ପ୍ରମୂଖ ଖବର
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଖାକି ବର୍ଦ୍ଦିରେ ଦାଗ: ଯୁବତୀଙ୍କ ସହ ପ୍ରତାରଣା କରି ବନ୍ଧା ହେଲେ କନ୍‌ଷ୍ଟେବଲ

ପୁରୀ, ୨୦/୦୯: ଫେସ୍‌ବୁକ୍‌ରୁ ଆରମ୍ଭ ହେଲା ପ୍ରେମ । ସୋସିଆଲ୍‌ ମିଡିଆରେ ଖାକି ବର୍ଦ୍ଦି ପିନ୍ଧା ଭେଳିକି ଭେଳି ଫଟୋ ଛାଡ଼ି ଜଣେ କନ୍‌ଷ୍ଟେବଲ କିଣି ନେଲେ ଯୁବତୀଙ୍କ ମନ । ପ୍ରେମ ଏଭଳି ସ୍ତରକୁ ଗଲା ଯେ, ଯୁବତୀଙ୍କ ସହ କନ୍‌ଷ୍ଟେବଲ ଜଣକ ନିବିଡ଼ ସମ୍ପର୍କ ବି ସ୍ଥାପନ କରିଦେଲେ । କିନ୍ତୁ ପରେ ବିବାହକୁ ଅରାଜି ହୋଇଥିଲେ । ଶେଷରେ ଲୁଚିକି ଅନ୍ୟତ୍ର ବିବାହ କରିଦେଲେ। ଯାହାକୁ ଯୁବତୀ ଜଣକ ବର୍‌ଦାସ୍ତ କରିପାରିଲେ ନାହିଁ । ଶେଷରେ ଟାଉନ୍‌ ଥାନାରେ  ଅଭିଯୋଗ କରିଥିଲେ । ପୁଲିସ କନ୍‌ଷ୍ଟେବଳଙ୍କ ବିରୋଧ ରୁଜୁ ହେଲା ମାମଲା । ବନ୍ଧା ହେଲେ କନ୍‌ଷ୍ଟେବଲ ଗୋବିନ୍ଦ ଚନ୍ଦ୍ର ସାହୁ(୩୦) । ସେ କୋଣାର୍କ ଥାନାରେ  ଏବେ କାର୍ଯ୍ୟ କରୁଥିଲେ । ଏଭଳି ଏକ ଘଟଣା ପୁରୀ ସହ ସମେତ କୋଣାର୍କ ଓ ବ୍ରହ୍ମଗିରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । 

ଖବର ଅନୁସାରେ ବ୍ରହ୍ମଗିରି ଅଞ୍ଚଳରେ କନ୍‌ଷ୍ଟେବଳ ଗୋବିନ୍ଦ ଓ  ଯୁବତୀଙ୍କ ଘର । ଯୁବତୀ ଜଣକ ଟାଉନ୍‌ ଥାନା ଅଞ୍ଚଳରେ ଭଡ଼ାଘରେ  ରହି ଚାକିରି ପାଇଁ ପଢ଼ାପଢ଼ି କରୁଥିଲେ । ୨୦୨୧ ସେପ୍ଟେମ୍ବରରେ  ଯୁବତୀଙ୍କ ଫେସ୍‌ବୁକ୍‌କୁ ଗୋବିନ୍ଦ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଥିଲେ । ନିଜ ଅଞ୍ଚଳର ହୋଇଥିବାରୁ ସେମାନଙ୍କ ପରିଚୟ ଖୁବ୍‌ଶୀଘ୍ର ହୋଇଯାଇଥିଲା ।  ମେସେଞ୍ଜର୍‌ ମାଧ୍ୟମରେ ଆରମ୍ଭ ହୋଇଥିଲା ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ । ଏହାପରେ ମୋବାଇଲ୍‌ ନମ୍ବର ଦେବା ନେବା ହୋଇ କଥା  ଆଗକୁ ବଢିଥିଲା । ଏହା ପ୍ରେମରେ ପରିଣତ ହେଲା । ଭାବର ଆଦାନ  ପ୍ରଦାନ ହେଲା । ପୁଲିସ ଲାଇନ୍‌ରେ ଭେଟ ହେଲେ । ଏହାପରେ  ଯୁବତୀଙ୍କ ଭଡ଼ାଘରକୁ ସୁରକ୍ଷିତ ସ୍ଥାନ ଭାବେ ବାଛିନେଲେ ଗୋବିନ୍ଦ ।  ଭଡ଼ାଘରକୁ ଯାଇ ଗୋବିନ୍ଦ ବିବାହ କରିବାକୁ ଯୁବତୀଙ୍କୁ ପ୍ରସ୍ତାବ ଦେଲେ ।  ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ସମ୍ପର୍କ ରଖିଲେ ।  

ଦୀର୍ଘ ଅଢ଼େଇ ବର୍ଷ ସମ୍ପର୍କ ରଖିବା ପରେ ଗତ ଏପ୍ରିଲ୍‌  ମାସରେ ଯୁବତୀଙ୍କଠାରୁ ଗୋବିନ୍ଦ ଦୂରେଇ ଯାଇଥିଲେ । କିଛିଦିନ  ତଳେ ହଠାତ୍‌ ତାଙ୍କ ହ୍ୱାଟ୍ସ ଆପ୍‌ ଡିପି ଦେଖି ମାନସିକ ଭାରସାମ୍ୟ  ହରାଇ ବସିଥିଲେ ଯୁବତୀ । ବିଶ୍ୱାସ ଥିଲା କିଛିଦିନର ନିରବତା  ପରେ ଗୋବିନ୍ଦ ତାଙ୍କୁ ନିଜର କରିନେବେ । କିନ୍ତୁ ହ୍ୱାଟ୍ସ ଆପ୍‌ ଡିପିରେ  ଗୋବିନ୍ଦଙ୍କ ସହ ଥିଲା ଆଉ ଜଣେ ମହିଳାଙ୍କ ଫଟୋ । ସେହି ମହିଳା  ଗୋବିନ୍ଦଙ୍କ ପତ୍ନୀ ବୋଲି ଜାଣିବା ପରେ ଯୁବତୀଙ୍କ ସବୁ ସ୍ୱପ୍ନ ଭାଙ୍ଗି  ଯାଇଥିଲା । ଗୋବିନ୍ଦ ଅନ୍ୟତ୍ର ବିବାହ କରିସାରିଥିବା ଜାଣି ଶେଷରେ  ଥାନାର ଦ୍ୱାରସ୍ଥ ହୋଇଥିଲେ ସେ । ଅନୁସନ୍ଧାନ ପରେ ମାମଲା  ରୁଜୁ କରିଥିଲେ ଆଇଆଇସି ସୁନୀଲ ପ୍ରଧାନ । ମାମଲାର ତଦନ୍ତ  ଦାୟିତ୍ୱ ଗ୍ରହଣ କରିଥିଲେ ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି କଳ୍ପନା  କାଉରୀ । ବୁଧବାର କୋଣାର୍କ ଥାନାରୁ କନ୍‌ଷ୍ଟେବଲ୍‌ ଗୋବିନ୍ଦଙ୍କୁ  ଉଠାଇ ଆଣିଥିଲା ଟାଉନ୍‌ ଥାନା ପୁଲିସ । ଗୁରୁବାର ତାଙ୍କୁ ଗିରଫ  କରାଯାଇଥିବା ସହ ରାତିରେ କୋର୍ଟ ଚାଲାଣ କରାଯାଇଛି । ଜାମିନ  ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.