ପ୍ରମୂଖ ଖବର
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ସେନାଧିକାରୀ ଓ ବାନ୍ଧବୀଙ୍କୁ ରାସ୍ତାରେ ଦୁର୍ବ୍ୟବହାର ଘଟଣା, ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ତୁରନ୍ତ ଧର: ଡିଜିପି

ଭୁବନେଶ୍ୱର, ୨୦/୦୯: ଆର୍ମି ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ  ଅଙ୍କିତାଙ୍କୁ ନିର୍ଯାତନା ଦେବା ଘଟଣା ଦିନକୁ  ଦିନ ଅଧିକରୁ ଅଧିକ ବିବାଦୀୟ ହେଉଛି । ଯେଉଁ ରୋଡ୍‌ ରୋମିଓଙ୍କ ପାଇଁ ଏତେ କାଣ୍ଡ  ଘଟିଲା ସେମାନଙ୍କ ବିରୋଧରେ ମାମଲା  ରୁଜୁ କରି ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ  ଦେଇଛନ୍ତି ଡିଜିପି ୱାଇ.ବି ଖୁରାନିଆ ।  

ଆର୍ମୀ ଅଫିସର ଗୁରୁବଂଶ ସିଂ ଓ ତାଙ୍କ  ବାନ୍ଧବୀ ଅଙ୍କିତା ଗତ ଶନିବାର ରାତିରେ ପଟିଆରୁ ଭରତପୁରକୁ ଆସୁଥିଲେ । ମଝି  ରାସ୍ତାରେ ୨ଟି କାର୍‌କୁ ସେ ଓଭରଟେକ୍‌  କରିଥିଲେ । କାର୍‌ରେ ଥିବା ଯୁବକମାନେ  ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ  ଅଟକାଇ ଦୁର୍ବ୍ୟବହାର କରିଥିଲେ। ଏନେଇ ଭରତପୁର ଥାନାକୁ ଅଭିଯୋଗ  କରିବାକୁ ଆସିଥିଲେ ଆର୍ମି ଅଫିସର  ଗୁରୁବଂଶ ଓ ଅଙ୍କିତା । ତେବେ ସେଠାରେ  ଉଭୟଙ୍କୁ ପୁଲିସ ନିର୍ଯାତନା ଦେଇଥିବା  ସେମାନେ ଅଭିଯୋଗ କରିଥିଲେ ।  

ଏହାରି ଭିତରେ ପୁଲିସ୍‌ ଭୁଲି ଯାଇଥିଲା ରୋଡ୍‌ ରୋମିଓଙ୍କ ଆତଙ୍କରାଜ । ଡିଜିପି  ଶ୍ରୀ ଖୁରାନିଆ ଭୁବନେଶ୍ୱର ଡିସିପି ପ୍ରତୀକ  ସିଂହଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ତୁରନ୍ତ ମାମଲା  ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିବାକୁ । ପୁଲିସ୍‌ ମାମଲା ରୁଜୁ କରି ତୁରନ୍ତ ସେମାନଙ୍କୁ  ଧରିବାକୁ ବିଭିନ୍ନ ଆଡେ ଚଢ଼ଉ ଜାରି ରଖିଛି ।  ତେବେ ଅଙ୍କିତା  ଏମ୍ସରୁ ଡିସଚାର୍ଜ  ହେବା ପରେ ଥାନାରେ ହୋଇଥିବା  ନିର୍ଯାତନା କାହାଣୀକୁ ଦୋହରାଇଛନ୍ତି । ସେପଟେ ପୁରା ଘଟଣାର ରିପୋର୍ଟ ତଲବ  କରିଛନ୍ତି ନ୍ୟାସ୍‌ନାଲ୍‌ କମିଶନ ଫର  ଓମେନ୍‌ (ଏନ୍‌ସିଡବ୍ଲ୍ୟୁ) । ତୁରନ୍ତ ରିପୋର୍ଟ  ଦେବାକୁ କ୍ରାଇମ୍‌ବ୍ରଞ୍ଚକୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.