୍କ ଦ୍ୱାରା ଆୟୋଜିତ ସ୍ୱାସ୍ଥ୍ୟ ଶିବିର  କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ଦିନ ୧୧ଟା ସମୟରେ ଅଡିଟୋରିୟମ୍‌ରେ  ଏକ ଖବରକାଗଜ ପକ୍ଷରୁ  ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଯୋଗଦେବେ । ଦିନ ୧ଟା ସମୟରେ ଝାଡଖଣ୍ଡ  ଅଭିମୁଖେ ଯାତ୍ରା କରିବେ । 

ଝାଡ଼ଖଣ୍ଡରୁ ଫେରିବା  ପରେ ସନ୍ଧ୍ୟା ସାଢ଼େ ୫ଟାରେ କେନ୍ଦୁଝର ଟାଉନ ହଲ୍‌ ଠାରେ  ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ରଜତ  ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ । ସନ୍ଧ୍ୟା ୬ଟା ୩୫ ମିନିଟ୍‌ରେ ମଣ୍ଡୁଆସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଏକ ଅଭିଯୋଗ ପ୍ରକୋଷ୍ଠ ଘୋଷଣା କରାଯିବା ସହିତ ଉକ୍ତ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାବାସୀ ଅଭିଯୋଗପତ୍ର ଦାଖଲ ପାଇଁ ବ୍ୟବସ୍ଥା  କରାଯାଇଛି । ୭.୧୫ରେ ନରଣପୁରସ୍ଥିତ ଦଳୀୟ  କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ  ସାମିଲ ହେବେ । ରାତି ୮ଟା ୫୦ ମିନିଟ୍‌ରେ  ସର୍କିଟ୍‌ ହାଉସରେ ପହଞ୍ଚି ରାତ୍ରୀଯାପନ କରିବେ । ରବିବାର ୧୦.୧୦ରେ ରାସପୂଜା ମଣ୍ଡପ ଡେଲି  ମାର୍କେଟରେ ପହଞ୍ଚି ଠାକୁରଙ୍କୁ ଦର୍ଶନ କରିବେ ।  ସେଠାରୁ ଡିଡି କଲେଜ ଖେଳ ପଡ଼ିଆରେ  ରାଜ୍ୟ ସରକାରଙ୍କ ୧୦୦ ଦିନର ସଫଳତା  ସମ୍ପର୍କିତ କାର୍ଯ୍ୟକ୍ରମରେ ଯୋଗଦେଇ ୧୨ଟା ୫୦  ମିନିଟ୍‌ରେ ବାରିପଦା ଅଭିମୁଖେ ଯାତ୍ରା କରିବେ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.